ନେପାଳରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୪୦ ଭାରତୀୟ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ବସ୍ ନଦୀକୁ ଖସି ପଡ଼ିଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ପ୍ରାୟ ୪୦ ଭାରତୀୟ ଯାତ୍ରୀ ପୋଖରାର ଏକ ରିସର୍ଟରେ ଥିଲେ। ସେମାନଙ୍କୁ ଧରି ବସ୍ଟି ପୋଖରାରୁ କାଠମାଣ୍ଡୁ ଅଭିମୁଖେ ଯାଉଥିଲା। ମାତ୍ର ଡ୍ରାଇଭରଜଣକ ଭାରସାମ୍ୟ ହରାଇବାରୁ ବସ୍ଟି ମାର୍ସାଙ୍ଗଗଡ଼ି ନଦୀକୁ ଖସି ପଡ଼ିଥିଲା।
ଖବର ପାଇ ନେପାଳ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରା ଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟ ବେଳେ ନଦୀରୁ ୧୪ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ୧୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
Also Read
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ହସ୍ପିଟାଲରେ ପିଟି ହୋଇଗଲା ହେଲିକପ୍ଟର, ୪ ମୃତ
ହେଲିକପ୍ଟରଟି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ବେଳେ ହସ୍ପିଟାଲ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ହେଁ ଘନ କୁହୁଡ଼ି ଯୋଗୁ ଏପରି ଘଟଣା ଘଟିଥିବା କୁହାଯାଉଛି।
International
ପାନାମା କେନାଲକୁ ନେଇ ଧମକ ଦେଲେ ଟ୍ରମ୍ପ, କହିଲେ…
ଯଦି ପାନାମା କେନାଲକୁ ଠିକ୍ ଭାବେ ପରିଚାଳନା କରାନଯାଏ, ତେବେ ଆମେରିକା ଏହାକୁ ନିଜ ଅକ୍ତିଆରକୁ ନେଇଯିବ ବୋଲି ଟ୍ରମ୍ପ କହିଛନ୍ତି।
International
କୁଏତ୍ରେ ଓଡ଼ିଆ ଶ୍ରମିକଙ୍କୁ ଭେଟିଲେ ମୋଦି, କହିଲେ- ଜୟ ଜଗନ୍ନାଥ
ପ୍ରଧାନମନ୍ତ୍ରୀ ଭାରତର ବିଭିନ୍ନ ରାଜ୍ୟରୁ ଆସି କୁଏତରେ କାମ କରୁଥିବା ଶ୍ରମିକଙ୍କୁ ଭେଟିଛନ୍ତି। ତାଙ୍କ ସହ ବସି ଖାଦ୍ୟ ମଧ୍ୟ ଖାଇଛନ୍ତି।
International
ଆରବୀ ଭାଷାରେ ରାମାୟଣ ଓ ମହାଭାରତ: ଅନୁବାଦକାରୀ ଓ ପ୍ରକାଶକଙ୍କୁ ଭେଟିଲେ ମୋଦି
କୁଏତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଦୁଇଟି ଗ୍ରନ୍ଥରେ ଜୟ ଶ୍ରୀରାମ ଓ ଜୟ ଶ୍ରୀକ୍ରିଷ୍ଣା ଲେଖିବା ସହ ସ୍ୱାକ୍ଷର ଦେଇଛନ୍ତି ମୋଦି।
International
ଟ୍ରକ୍କୁ ପିଟିଲା ବସ୍, ୩୮ ମୃତ
ବସ୍ରେ ମୋଟ ୪୫ ଜଣ ଯାତ୍ରୀ ଥିଲେ। ଟ୍ରକ୍କୁ ଧକ୍କା ହେବା ପରେ ବସ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।