Advertisment

କୁଆଡ଼େ ଯିବେ ହସିନା? ଭିସା ରଦ୍ଦ କଲା ଆମେରିକା, ଶରଣ ଦେବାକୁ ରାଜି ନୁହେଁ ବ୍ରିଟେନ୍‌

ଶେଖ ହସିନା ତାଙ୍କ ଭଉଣୀ ରେହାନାଙ୍କ ସହ ଭାରତରୁ ଲଣ୍ଡନ ଯାଇ ସେଠାରେ ଆଶ୍ରୟ ନେବାକୁ ଯୋଜନା କରିଥିଲେ। କିନ୍ତୁ ତାଙ୍କର ଏହି ଯୋଜନା ଏବେ ବିଫଳ ହୋଇଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Sheikh Hasina

Sheikh Hasina

ବଢ଼ିଲା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ।  ସେ ଲଣ୍ଡନ ଯିବା ଆଶା ମଉଳିଲା। ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ପଦରୁ ଇସ୍ତଫା ଦେବା ପରେ ସେ ଦେଶ ଛାଡି ଭାରତରେ ଅଛନ୍ତି। ତେବେ ଭାରତରୁ ଲଣ୍ଡନକୁ ଯିବା ପାଇଁ ସେ ଯୋଜନା କରୁଥିଲେ। କିନ୍ତୁ ଏଥିରେ ବାଧା ସୃଷ୍ଟି ହୋଇଛି। ଶେଖ ହସିନାଙ୍କୁ ଶରଣ ଦେବାକୁ ଇଚ୍ଛୁକ ନୁହେଁ ବ୍ରିଟେନ୍‌। ଏବେ କୁଆଡେ ଯିବେ ହସିନା? ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ଏବେ ଆମେରିକା ମଧ୍ୟ ଶେଖ ହସିନାଙ୍କ ବାଟ ଓଗାଳିଛି। ତାଙ୍କ ଭିସା ରଦ୍ଦ କରିଦେଇଛି। 

Advertisment

ଶେଖ ହସିନା ତାଙ୍କ ଭଉଣୀ ରେହାନାଙ୍କ ସହ ଭାରତରୁ ଲଣ୍ଡନ ଯାଇ ସେଠାରେ ଆଶ୍ରୟ ନେବାକୁ ଯୋଜନା କରିଥିଲେ। କିନ୍ତୁ ତାଙ୍କର ଏହି ଯୋଜନା ଏବେ ବିଫଳ ହୋଇଛି। କାରଣ ବ୍ରିଟେନ୍‌ ତାଙ୍କୁ ଶରଣ ଦେବାକୁ ଇଚ୍ଛୁକ ନାହିଁ। ବ୍ରିଟେନ ସରକାର ସଙ୍କେତ ଦେଇଛନ୍ତି ଯେ ବାଂଲାଦେଶରେ ହିଂସାତ୍ମକ ବିରୋଧକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ତଦନ୍ତ ବିରୋଧରେ ହାସିନାଙ୍କୁ ବ୍ରିଟେନରେ କୌଣସି ଆଇନଗତ ସୁରକ୍ଷା ଦିଆଯାଇ ପାରିବ ନାହିଁ।

ସୋମବାର ବ୍ରିଟେନ୍‌ର ବୈଦେଶିକ ସଚିବ ଡେଭିଡ୍‌ ଲିମା କହିଥିଲେ ଯେ, ଗତ କିଛି ସପ୍ତାହ ମଧ୍ୟରେ ବାଂଲାଦେଶରେ ହିଂସା ତଥା ଜୀବନହାନୀ ଓ ସମ୍ପତ୍ତି ନଷ୍ଟ ହୋଇଥିବାର ଦେଖିବାକୁ ମିଳିଛି। ଦେଶର ଲୋକମାନେ ଜାତିସଂଘ ନେତୃତ୍ୱରେ ଏହି ଘଟଣାର ସମ୍ପୂର୍ଣ୍ଣ ତଥା ନିରପେକ୍ଷ ତଦନ୍ତ ପାଇଁ ହକଦାର।

Advertisment

ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ହାସିନା ଏକ C-130J ସାମରିକ ବିମାନରେ ହିଣ୍ଡାନ ଏୟାରବେସରେ ପହଞ୍ଚିଥିଲେ। ଏହା ପରେ ତାଙ୍କୁ ଅଜ୍ଞାତ ସ୍ଥାନକୁ ନିଆଯାଇଥିଲା। ସେଠାରେ କଡା ସୁରକ୍ଷା ମଧ୍ୟରେ ତାଙ୍କୁ ରଖାଯାଇଛି। ଦିନେ ଦୁଇ ଦିନ ଭିତରେ ସେ ଭାରତ ଛାଡ଼ି ପାରନ୍ତି। ଲଣ୍ଡନ ଆଶା ମଉଳିବା ପରେ ସେ ୟୁରୋପର କୌଣସି ଦେଶକୁ ଯାଇପାରନ୍ତି। ଏହାରି ଭିତରେ ଋଷରେ ଶରଣ ନେଇପାରନ୍ତି ଶେଖ୍ ହାସିନା ବୋଲି ଚର୍ଚ୍ଚା ହେଉଛି।

ବିଶେଷଜ୍ଞ କହିଛନ୍ତି ଯେ ଯେଉଁମାନେ ଆନ୍ତର୍ଜାତୀୟ ସୁରକ୍ଷା ଆବଶ୍ୟକ କରନ୍ତି ସେମାନେ ପ୍ରଥମେ ଏକ ସୁରକ୍ଷିତ ଦେଶରେ ଆଶ୍ରୟ ନେବା ଉଚିତ୍। ସୂତ୍ରରୁ ପ୍ରକାଶ ଯେ ହାସିନା ତାଙ୍କ ସମ୍ଭାବ୍ୟ ଭବିଷ୍ୟତ ପଦକ୍ଷେପ ବିଷୟରେ ଭାରତକୁ ସୂଚନା ଦେଇଛନ୍ତି। ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ହସିନାଙ୍କ ପରିବାର ସଦସ୍ୟ ମଧ୍ୟ ଫିନଲ୍ୟାଣ୍ଡରେ ଅଛନ୍ତି। ତେଣୁ ସେ ଉତ୍ତର ୟୁରୋପୀୟ ଦେଶକୁ ଯିବାର ବିକଳ୍ପ ଉପରେ ମଧ୍ୟ ବିଚାର କରୁଛନ୍ତି।

Sheikh Hasina Bangladesh Violence