Advertisment

୧୦ ମାସ ଛୁଆ ଦେହରେ ୭୧ ଚୋଟ; ବାପାମା’ଙ୍କ କ୍ରୂରତା ଦେଖି କାନ୍ଦି ପକାଇଲେ ଜଜ୍‌

ମାତ୍ର ୧୦ ମାସ ଛୁଆର ଶରୀରରେ ୫୭ଟି ସ୍ଥାନରେ ହାଡ଼ ଭାଙ୍ଗିଥିଲା। ପିଲାଟିର ମେରୁଦଣ୍ଡ ସାଙ୍ଗକୁ କଲରବୋନ ବି ଭାଙ୍ଗି ଯାଇଥିଲା।

Child

Child

Advertisment

ଯିଏ ଦୁନିଆର ଆଲୋକ ଦେଖାଇଥିଲା, ସିଏ ହିଁ ସାଜିଲା ସଇତାନ । ସୀମା ଟପିଲା କ୍ରୂରତା। ମାତ୍ର ୧୦ ମାସର ଛୁଆକୁ କଲବଲ କରି ମାରିଦେଲେ ବାପାମା’ । ନିରୀହ ଛୁଆଟିକୁ ବାପାମା’ ଏପରି ନିର୍ଯାତନା ଦେଇଥିଲେ ଯେ, ଖୋଦ ଜଜ୍‌ ବି କୋର୍ଟରେ କାନ୍ଦି ପକାଇଲେ। ପିଲାଟିର ଶରୀରର ୭୧ଟି ସ୍ଥାନରେ ଗଭୀର ଚୋଟ ଥିବା ବେଳେ ୫୭ଟି ସ୍ଥାନରେ ହାଡ଼ ଭାଙ୍ଗିଥିଲା। ଏହାବାଦ କେଉଁଠି ଚୋଟ ଲାଗିଥିଲା ତ କେଉଁଠି ପୋଡ଼ିଯିବାର ଚିହ୍ନ ବି ଥିଲା। ନିଜ ବାପାମା’ଙ୍କ ନିର୍ଯାତନା ସହି ନ ପରି ପିଲାଟି ଆଖି ବୁଜିଦେଲା । ଏପରି ଏକ ଲୋମଟାଙ୍କୁରା ଘଟଣା ବ୍ରିଟେନରେ ଘଟିଥିବା ବେଳେ ଉଭୟ ବାପାମା’ ଏବେ ପୁଲିସ୍‌ କବଜାରେ ଅଛନ୍ତି।

Advertisment

ବ୍ରିଟେନରେ ରହୁଥିବା ଷ୍ଟିଫନ ବୋଡ଼େନ ଓ ତାଙ୍କ ପତ୍ନୀ ସାନନଙ୍କର ୨୦୨୦ ଫେବୃୟାରୀ ୧୫ରେ ଫିନଲେ ନାମକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ମାତ୍ର ଉଭୟ ପତିପତ୍ନୀ ସବୁବେଳେ ନିଶାଗ୍ରସ୍ତ ରହୁଥିବାରୁ ପିଲାଟିକୁ ଚାଇଲ୍ଡ ଲାଇନ୍‌ ନିଜ ହେପାଜତକୁ ନେଇ ଯାଇଥିଲା। ହେଲେ ସେମାନଙ୍କୁ ପୁଣି ଥରେ ସୁଧୁରିବାକୁ ସୁଯୋଗ ଦେବାକୁ ପିଲାଟିକୁ ନଭେମ୍ବର ୨୦୨୦ରେ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାର ୨ ଦିନ ପରେ ଜଣେ ସାମାଜିକ କାର୍ଯ୍ୟକତ୍ତା ଫିନଲେ ମୁଣ୍ଡରେ କ୍ଷତ ଥିବା ଦେଖିଥିଲେ। ଏନେଇ ପଚରାଯିବାରୁ ଖେଳିବା ସମୟରେ ଏପରି ହୋଇଥିବା ବାପାମା’ କହିଥିଲେ।

ଏହାପରେ ସବୁବେଳେ ନିଶାସକ୍ତ ରହୁଥିବା ଷ୍ଟିଫନ ବୋଡ଼େନ ଓ ତାଙ୍କ ପତ୍ନୀ ସାନନ ମାତ୍ର ୧୦ ମାସର ଛୁଆକୁ ନାନା ନିର୍ଯାତନା ଦେବାକୁ ଲାଗିଲେ। ଶେଷରେ ୨୦୨୦ ଡିସେମ୍ବର ୨୫ ତାରିଖରେ ହୃଦଘାତରେ ଫିନଲେର ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଯାହା ଦେଖିଲେ ତାଙ୍କ ହୋସ୍‌ ଉଡ଼ିଗଲା।

Advertisment

ମାତ୍ର ୧୦ ମାସ ଛୁଆର ଶରୀରରେ ୭୧ଟି ଗଭୀର ଚୋଟ ଥିବା ବେଳେ ୫୭ଟି ସ୍ଥାନରେ ହାଡ଼ ଭାଙ୍ଗିଥିଲା। ପିଲାଟିର ମେରୁଦଣ୍ଡ ସାଙ୍ଗକୁ କଲରବୋନ ବି ଭାଙ୍ଗି ଯାଇଥିଲା। ତା ବାମ ହାତର ୨ଟି ସ୍ଥାନରେ ପୋଡ଼ା ଚିହ୍ନ ଥିଲା। ସମ୍ଭବତଃ ସିଗାରେଟ ଲାଇଟରରେ ପିଲାଟି ହାତରେ ଚେଙ୍କ ଲଗା ଯାଇଥିଲା।

ଏପରିକି ପିଲାଟିର ମୃତ୍ୟୁ ପରେ ସାମାନ୍ୟ ଥିବା ଷ୍ଟିଫନ ବୋଡ଼େନ ଓ ସାନନ ହସଖୁସିରେ ମାତି ଯାଇଥିବା ବେଳେ ଫିନେଲର ଜିନିଷ ଅନଲାଇନ୍‌ରେ ବିକ୍ରି କରିବାକୁ ଯୋଜନା କରିଥିଲେ। ଏପରିକି ଉଭୟ କ୍ରିସ୍‌ମାସ ଡିନର ପାଇଁ ବି ପ୍ଲାନିଂ ଚଳାଇଥିଲେ।

ଏହି ଘଟଣାରେ ପୁଲିସ୍‌ ଉଭୟଙ୍କୁ ଗିରଫ କରି ସାରିଛି। ଉକ୍ତ ମାମଲାର ଶୁଣାଣି କୋର୍ଟରେ ଚାଲିଥିବା ବେଳେ ଜଜ୍‌ ବି ପିଲାଟି ଉପରେ ହୋଇଥିବା ନିର୍ଯାତନା କଥା ଶୁଣି କାନ୍ଦି ପକାଇଥିଲେ। ହେଲେ ଉଭୟଙ୍କୁ ଦଣ୍ଡ ବିଧାନ ହୋଇ ନ ଥିବା ଜଣାଯାଇଛି।

Britain Child Death Child's Dead Body
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe