Advertisment

ଆମେରିକାର ରାଷ୍ଟ୍ରପତି ନିର୍ବାଚନ: କିଏ କରିବ ହ୍ୱାଇଟ୍ ହାଉସ୍‌ରେ ଏଣ୍ଟ୍ରି ?

ମୈଦାନରେ ଅଛନ୍ତି ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟିର କମଳା ହାରିସ। ଜଣଙ୍କ ପାଖରେ ପୂର୍ବରୁ ରାଷ୍ଟ୍ରପତିର ଅଭିଜ୍ଞତା ରହିଛି ତ ଆଉ ଜଣେ ବର୍ତ୍ତମାନର ଉପରାଷ୍ଟ୍ରପତି। ତେଣୁ ପ୍ରାର୍ଥୀ ଭାବେ କେହି କାହାଠୁ କମ୍ ନୁହଁନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Kamla Harris and Donald Trump

Kamla Harris and Donald Trump

କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି। ହ୍ୱାଇଟ୍‌ ହାଉସ୍‌ରେ କିଏ କରିବ ଏଣ୍ଟ୍ରି? ଆଜି ଆମେରିକାର ରାଷ୍ଟ୍ରପତି ନିର୍ବାଚନ। ଭାରତୀୟ ସମୟ ଅପରାହ୍ଣ ସାଢେ ୪ଟାରୁ ବୁଧବାର ସକାଳ ସାଢେ ୬ଟା ଯାଏଁ ନିଆଯିବ ଭୋଟ୍। ମଙ୍ଗଳବାର ରାତି ସାଢେ ୨ଟାରୁ ଆରମ୍ଭ ହୋଇଯିବ ଏଗଜିଟ୍ ପୋଲ୍। ହେଲେ ଫାଇନାଲ ଫଳାଫଳ ଆସିବାକୁ ଲାଗିଯାଇପାରେ ଗୋଟିଏ ସପ୍ତାହର ସମୟ।

Advertisment

ମୈଦାନରେ ଅଛନ୍ତି ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟିର କମଳା ହାରିସ। ଜଣଙ୍କ ପାଖରେ ପୂର୍ବରୁ ରାଷ୍ଟ୍ରପତିର ଅଭିଜ୍ଞତା ରହିଛି ତ ଆଉ ଜଣେ ବର୍ତ୍ତମାନର ଉପରାଷ୍ଟ୍ରପତି। ତେଣୁ ପ୍ରାର୍ଥୀ ଭାବେ କେହି କାହାଠୁ କମ୍ ନୁହଁନ୍ତି। 

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ​​ଭୋଟ୍ ପାଇଁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏଭଳି ପରିସ୍ଥିତିରେ ଉଭୟ ଦଳ,ୟ ଡେମୋକ୍ରାଟିକ୍ ଏବଂ ରିପବ୍ଲିକାନ୍ ଜୋରଦାର ପ୍ରଚାର କରିଛନ୍ତି। ପେନସିଲଭାନିଆରେ କମଲା ହାରିସ୍ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ କରୁଛନ୍ତି। ପେନସିଲଭାନିଆ ହେଉଛି ଏକ ସ୍ୱିଙ୍ଗ ଷ୍ଟେଟ୍‌। କୁହାଯାଉଛି ଯେ ନୂତନ ରାଷ୍ଟ୍ରପତି ଏହି ରାଜ୍ୟ ଜିତିବା ପରେ ହିଁ ହ୍ୱାଇଟ୍‌ ହାଉସରେ ପହଞ୍ଚିଛନ୍ତି।

Advertisment

ସେପଟେ ଡୋନାଲ୍ଡ ଟ୍ରମ୍ପ ପିଟସବର୍ଗରେ  ରାଲି କରିଛନ୍ତି। ଅନ୍ୟପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ଆମେରିକାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଚାରିଆଡେ ଫୋର୍ସ ଛାଉଣି ହୋଇ ରହିଛନ୍ତି। ସେହିପରି ଭୋଟିଂ ସ୍ଥଳଗୁଡିକରେ ବୁଲେଟ୍‌ ପ୍ରୁଫ୍ କାଚର କାନ୍ଥ ଛିଡା କରାଯାଇଛି। 

ଆମେରିକାରେ ମୋଟ ୫୦ ରାଜ୍ୟ। ମୋଟ୍ ଇଲେକ୍ଟୋରାଲ୍ କଲେଜ ଭୋଟ୍ ୫୩୮। ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ। ତେବେ ଆମେରିକାରେ ଖେଳ ବିଗାଡି ପାରନ୍ତି ୭ ସ୍ୱିଙ୍ଗ ଷ୍ଟେଟ୍। ଏହି ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩। ଫଳ ପ୍ରକାଶ ପରେ ଜାନୁଆରୀ ୨୦ ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି।

USA Election US Presidential Election 2024