/odisha-reporter/media/media_files/2025/10/20/flight-2025-10-20-12-21-22.jpg)
ବିମାନ
ଭୂପୃଷ୍ଠରୁ ୩୬ ହଜାର ଫୁଟ ଉପରେ ଉଡ଼ୁଥିଲା ବିମାନ। ଏହି ସମୟରେ ବିମାନର ସାମ୍ନା ପଟେ ଥିବା କାଚର ଝରକାରେ ସୃଷ୍ଟି ହୋଇଥିଲା ଫାଟ। ସ୍ଥିତି ଏପରି ହୋଇଥିଲା ଯେ ବିମାନର ପାଇଲଟ ଆହତ ହୋଇଥିଲେ। ବିମାନଟି ସିଧା ୧୦ ହଜାର ଫୁଟ ତଳକୁ ଗୋଟିଏ ଝଟକାରେ ଖସି ଯାଇଥିଲା।
ଏହି ସମୟରେ ବିମାନରେ ୧୪୦ ଜଣ ଯାତ୍ରୀ ଓ କ୍ରୁ ରହିଥିଲେ। ସମସ୍ତେ ବଡ଼ଦୁର୍ଘଟଣାର ଆଶଙ୍କା କରିଥିଲେ। କିନ୍ତୁ ଆହତ ସତ୍ତ୍ୱେ ବିମାନର ପାଇଲଟ ଏହାକୁ ସୁରକ୍ଷିତ ଲ୍ୟାଣ୍ଡ କରିପାରିଛନ୍ତି। ୟୁନାଇଟେଡ ଏୟାରଲାଇନ୍ସ ବୋଇଂ ୭୩୭ ମାକ୍ସ ୮ ବିମାନ ଏପରି ଏକ ସ୍ଥିତିର ସମ୍ମୁଖୀନ ହୋଇଛି।
ବିମାନଟି ଆମେରିକାର ଡେନଭେରରୁ ଲସ ଆଞ୍ଜେଲ୍ସ ଯାଉଥିଲା। ଝରକାରେ ଫାଟ ଦେଖାଯିବାରୁ ଏହାକୁ ପାଇଲଟ ବାଧ୍ୟ ହୋଇ ଜରୁରୀ ଅବତରଣ କରାଇଛନ୍ତି। ଆହତ ସତ୍ତ୍ୱେ ସେ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡ କରାଇ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି।
ଅକ୍ଟୋବର ୧୬ରେ ପୂରା ଘଟଣା ଘଟିଥିଲା। ବିମାନ ୟୁଏ ୧୦୯୩ରେ ୧୪୦ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ରହିଥିଲେ। ବିମାନଟି ୩୬ ହଜାର ଫୁଟ ଉପରେ ରହିଥିବା ବେଳେ କାଚ ଝରକାରେ ଫାଟ ରହିଥିବା ଜଣାପଡ଼ିଥିଲା।
ବିମାନଟି ସୁରକ୍ଷିତ ଭାବେ ସଲ୍ଟ ଲେକ ସିଟୀ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଅବତରଣ କରିବା ପୂର୍ବରୁ ୧୦ ହଜାର ଫୁଟ ତଳକୁ ଖସି ୨୬ ହଜାର ଫୁଟ ଉପରେ କିଛି ସମୟ ଉଡ଼ିଥିଲା। ବିମାନଟି ସୁରକ୍ଷିତ ଲ୍ୟାଣ୍ଡ ହେବା ପରେ ଯାତ୍ରୀମାନଙ୍କୁ ବୋଇଂ ୭୩୭ ମ୍ୟାକ୍ସ ୯ ବିମାନରେ ଲସ ଆଞ୍ଜେଲ୍ସ ପଠାଯାଇଛି। ସେମାନେ ପ୍ରାୟ ୬ ଘଣ୍ଟା ବିଳମ୍ବରେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛନ୍ତି।
ଗୋଟିଏ ରିପୋର୍ଟରେ କୁହାଯାଇଛି ଯେ ବିମାନର ୱିଣ୍ଡସିଲ୍ଡରେ ଫାଟ ସୃଷ୍ଟି ହେବା ଗୋଟିଏ ବିରଳ ଘଟଣା। କିନ୍ତୁ ବୋଇଂ ୭୩୭ ମାକ୍ସ ୮ ସହ ଘଡ଼ିଥିବା ଘଟଣା ସହ ଜଡ଼ିତ ରିପୋର୍ଟ ଓ ସାମ୍ନାକୁ ଆସିଥିବା ଫଟୋ ଏହି ଘଟଣା ଅପ୍ରତ୍ୟାଶିତ ବୋଲି କୁହାଯାଉଛି। ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳିଛି ଯେ ୱିଣ୍ଡସିଲ୍ଡରେ ଫାଟ ଦେଖାଯାଉଛି ଓ ଜଣେ ପାଇଲଟଙ୍କ ହାତରେ କ୍ଷତ ଚିହ୍ନ ରହିଛି। ଏହାର ଅର୍ଥ ଏହା କୌଣସି ନିୟମିତ ଷ୍ଟ୍ରକଚରାଲ ଫାଟ ନୁହେଁ।
ବିମାନ(Flight)ଟି ସଲ୍ଟ ଲେକ ସିଟୀ ଠାରୁ ୩୨୨ କିମି ଦୂରରେ ଥିବା ବେଳେ ବିମାନ କର୍ମଚାରୀ କ୍ଷତଚିହ୍ନକୁ ଦେଖିଥିଲେ। ଏହାପରେ ବିମାନକୁ ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ପାଇଲଟ ତୁରନ୍ତ ଏମର୍ଜେନ୍ସି ନିୟମ ପାଳନ କରିବା ସହ ବିମାନକୁ ତଳକୁ ଆଣିବାକୁ ଚେଷ୍ଟା କରିଥିଲେ। ଶେଷରେ ବିମାଟି ସୁରକ୍ଷିତ ଭାବେ ଲ୍ୟାଣ୍ଡ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
