Advertisment

ଅଧା ରହିଗଲା ହଜ୍ ଯାତ୍ରା, ବସ୍‌ରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୨୦ ତୀର୍ଥଯାତ୍ରୀ

ଦୁର୍ଘଟଣାରେ ଅତି କମ୍‌ରେ ୨୯ ଜଣ ଆହତ ହୋଇଛନ୍ତି।

author-image
Madhupriya Mistry
Bus burst into Flames

Bus burst into Flames

ଅଧା ରହିଗଲା ହଜ୍ ଯାତ୍ରା। ଘଟିଲା ବଡ଼ ଦୁର୍ଘଟଣା। ପୋଲରେ ବାଡେଇ ହୋଇ ଓଲଟି ପଡିଲା ତୀର୍ଥ ଯାତ୍ରୀଙ୍କ ବସ୍। ପରେ ଦେଖୁ ଦେଖୁ ବସ୍‌ରେ ଲାଗିଗଲା ନଆଁ। ଏଥିରେ ଜୀବନ୍ତ ଜଳିଗଲେ ୨୦ ତୀର୍ଥଯାତ୍ରୀ। ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ସାଉଦି ଆରବର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ।

Advertisment

ପିଟିଆଇର ସୂଚନା ମୁତାବକ, ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଅତି କମ୍‌ରେ ୨୯ ଜଣ ଆହତ ହୋଇଛନ୍ତି। ୟେମେନ ସୀମାରେ ଥିବା ଦକ୍ଷିଣ-ପଶ୍ଚିମ ଦିଗରେ ଆସିର ପ୍ରଦେଶ ଦେଇ ତୀର୍ଥଯାତ୍ରୀ ବସ୍‌ଟି ଯାଉଥିବା ବେଳେ ବ୍ରେକ୍ ଫେଲ୍ ହେବା ଯୋଗୁ ଏହି ଦୁର୍ଘଟଣା ଘଟିଛି। 

ବସ୍‌ଟି ପ୍ରଥମେ ଏକ ପୋଲକୁ ବାଡେଇ ହୋଇ ରାସ୍ତା କଡକୁ ଓଲଟି ପଡିଥିଲା। ଏହାପରେ ଏଥିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଯୋଗୁଁ ଯାତ୍ରୀଙ୍କୁ ଉଦ୍ଧାର କରିବା ମୁସକିଲ୍ ହୋଇଥିଲା। ଫଳରେ ୨୦ ଯାତ୍ରୀ ଜୀବନ୍ତ ଜଳି ଯାଇଥିବା କୁହାଯାଉଛି। ଏଥିସହ ୨୯ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ଦମକଳବାହିନୀ ମଧ୍ୟ ବସ୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି। ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ।

Advertisment

ପୁଲିସ ମୁତାବକ, ବସ୍‌ରେ ଥିବା ସମସ୍ତ ଯାତ୍ରୀ ଉମ୍ରା କରିବାକୁ ଯାଉଥିଲେ। ସ୍ଥାନୀୟ ଲୋକଙ୍କ ସହ ବସ୍‌ରେ ବହୁ ବିଦେଶୀ ଯାତ୍ରୀ ମଧ୍ୟ ଥିଲେ। ତେବେ ବସ୍ ଭିତରେ କେଉଁ କେଉଁ ଦେଶର ଯାତ୍ରୀ ଥିଲେ ସେ ନେଇ କିଛି ସୂଚନା ମିଳିନାହିଁ। ଦୁର୍ଘଟଣା ବେଳେର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋଶାଲ ମିିଡିଆରେ ଭାଇରାଲ ହେବାରେ ଲାଗିଛି।  

Accident Bus