Advertisment

ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ, ୧୦ ଆହତ

ଦୁର୍ଘଟଣା ଯୋଗୁ ଅନେକ ବିମାନ ଉଡାଣ ରଦ୍ଦ।

plane crashes

plane crashes

Advertisment

ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ। ରନ୍‌ଓ୍ୱେରେ ବୋଇଂ ୭୩୭ ବିମାନଟି ହଠାତ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ପଶ୍ଚିମ ଅଫ୍ରିକାର ସେନେଗଲରେ ଘଟିଛି ଏଭଳି କିଛି ଘଟଣା।

Advertisment

ବୋଇଂ ୭୩୩ ବିମାଟି ଉଡାଣ ଭରିବା ପାଇଁ ବିମାନ ବନ୍ଦରରେ ପ୍ରସ୍ତୁତ ଥିଲେ। ତେବେ ଏତିକି ବେଳେ ଏହା ହଠାତ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ବିମାନର ନିଆଁ ଲାଗିଯାଇଥିବା ଜଣାପଡିଛି। ଏଥିରେ ୧୦ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସେନେଗଲର ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।

ବିମାନ ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେନେଗଲ ସ୍ଥିତି ଏୟାରଲାଇନ୍‌ ଟ୍ରାନ୍ସଏୟାର୍‌ର ଲୋଗୋ ଥିବା ଏକ ବିମାନ ଘାସ ପଡିଆ ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ବିମାନର ଡେଣାଟି ନିଆଁ ଲିଭାଇବା ପାଇଁ ବ୍ୟବହୃତ ହେଉଥିବା ଫୋମ୍‌ରେ ଢ଼ାଙ୍କି ହୋଇ ରହିଛି।

Advertisment

ବିମାନରେ ୭୯ ଜଣ ଯାତ୍ରୀ, ଦୁଇ ଜଣ ପାଇଏଟ୍‌ ଓ ୪ ଜଣ କ୍ୟାବିନ୍‌ କ୍ରୁ ସଦସ୍ୟ ଥିଲେ। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଯାତ୍ରୀଙ୍କ ହୋଟେଲକୁ ଆରାମ କରିବା ପାଇଁ ପଠାଯାଇଛି। ଦୁର୍ଘଟଣା ଯୋଗୁ ଅନେକ ବିମାନ ଉଡାଣକୁ ରଦ୍ଦ କରି ଦିଆଯାଇଛି। ତେବେ ବିମାନଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା ସେ ନେଇ କୌଣସି ସୂଚନା ମିଳିନାହିଁ।

Plane Crash Boeing 737 Senegal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe