Advertisment

ଷ୍ଟେଜରେ ପର୍ଫମ କରୁ କରୁ ଟଳି ପଡ଼ିଗଲେ ସିଙ୍ଗର, ତା’ ପରେ...

ଷ୍ଟେଜରେ ପର୍ଫମ କରୁ କରୁ ହଠାତ୍‌ ସିଙ୍ଗରଜଣକ ବେହୋସ ହୋଇ ତଳେ ପଡ଼ିଗଲେ। ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ।

author-image
Niharika Rout
Brazilian-gospel-singer-Pedro-Henrique

Brazilian-gospel-singer-Pedro-Henrique

ଷ୍ଟେଜରେ ଖଚାଖଚ ଭିଡ଼ ଥିଲା। ଚାଲିଥିଲା ସଙ୍ଗୀତ କାର୍ଯ୍ୟକ୍ରମ । ଲୋକଙ୍କ ଭିଡ଼ରେ ଉଠୁଥିଲା, ପଡ଼ୁଥିଲା ପୂରା ହଲ୍‌ । ଏପରି ସମୟରେ ଏପରି କିଛି ଘଟିଲା ଯାହା ଦେଖି ଦର୍ଶକ ଚକିତ ରହିଗଲେ।

Advertisment

ଷ୍ଟେଜରେ ପର୍ଫମ କରୁ କରୁ ହଠାତ୍‌ ସିଙ୍ଗରଜଣକ ବେହୋସ ହୋଇ ତଳେ ପଡ଼ିଗଲେ। ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ଏପରି ଏକ ଛାତିଥରେ ଘଟଣା ବ୍ରାଜିଲରେ ଘଟିଛି। ଷ୍ଟେଜ ଉପରେ ଆଖି ବୁଜିଥିବା ସିଙ୍ଗରଜଣକ ବ୍ରାଜିଲର ପପୁଲାର ଗାୟକ ପେଡ୍ରୋ ହେନରିକ ବୋଲି ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୦ ବର୍ଷ ହୋଇଥିଲା।

ଗତ ବୁଧବାର ପେଡ୍ରୋ ହେନରିକ ବ୍ରାଜିଲର ଏକ ଧାର୍ମିକ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରୁଥିଲେ। ତାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ହଲ୍‌ରେ ଦର୍ଶକଙ୍କ ଖଚାଖଚ ଭିଡ଼ ଥିଲେ। ଗୀତ ବୋଲୁ ବୋଲୁ ହଠାତ୍‌ ପେଡ୍ରୋ ହେନରିକ ତଳେ ପଡ଼ି ବେହୋସ ହୋଇଗଲେ।

Advertisment

ଆୟୋଜନକାରୀ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ହୃଦଘାତ କାରଣରୁ ପେଡ୍ରୋ ହେନରିକଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି।

କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ ହେନରିକ ବହୁତ ହାଲିଆ ହୋଇଯାଇଥିଲେ। ଏହାପରେ ଲଗାତର ଭାବେ ଷ୍ଟେଜରେ ଗୀତ ପରିବେଷଣ କରୁକରୁ ତାଙ୍କର ଏପରି ଅବସ୍ଥା ହୋଇଥିବା ମୃତକଙ୍କ ବନ୍ଧୁ ପ୍ରକାଶ କରିଛନ୍ତି।

ହେନରିକଙ୍କ ମୃତ୍ୟୁକୁ ତାଙ୍କ ପରିବାର ସଦସ୍ୟ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ପରିବାରରେ ତାଙ୍କ ପତ୍ନୀ ଓ ୨ ମାସର ଝିଅ ଅଛନ୍ତି। ମାତ୍ର ୩ ବର୍ଷର ହୋଇଥିବା ବେଳେ ସେ ଗୀତ ଗାଇବା ଆରମ୍ଭ କରିଥିଲେ। ୨୦୧୫ରେ ୟୁଟ୍ୟୁବରେ ନିଜର କିଛି ଭିଡିଓ ଶେଆର କରିବା ପରେ ତାଙ୍କ କ୍ୟାରିଅର ଟ୍ରାକ୍‌କୁ ଆସିଥିଲା। ୨୦୧୯ ପର୍ଯ୍ୟନ୍ତ ଏକ ବ୍ୟାଣ୍ଡ୍‌ ସହ ରହିବା ପରେ ସେ ନିଜର ସୋଲୋ କ୍ୟାରିଅର ଆରମ୍ଭ କରିଥିଲେ। ମାତ୍ର ଅଚାନକ ତାଙ୍କ ମୃତ୍ୟୁ ସମଗ୍ର ସଙ୍ଗୀତ ଜବତକୁ ସ୍ତବ୍ଧ କରି ଦେଇଛି। 

Heart Attack On Stage Brazil