Advertisment

ବରିଷ୍ଠ ମନ୍ତ୍ରୀଙ୍କୁ ବିଦା କଲେ ଋଷି ସୁନକ

ଋଷି ସୁନକ ତାଙ୍କର ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଏଲା ବ୍ରେବର୍‌ମ୍ୟାନ୍‌ଙ୍କୁ ବରଖାସ୍ତ କରିଛନ୍ତି।

British pm rishi sunak and suella braverman

British pm rishi sunak and suella braverman

Advertisment

ନିଜର ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ବିଦା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ। ପାଲେଷ୍ଟାଇନ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କର ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଏଲା ବ୍ରେବର୍‌ମ୍ୟାନ୍‌ଙ୍କୁ ବରଖାସ୍ତ କରିଛନ୍ତି। ଗତ ସପ୍ତାହରେ ସୁଏଲା ପାଲେଷ୍ଟାଇନ ବିରୋଧୀ ପୁଲିସର ପଦଯାତ୍ରା ବିଷୟରେ ଦେଇଥିବା ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଥିଲେ। ଏହି କାରଣରୁ ତାଙ୍କର ବିରୋଧରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସୁନକ।

Advertisment

ଉଲ୍ଲେଖଯୋଗ୍ୟ ବ୍ରିଟେନ୍‌ର ଭାରତୀୟ ବଂଶୋଦ୍ଦଭବ ମନ୍ତ୍ରୀ ସୁଏଲା ଶନିବାର ଦିନ ହୋଇଥିବା ଏକ ପଦଯାତ୍ରାରେ ପୁଲିସ୍‌ର ପରିଚାଳନାକୁ ନିନ୍ଦା କରି ଏକ ଆର୍ଟିକିଲ୍‌ ଲେଖିଥିଲେ। ଏଥିସହ ସୁନକଙ୍କ ଅନୁମତି ବିନା ଏଭଳି ମନ୍ତବ୍ୟ ଦେଇଥିଲେ। ତାଙ୍କର ଏଭଳି ଆଭିମୁଖ୍ୟ ଉତ୍ତେଜନାକୁ ବଢ଼ାଇବାରେ ସାହାଯ୍ୟ କରିଥିଲା ବୋଲି ଅଭିଯୋଗ ହୋଇଥିଲା। ସେ ଲେଖିଥିବା ଆର୍ଟିକଲେ ଦକ୍ଷିଣପନ୍ଥି ବିକ୍ଷୋଭକାରୀଙ୍କୁ ଲଣ୍ଡନର ରାଜରାସ୍ତାକୁ ଓହ୍ଲାଇବା ପାଇଁ ପ୍ରୋତ୍ସାହିତ କରିବ ବୋଲି କୁହାଯାଇଥିଲା। ଏହାପରେ ସୁନକ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ।

ପୂର୍ବରୁ ବି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ ସୁଏଲା। ସେ କହିଥିଲେ, ବ୍ରିଟିଶ-ପାକିସ୍ତାନୀମାନେ ଇଂଲଣ୍ଡରେ ସରଳ ଗୋରା ଝିଅମାନଙ୍କୁ ନିଶା ଦେଇ ସେମାନଙ୍କ ସହ ଦୁଷ୍କର୍ମ କରୁଛନ୍ତି। ସେମାନଙ୍କର କ୍ଷତି କରୁଛନ୍ତି। କେତେକ ବ୍ରିଟିସ ପାକିସ୍ତାନୀ ଇଂଲଣ୍ଡରେ ଶିଶୁ ଯୌନ ନିର୍ଯାତନା ନେଟ୍‌ୱର୍କ ଚଳାଇଛନ୍ତି ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି କହିଥିଲେ ସୁଏଲା।

Advertisment
British Pm Rishi Sunak Suella Braverman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe