Advertisment

ବାର୍ଷିକ ଉତ୍ସବ ପାଳନ ବେଳେ ବୋମା ବିସ୍ଫୋରଣ, ୩ ମୃତ

ଏହି ବିସ୍ଫୋରଣରେ ୩୯ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Madhupriya Mistry
Bomb Blast in Thailand

Bomb Blast in Thailand

ବାର୍ଷିକ ଉତ୍ସବ ପାଳନ ବେଳେ ହେଲା ଭୟଙ୍କର ବୋମା ବିସ୍ଫୋରଣ। ଘଟଣାସ୍ଥଳରେ ହିଁ ଚାଲିଗଲା ୩ ଜଣଙ୍କ ଜୀବନ। ସେହିପରି ଅନେକ ଆହତ ମଧ୍ୟ ହୋଇଛନ୍ତି। ଥାଇଲାଣ୍ଡର ଟାକ ଅଞ୍ଚଳରେ ଘଟିଛି ଏହି ଘଟଣା।

Advertisment

ସିନହୁଆ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଥାଇଲାଣ୍ଡର ଟାକ ଅଞ୍ଚଳରେ ଏକ ବାର୍ଷିକ ଉତ୍ସବ ଚାଲିଥିଲା। ଏଥିରେ ଶହ ଶହ ଲୋକ ସାମିଲ ହୋଇଥିଲେ। ତେବେ ଏତିକି ବେଳେ ଏଠାରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଥିଲେ। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପୌତଙ୍ଗଟାର୍ଣ୍ଣ ଶିନବାତ୍ରା ସୋଶାଲ ମିଡିଆରେ ଏକ ପୋଷ୍ଟରେ ବିସ୍ଫୋରଣରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ସେ ଘଟଣାର ଶୀଘ୍ର ତଦନ୍ତ, ଅପରାଧୀଙ୍କୁ ଗିରଫ କରିବାକୁ ପୁଲିସ ଏବଂ ସୁରକ୍ଷା ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଆଗାମୀ ସମସ୍ତ ପର୍ବରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଏହାପୂର୍ବରୁ ଚଳିତ ବର୍ଷ ଆରମ୍ଭରେ ଥାଇଲ୍ୟାଣ୍ଡର ଦକ୍ଷିଣ ପ୍ରଦେଶର ସୋଙ୍ଗଖଲାର ଏକ ପାର୍କ ନିକଟ ରାସ୍ତା କଡ଼ରେ ବିସ୍ଫୋରଣ ହୋଇଥିଲା। ଏଥିରେ ଦୁଇ ସ୍କୁଲ ପିଲାଙ୍କ ସମେତ ୮ ଜଣ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ଜିଲ୍ଲା ସହାୟକ ମୁଖ୍ୟ, ପ୍ରତିରକ୍ଷା ସ୍ୱେଚ୍ଛାସେବୀ ଏବଂ ଗ୍ରାମବାସୀ ମଧ୍ୟ ସାମିଲ ଥିଲେ।

ଏହି ବିସ୍ଫୋରଣ ଥାଇ ସେନା ଓ ବିଦ୍ରୋହୀଙ୍କ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଘଟିଥିଲା। ଏହା ପରେ ସୁରକ୍ଷା ବାହିନୀ ନରଥୀୱାଟ ପ୍ରଦେଶର ଏକ ପର୍ବତ ଉପରେ ୫ ସନ୍ଦିଗ୍ଧ ବିଦ୍ରୋହୀଙ୍କୁ ହତ୍ୟା କରିଥିଲେ।

Bomb Blast Thailand