ଦକ୍ଷିଣ ଆଫ୍ରିକାର ଲୁସିକିସିକି ଅଞ୍ଚଳରେ ବଡ଼ଧରଣର ଗୁଳିକାଣ୍ଡ ଘଟିଛିଛି। ଶୋଇ ଥିବାବେଳେ ଦୁଇ ଥର ଗୁଳିବିନିମୟ କରିଛନ୍ତି ଦୁର୍ବୃତ୍ତ। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଜଣେ ଆହତ ହୋଇଛନ୍ତି।
ଆହତଙ୍କ ମଧ୍ୟରେ ୧୫ ଜଣ ମହିଳା ଥିବାବେଳେ ଦୁଇ ଜଣ ପୁରୁଷ ଅଛନ୍ତି। ଏନେଇ ରାଜ୍ୟ ପୁଲିସ ମୁଖପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଲୁସିକିସିକି ଅଞ୍ଚଳରେ ଗତକାଲି ରାତିରେ ବଡ଼ଧରଣର ଗୁଳିକାଣ୍ଡ ଘଟିଛି। ଦୁଇଟି ଘରୁ ୧୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସମସ୍ତଙ୍କ ଶରୀରରେ ଗୁଳି ବାଜିବା କାରଣରୁ ମୃତ୍ୟୁ ହୋଇଛି।
Also Read
ଗୋଟିଏ ଘରେ ୧୨ ଜଣ ମହିଳା ଏବଂ ଜଣେ ପୁରୁଷଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଆଉ ଏକ ଘରୁ ତିନି ଜଣ ମହିଳା ଏବଂ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି।
କିନ୍ତୁ ଗୁଳିବିନିମୟ କାହିଁକି ହୋଇଛି, ଏବଂ ଏହା ପଛରେ କାହାର ହାତ ଅଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
ଥମୁନି ନିଆଁ, OSCAR ଯାଏ ପହଞ୍ଚିଲା
ଏକାଡେମୀ ଆଓ୍ୱାର୍ଡ ମାର୍ଚ୍ଚ ୨ (ଭାରତରେ ମାର୍ଚ୍ଚ ୩) ତାରିଖରେ ଲସ୍ ଏଞ୍ଜଲିସ୍ ସ୍ଥିତ ଡଲବି ଥିଏଟରରେ ଅନୁଷ୍ଠିତ ହେବ। କିନ୍ତୁ ଏହା ପୂର୍ବରୁ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ଏବେ ସ୍ଥଗତି ରଖିବାକୁ ଘୋଷଣା କରାଯାଇଛି।
International
କଏନ୍ର ହେଡ୍ ପଡ଼ିବା ହେଲା କାଳ; ଯୁବତୀଙ୍କ ତଣ୍ଟି ଚିପି ମୃତଦେହ ସହ କଲେ ଦୁଷ୍କର୍ମ
କଏନ୍ର ହେଡ ପଡ଼ିବା ହେଲା କାଳ। ଯୁବତୀଙ୍କ ତଣ୍ଟି ଚିପି ଦେଲା ଜଣେ ଅଜଣା ଯୁବକ । କଏନର ହେଡ ପଡ଼ିବାରୁ ଦୁଇ ବର୍ଷ ପୂର୍ବେ ଜଣେ ଯୁବତୀଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରିଥିଲେ ଜଣେ ଯୁବକ ।
International
ଜାପାନରେ ସୁନାମୀ ଆଲର୍ଟ ଜାରି
୬.୯ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି।
International
ଧୂଆଁ କମୁନି, ନିଆଁ ଲିଭୁନି, ନେଲାଣି ୧୬ ଜୀବନ
ସେହିପରି ୧୨ ହଜାରରୁ ଅଧିକ ଘର ଜଳି ପୋଡି ପାଉଁଶ ହୋଇଗଲାଣି।
Crime
ପ୍ରସୂତିଙ୍କ ଚିକିତ୍ସା ଅଧାରୁ ଛାଡ଼ି ପଳାଇଥିଲେ ଡାକ୍ତର; ୧୧ କୋଟି ଜୋରିମାନା କଲେ କୋର୍ଟ
ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅଧାରୁ ପାଣି ପିଇବାକୁ କହି କେଉଁଆଡ଼େ ପଳାଇଥିଲେ ଦୁଇ ଡାକ୍ତର।