Advertisment

ପ୍ରବଳ ବର୍ଷା ପରେ ମାଟି ଅତଡା ଖସି ୩୯ ମୃତ, ବନ୍ୟାସ୍ରୋତରେ ଭାସିଗଲେଣି ୬୮ ଜଣ

ଶନିବାରଠାରୁ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Brazil Floods Image

Brazil Floods Image

ବ୍ରାଜିଲରେ ପ୍ରବଳ ବର୍ଷା ପରେ ଡ୍ୟାମ୍ ଭୁଶୁଡିବା ସାଙ୍ଗକୁ ମାଟି ଅତଡା ଖସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ଏଥିସହ ଅନେକ ଲୋକ ବନ୍ୟାସ୍ରୋତରେ ଭାସି ଯାଇଛନ୍ତି। ଉଦ୍ଧାରକାରୀ ଟିମ୍ ପକ୍ଷରୁ ସେମାନଙ୍କୁ ଖୋଜାଖୋଜି ଚାଲିଥିବା ବେଳେ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

Advertisment

ସୂଚନା ଅନୁସାରେ, ଦେଶର ଦକ୍ଷିଣରେ ଥିବା ରିଓ ଗ୍ରାନ୍ଦେ ଡୁ ସୁଲ ଅଞ୍ଚଳରେ ତାଣ୍ଡବ ରଚିଛି ପ୍ରକୃତି। ଶନିବାରଠାରୁ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ଅନେକ ସ୍ଥାନରେ ମାଟି ଅତଡା ଖସିବା ସହ ଡ୍ୟାମ୍ ଭୁଶୁଡି ପଡିଛି। ଏଥିରେ ୬୮ ଜଣ ନିଖୋଜ। 

ସ୍ଥାନୀୟ ଅଞ୍ଚଳର ନାଗରିକ ପ୍ରତିରକ୍ଷା କର୍ତ୍ତୃପକ୍ଷ କହିଛନ୍ତି ଯେ, ଉରୁଗୁଏ ଏବଂ ଆର୍ଜେଣ୍ଟିନା ସୀମାବର୍ତ୍ତୀ ରାଜ୍ୟର ୪୯୭ଟି ସହରର ଅଧାରୁ ଅଧିକ ଅଞ୍ଚଳ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି। ଅତି କମରେ ୨୪,୦୦୦ ଲୋକ ବିସ୍ଥାପିତ ହୋଇଛନ୍ତି। ୫ ଲକ୍ଷ ଲୋକ ପିଇବା ପାଣି ପାଇପାରୁ ନାହାନ୍ତି। ବିଦ୍ୟୁତ୍ ସେବା ମଧ୍ୟ ବିଛିନ୍ନ ରହିଛି। 

Advertisment

ରାଜ୍ୟପାଳ ସାହାଯ୍ୟ ପାଇଁ ନିବେଦନ କରିବା ପରେ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି। ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ବନ୍ୟାସ୍ରୋତରେ ଭାସି ଯାଇଥିବା ଲୋକଙ୍କୁ ହେଲିକପ୍ଟର ଯୋଗେ ଖୋଜା ଚାଲିଛି। 

Floods Brazil Floods Heavy Rain Fall