Advertisment

ମଝି ଆକାଶରେ ବିମାନ ଇଞ୍ଜିନ୍‌ରେ ଲାଗିଲା ନିଆଁ, ଯାତ୍ରୀ ଛାନିଆ

ବିମାନରେ କ୍ରୁ ମେମ୍ବରଙ୍କ ସମେତ ମୋଟ ୭୬ ଜଣ ଯାତ୍ରୀ ଥିଲେ।

author-image
Madhupriya Mistry
Budhha Air Flight

Budhha Air Flight

ମଝି ଆକାଶରେ ଖେଳିଗଲା ଆତଙ୍କ। ବିମାନରେ ଇଞ୍ଜିନରେ ଲାଗିଲା ନିଆଁ। ଛାନିଆ ହୋଇଗଲେ ଯାତ୍ରୀ। କୌଣସି ଅଘଟଣ ଘଟିବା ପୂର୍ବରୁ ବିମାନକୁ ଏମରଜେନ୍ସିଂ ଲ୍ୟାଣ୍ଡିଂ କରାଇଲେ ପାଇଲଟ। ଫଳରେ ଅଳ୍ପେକ ବର୍ତ୍ତିଗଲା ଜୀବନ। ଏଭଳି କିଛି ଘଟଣା ଘଟିଛି ନେପାଳର ରାଜଧାନୀ କାଠମାଣ୍ଡୁରେ।

Advertisment

କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୁଦ୍ଧ ଏୟାରଲାଇନ୍ସର ଏକ ବିମାନ ଜରୁରୀ ଅବତରଣ କରିଛି। ବିମାନଟିର ଡାହାଣ ଇଂଜିନ୍‌ରେ ନିଆଁ ଲାଗିବା ପରେ ଏହାକୁ ଏମରଜେନ୍ସିଂ ଲ୍ୟାଣ୍ଡିଂ କରାଇଛନ୍ତି ପାଇଲଟ। ଏହି ବିମାନରେ କ୍ରୁ ମେମ୍ବରଙ୍କ ସମେତ ମୋଟ ୭୬ ଜଣ ଯାତ୍ରୀ ଥିଲେ।

ବୁଦ୍ଧ ଏୟାରଲାଇନ୍ସ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ବିମାନ ସଂଖ୍ୟା ୯୫୩ ଆଜି କାଠମାଣ୍ଡୁରୁ ଭଦ୍ରାପୁର ଯାଉଥିଲା। ତେବେ ମଝି ଆକାଶରେ ବିମାନର ଡାହାଣ ଇଂଜନିରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା। ଏହାପରେ ବିମାନଟିକୁ ପାଇଲଟ ସକାଳ ୧୧ଟା ୧୫ ମିନିଟ୍‌ରେ ତ୍ରିଭୁବନ ବିମାନ ବନ୍ଦରରେ ଏମରଜେନ୍ସିଂ ଲ୍ୟାଣ୍ଡିଂ କରାଇଥିଲେ। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

Advertisment

ଲ୍ୟାଣ୍ଡିଂ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବହାରକୁ ଅଣାଯାଇଥିଲା। ବର୍ତ୍ତମାନ ଟେକ୍‌ନିକାଲ ଟିମ୍‌ ବିମାନର ଯାଞ୍ଚ କରୁଛନ୍ତି। ଅନ୍ୟ ଏକ ବିମାନ ଯୋଗୁ ଭଦ୍ରାପୁରକୁ ଯାତ୍ରୀ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ବୁଦ୍ଧ ଏୟାରଲାଇନ୍ସ କହିଛି।

Budhha Air Flight Emergency Landing Nepal Kathmandu