Advertisment

ବଡ଼ ଦିନ ପୂର୍ବରୁ ବ୍ରାଜିଲରେ ବିମାନ ଦୁର୍ଘଟଣା; ୧୦ ମୃତ

ବଡ଼ଦିନ ପୂର୍ବରୁ ବ୍ରାଜିଲରେ ଘଟିଛି ବଡ଼ ଅଘଟଣ। ଏକ କୋଠାକୁ ଧକ୍କା ଦେଇ ଏକ ରେସ୍ତୁରାଁ ଉପରେ ଖସିପଡ଼ିଲା ବିମାନ । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି।

Accident Spot

Accident Spot

Advertisment

ବଡ଼ଦିନ ପୂର୍ବରୁ ବ୍ରାଜିଲରେ ଘଟିଛି ବଡ଼ ଅଘଟଣ। ଏକ ବିମାନ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଏକ ପରିବାରର ବୋଲି ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୧୭ରୁ ଅଧିକ ଜଣ ଆହତ ହୋଇଛନ୍ତି। 

Advertisment

ବ୍ରାଜିଲର ଜଣେ ୬୧ ବର୍ଷୀୟ ବିଜନେସମ୍ୟାନ୍‌ ନିଜ ପରିବାର ସହ ବୁଲିବାକୁ ଏକ ଛୋଟ ବିମାନରେ ଯାଉଥିଲେ। ସେ ନିଜେ ହିଁ ବିମାନଟିକୁ ଉଡ଼ାଉଥିଲେ।   ବିମାନଟି ରିଓ ଗ୍ରାଣ୍ଡେ ଡୋ ସୁଲ୍ ନାମକ ପର୍ଯ୍ୟଟନ ସ୍ଥଳୀ ଅଭିମୁଖେ ଯାଉଥିଲା। ମାତ୍ର ବିମାନଟି ଦକ୍ଷିଣ ବ୍ରାଜିଲ୍‌ ଗ୍ରାମାଡ଼ୋରେ ଉଡ଼ୁଥିବା ବେଳେ ପ୍ରଥମେ ଏକ ଘରର ଚିମିନିରେ ଧକ୍କା ହୋଇଥିଲା । ଏହାପରେ ଭାରସାମ୍ୟ ହରାଇ ତାହା ଅନ୍ୟ ଏକ ବିଲ୍ଡିଂର ଦ୍ୱିତୀୟ ମହଲାରେ ପିଟି ହୋଇ ଏକ ରେସ୍ତୁରାଁ ଉପରେ ପଡ଼ି ଯାଇଥିଲା।

ଏହି ଦୁର୍ଘଟଣାରେ ବିମାନରେ ଥିବା ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ବିଜନେସମ୍ୟାନ୍‌, ତାଙ୍କ ପତ୍ନୀ, ୩ ଝିଅଙ୍କ ସମେତ ଆଉ କିଛି ପରିବାର ସଦସ୍ୟ ଥିବା ଜଣାଯାଇଛି। ଏଥିସହ ବିମାନଟି ଜନବସତି ଅଞ୍ଚଳରେ ଖସି ପଡ଼ିବାରୁ ପ୍ରାୟ ୧୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।  ଦୁର୍ଘଟଣା ସୂଚନା ପାଇ ଉଦ୍ଧାରକାରୀ ଦଳ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।  

Advertisment
Plane Crash Brazil
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe