Advertisment

ଟ୍ରମ୍ପଙ୍କ ଟିମ୍ ସଦସ୍ୟଙ୍କୁ ହତ୍ୟା ଧମକ; ଯାଞ୍ଚ ଆରମ୍ଭ କଲା FBI

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନବଗଠିତ କ୍ୟାବିନେଟ ସଦସ୍ୟଙ୍କୁ ମିଳୁଛି ହତ୍ୟା ଧମକ । କେତେବେଳେ ଗୁଳି କରି ତ କେତେବେଳେ ବୋମା ପକାଇ ଉଡ଼ାଇଦେବାକୁ ମିଳୁଛି ଧମକ।

Donald Trump

Donald Trump

Advertisment

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନବଗଠିତ କ୍ୟାବିନେଟ ସଦସ୍ୟଙ୍କୁ ମିଳୁଛି ହତ୍ୟା ଧମକ । କେତେବେଳେ ଗୁଳି କରି ତ କେତେବେଳେ ବୋମା ପକାଇ ଉଡ଼ାଇଦେବାକୁ ମିଳୁଛି ଧମକ।

Advertisment

ଏହି ଘଟଣାକୁ ନେଇ ଆମେରିକାରେ ଚାଞ୍ଚଲ୍ୟ ଖେଳି ଯାଇଛି। ମାମଲାକୁ ଗୁରୁତର ସହ ନେଇ ଆମେରିକାର ଯାଞ୍ଚ ଏଜେନ୍ସି FBI ଏହାର ତଦନ୍ତ ଆରମ୍ଭ କରିଛି।

ଆମେରିକାର ନବ ନିର୍ବାଚିତ ଟ୍ରମ୍ପଙ୍କ ପ୍ରବକ୍ତା କ୍ୟାରୋଲିନ ଲେଭିଟ ବୁଧବାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗତ ୨ ଦିନ ହେବ ଟ୍ରମ୍ପଙ୍କ ଦ୍ୱାରା ମନୋନୀତ ତଥା ନିଯୁକ୍ତ ସଦସ୍ୟଙ୍କୁ ଧମକ ମିଳୁଛି। ନିଜକୁ ତଥା଼ ପରିବାର ସଦସ୍ୟଙ୍କୁ ହତ୍ୟା ଧମକ ମିଳିବାରୁ ସେମାନେ ଭୟଭୀତ ହୋଇ ପଡ଼ିଛନ୍ତି। ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏପରି ଧମକ ଦେବା ପଛରେ କିଏ ଅଛି ଓ ତାଙ୍କର ଉଦ୍ଦେଶ୍ୟ କ’ଣ ତାହାର ତଦନ୍ତ କରାଯାଉଥିବା ସେ କହିଛନ୍ତି।

Advertisment

ଟ୍ରମ୍ପଙ୍କ ଟିମ୍‌ର ବହୁ ସଦସ୍ୟଙ୍କ ନିକଟରୁ ଏପରି ଅଭିଯୋଗ ପାଇବା ପରେ FBI ପକ୍ଷରୁ ଏହାର ଯାଞ୍ଚ ଆରମ୍ଭ ହୋଇଥିବା କୁହାଯାଇଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏଜେନ୍ସିର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୪ ବର୍ଷ ପରେ ପୁଣି ଥରେ ଟ୍ରମ୍ପଙ୍କ ସ୍ୱପ୍ନ ସାକାର ହୋଇଛି। ସେ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ହ୍ୱାଇଟ୍‌ ହାଉସ ଦଖଲ କରିବାକୁ ଯାଉଛନ୍ତି।

United Nation Bomb Threat Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe