Bridege
ସୁପର ଟାଇଫୁନ ୟାଗି ଗତ ଶନିବାର ଭିଏତନାମରେ ସ୍ଥଳଭାଗ ଛୁଇଁବା ପରେ ଭୀଷଣ ବର୍ଷା ହୋଇଥିବା ବେଳେ ଗତକାଲି (ସୋମବାର) ସେଠାରେ ଏକ ବ୍ରିଜ୍ ଭୁଶୁଡ଼ି ପଡ଼ିଥିଲା। ଲାମ ଥାଓ ଓ ତାମ ନଙ୍ଗ ଜିଲ୍ଲାକୁ ସଂଯୋଗ କରୁଥିବା ଫୋଙ୍ଗ ଚାଉ ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ଏକ ଟ୍ରକ୍ ସହିତ ୧୦ଟି କାର ଓ ଦୁଇଟି ବାଇକ୍ ‘ରେଡ୍ ରିଭର’ରେ ଖସି ପଡ଼ିଥିବା ସେଠାକାର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିରେ ପ୍ରାୟ ୧୩ ଜଣ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ମାତ୍ର ୩ ଜଣଙ୍କୁ ଉଦ୍ଧାର କରାଯାଇଛି।
ରେଡ୍ ରିଭର ଉପରେ ଥିବା ଫୋଙ୍ଗ ଚାଉ ବ୍ରିଜ୍ ଭୁଶୁଡ଼ିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍ ଠିକ୍ ବ୍ରିଜ୍ ଚଢ଼ିବାକୁ ଯାଉଥିବା ବେଳେ ତାହା ଭୁଶୁଡ଼ି ପଡ଼ିଛି। ଟ୍ରକ୍ ଡ୍ରାଇଭରଙ୍କୁ ଗାଡ଼ି ଅଟକାଇବାକୁ ବି ସୁଯୋଗ ମିଳିନି। ଫଳରେ ଟ୍ରକ୍ଟି ନଦୀ ଭିତରେ ଖସିପଡ଼ିଛି। ତେବେ ଟ୍ରକ୍ ପଛରେ ଦ୍ରୁତ ଗତିରେ ଯାଉଥିବା ଏକ ବାଇକ୍ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ବାଇକ୍ ଚାଳକ ହଠାତ୍ ବ୍ରେକ୍ ଦେଇ ଅଟକି ଯାଇଥିଲେ।
ବ୍ରିଜ୍ର ଗୋଟିଏ ପାର୍ଶ୍ୱ ପୂରା ଭୁଶୁଡ଼ି ଯାଇଥିବା ବେଳେ ଅନ୍ୟ ପାର୍ଶ୍ୱରୁ ପ୍ରାୟ ୩୭୫ ମିଟର ସୁରକ୍ଷିତ ଅଛି। ସୂଚନାଯୋଗ୍ୟ, ସୁପର ଟାଇଫୁନ୍ ୟାଗରେ ଭିଏତନାମରେ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଘରଦ୍ୱାର ଓ ଭିତ୍ତିଭୂମି ନଷ୍ଟ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bridege_1725945437.jpg)