Advertisment

ବଡ଼ଧରଣର ଗୁଳିକାଣ୍ଡ, ୧୭ ମୃତ

ରାତିରେ ଶୋଇ ଥିବାବେଳେ ଗୁଳି କରିଛନ୍ତି ଦୁର୍ବୃତ୍ତ। ଘର ଭିତରୁ ୧୭ ଜଣଙ୍କ ମୃତଦେହ ମିଳିଛି।

ଅଦ୍ୟତନ ହୋଇଛି
Car

Car

Advertisment

ଦକ୍ଷିଣ ଆଫ୍ରିକାର ଲୁସିକିସିକି ଅଞ୍ଚଳରେ ବଡ଼ଧରଣର ଗୁଳିକାଣ୍ଡ ଘଟିଛିଛି। ଶୋଇ ଥିବାବେଳେ ଦୁଇ ଥର ଗୁଳିବିନିମୟ କରିଛନ୍ତି ଦୁର୍ବୃତ୍ତ। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଜଣେ ଆହତ ହୋଇଛନ୍ତି।

Advertisment

ଆହତଙ୍କ ମଧ୍ୟରେ ୧୫ ଜଣ ମହିଳା ଥିବାବେଳେ ଦୁଇ ଜଣ ପୁରୁଷ ଅଛନ୍ତି। ଏନେଇ ରାଜ୍ୟ ପୁଲିସ ମୁଖପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଲୁସିକିସିକି ଅଞ୍ଚଳରେ ଗତକାଲି ରାତିରେ ବଡ଼ଧରଣର ଗୁଳିକାଣ୍ଡ ଘଟିଛି। ଦୁଇଟି ଘରୁ ୧୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସମସ୍ତଙ୍କ ଶରୀରରେ ଗୁଳି ବାଜିବା କାରଣରୁ ମୃତ୍ୟୁ ହୋଇଛି।

ଗୋଟିଏ ଘରେ ୧୨ ଜଣ ମହିଳା ଏବଂ ଜଣେ ପୁରୁଷଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଆଉ ଏକ ଘରୁ ତିନି ଜଣ ମହିଳା ଏବଂ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି।

Advertisment

କିନ୍ତୁ ଗୁଳିବିନିମୟ କାହିଁକି ହୋଇଛି, ଏବଂ ଏହା ପଛରେ କାହାର ହାତ ଅଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। 

Mass Shootings South Africa Shooting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe