Advertisment

ହୋଟେଲ ଧ୍ୱଂସାବଶେଷ ତଳୁ ମିଳିଲା ନିଖୋଜ ଭାରତୀୟଙ୍କ ମୃତଦେହ

ଆଜି ତାଙ୍କ ମୃତଦେହକୁ ହୋଟେଲ ଧ୍ୱଂସାବଶେଷ ତଳୁ ଠାବ କରିଛନ୍ତି। ଏବେ ତାଙ୍କ ପାର୍ଥିବ ଶରୀରକୁ ଭାରତ ଆଣିବା ପାଇଁ ଦୂତାବସ ପକ୍ଷରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଥିବା କୁହାଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Destroyed Hotel

Destroyed Hotel

ତୁର୍କୀରେ ସୋମବାର ଦେଖାଯାଇଥିବା ଭୟଙ୍କର ଭୂକମ୍ପ ପରେ ନିଖୋଜ ହୋଇଯାଇଥିବା ଭାରତୀୟ ବ୍ୟବସାୟଙ୍କ ମୃତଦେହ ଶେଷରେ ଉଦ୍ଧାର ହୋଇଛି। ଭୂକମ୍ପ ଯୋଗୁ ସଂପୂର୍ଣ୍ଣ ଧ୍ୱଂସ ପାଇଯାଇଥିବା ଗୋଟିଏ ହୋଟେଲର ଧ୍ୱଂସାବଶେଷ ତଳୁ ଉକ୍ତ ଭାରତୀୟଙ୍କ ମୃତଦେହ ମିଳିଛି। ଭାରତୀୟ ଦୂତାବାସ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

Advertisment

ମୃତ ଭାରତୀୟ ଜଣଙ୍କ ହେଲେ ବିଜୟ କୁମାର। ତାଙ୍କ ଘର ଉତ୍ତରାଖଣ୍ଡରେ। ସେ ନିଜର ବ୍ୟବସାୟିକ କାମରେ ତୁର୍କୀ ଯିବା ସହ ମାଲାତୟାଠାରେ ଥିବା ଗୋଟିଏ ହୋଟେଲରେ ରହୁଥିଲେ। କିନ୍ତୁ ଫେବୃଆରୀ ୬ ତାରିଖରେ ଦେଖାଯାଇଥିବା ଭୂକମ୍ପରେ ଉକ୍ତ ହୋଟେଲ ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା। ବିଜୟ କୁମାର ସେବେଠାରୁ ନିଖୋଜ ଥିଲେ।

ତାଙ୍କୁ ଉଦ୍ଧାରକାରୀ ଦଳ ଖୋଜାଖୋଜି କରୁଥିବା ବେଳେ ଆଜି ତାଙ୍କ ମୃତଦେହକୁ ହୋଟେଲ ଧ୍ୱଂସାବଶେଷ ତଳୁ ଠାବ କରିଛନ୍ତି। ଏବେ ତାଙ୍କ ପାର୍ଥିବ ଶରୀରକୁ ଭାରତ ଆଣିବା ପାଇଁ ଦୂତାବସ ପକ୍ଷରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଥିବା କୁହାଯାଇଛି।

Advertisment

ଅନ୍ୟପକ୍ଷରେ ତୁର୍କୀରେ ପ୍ରାୟ ୩ ହଜାର ଭାରତୀୟ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ଶହ ଇସ୍ତାନବୁଲରେ ରହୁଥିବା ବେଳେ ୨୫୦ ଜଣ ଅଙ୍କାରା ଓ ବାକି ଲୋକ ଦେଶର ବିଭିନ୍ନ ସ୍ଥାନରେ ବସବାସ କରନ୍ତି।

ସୂଚନାଯୋଗ୍ୟ, ସୋମବାର ଭୋର ସମୟରେ ତୁର୍କୀ ଓ ସିରିଆରେ ୭.୮ ତୀବ୍ରତାର ଭୂକମ୍ପ ଦେଖାଦେଇଥିଲା। ଏଥିରେ ଏଯାଏ ୨୬ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଲକ୍ଷାଧିକ ଲୋକ ଏବେ ବି ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଛନ୍ତି।

ଉଦ୍ଧାର କାର୍ଯ୍ୟରେ ତୁର୍କୀର ୩୨ ହଜାର ସୁରକ୍ଷାକର୍ମୀ ଲାଗିଥିବା ବେଳେ ବିଭିନ୍ନ ଦେଶରରୁ ପ୍ରାୟ ୧୦ ହଜାର ସଦସ୍ୟ ସନ୍ଧାନ କାମରେ ଲାଗିଛନ୍ତି। ଭାରତ ପକ୍ଷରୁ ବିଭିନ୍ନ ମେଡିକାଲ ସାମଗ୍ରୀ ଓ ଯନ୍ତ୍ରପାତି ଯୋଗାଇ ଦିଆଯାଇଛି। ଅପରେସନ ଦୋସ୍ତୀ ଜରିଆରେ ଏନଡିଆରଏଫ ଟିମ ମଧ୍ୟ ଉଭୟ ତୁର୍କୀ ଓ ସିରିଆରେ ସର୍ଚ୍ଚ ଅପରେସନ କରୁଛନ୍ତି।

Earthquake India Turkey Turkey Earthquake