Advertisment

ଏପଟେ SCO ବୈଠକ, ସେପଟେ ହେଲା ବିସ୍ଫୋରଣ

ପାକିସ୍ତାନ ଗୋଟିଏ ପଟେ ଏସ୍‌ସିଓ ବୈଠକ କରୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀମାନେ କରିଛନ୍ତି ବିସ୍ଫୋରଣ।

Pakistan

Pakistan

Advertisment

ପାକିସ୍ତାନ ସଂଘାଇ କର୍ପୋରେସନ ଅର୍ଗାନାଇଜେସନ(ଏସ୍‌ସିଓ)ର ଆୟୋଜନକ କରୁଛି। ଇସଲାମାବାଦରେ ବୈଠକ ଚାଲିଥିବା ବେଳେ ଏଥିରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଯୋଗ ଦେଇଛନ୍ତି। ସେ ପାକିସ୍ତାନରେ ବସି ଆତଙ୍କବାଦ ବିରୋଧରେ ମତ ରଖିଛନ୍ତି।

Advertisment

ହେଲେ ପାକିସ୍ତାନ ଗୋଟିଏ ପଟେ ଏସ୍‌ସିଓ ବୈଠକ କରୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀମାନେ କରିଛନ୍ତି ବିସ୍ଫୋରଣ। ପାକିସ୍ତରନର ଖାୟବର ପାଖତୁନଖ୍ୱାରେ ଆତଙ୍କବାଦୀମାନେ କରିଥିବା ବିସ୍ଫୋରଣରେ ୫ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି।

ଆତଙ୍କବାଦୀମାନେ ରିମୋଟ ଦ୍ୱାରା ପୁଲିସ୍‌ ଗାଡ଼ି ନିକଟରେ ବିସ୍ଫୋରଣ କରିବାକୁ ଏପରି ଘଟଣା ଘଟିଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି। ବିସ୍ଫୋରଣରେ ଆହତ ପୁଲିସ୍‌ କର୍ମଚାରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Advertisment

ସ୍ଥାନୀୟ ପ୍ରଶାସନ କହିଛି ଯେ ବିସ୍ଫୋରଣଟି ବୁନେର ଜିଲ୍ଲାର ପାହାଡ଼ିଆ ଅଞ୍ଚଳ ଭାବେ ପରିଚିତ କାନକୋଇ ମନ୍ଧନାରରେ ଘଟିଛି। ଏଠାରେ ପ୍ୟାଟ୍ରୋଲିଂ କରୁଥିବା ପୁଲିସ ଗାଡ଼ିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ବିସ୍ଫୋରଣ କରିଛନ୍ତି। ଆହତ ୫ ଜଣଙ୍କ ମଧ୍ୟରେ ଜଣେ ସବ ଇନସପେକ୍ଟର ରହିଛନ୍ତି।

ଘଟଣା ପରେ ଅତିରିକ୍ତ ପୁଲିସ୍‌ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ପୂରା ଅଞ୍ଚଳକୁ କର୍ଡନ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

ପାକିସ୍ତାନ ଏବେ ଇସଲାମାବାଦରେ ଏସ୍‌ସିଓ ଶିଖର ସମ୍ମିଳନୀର ହୋଷ୍ଟିଂ କରୁଛି। ଏଥିରେ ବିଦେଶ ରାଷ୍ଟ୍ରର ସଦସ୍ୟମାନେ ଯୋଗ ଦେଇଛନ୍ତି। ସେମାନଙ୍କ ଉପସ୍ଥିତିରେ ଏପରି ବିସ୍ଫୋରଣ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Pakistan SCO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe