Advertisment

ଜୁନ ୧୧ରେ ଜେଲରୁ ମୁକୁଳିବେ କି ଇମ୍ରାନ ଖାନ?

ଜୁନ ୧୧ରେ ଇମ୍ରାନ ଖାନଙ୍କୁ ଜାମିନ ମିଳିବାକୁ ଯାଉଥିବା ପିଟିଆଇର ମୁଖ୍ୟ ଗୋହର ଅଲୀ ଖାନ ଦାବି କରିଛନ୍ତି।

author-image
Hemant Lenka
Imran Khan

Imran Khan

୨୦୨୩ ମସିହା ଅଗଷ୍ଟ ମାସରୁ ବନ୍ଦୀ ଜୀବନ କାଟୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ସେ ଜୁନ ୧୧ରେ ଜେଲରୁ ମୁକୁଳିବେ ବୋଲି ତାଙ୍କ ଦଳ ପାକିସ୍ତାନ ତେହରିକ ଇ ଇନସାଫ ବା ପିଟିଆଇ ପକ୍ଷରୁ ଦାବି କରାଯାଇଛି। ଜୁନ ୧୧ରେ ଇମ୍ରାନ ଖାନଙ୍କୁ ଜାମିନ ମିଳିବାକୁ ଯାଉଥିବା ପିଟିଆଇର ମୁଖ୍ୟ ଗୋହର ଅଲୀ ଖାନ ଦାବି କରିଛନ୍ତି।

Advertisment

କିଛି ଦିନ ତଳେ ଜେଲରେ ଥିବା ଇମ୍ରାନ ଖାନ ନିଜକୁ ପିଟିଆଇର ସଂରକ୍ଷକ ମୁଖ୍ୟ ଭାବେ ଘୋଷଣା କରିଥିଲେ। ସେ ଜେଲର ୪ କାନ୍ଥ ମଧ୍ୟରେ ରହି ଦେଶବ୍ୟାପୀ ତାଙ୍କ ଦଳ କରିବାକୁ ଯାଉଥିବା ବିକ୍ଷୋଭର ନେତୃତ୍ୱ ନେବେ। ଏବେ ପିଟିଆଇ ମଧ୍ୟ ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଅଣ୍ଟା ଭିଡ଼ିଛି।

ଇମ୍ରାନ ଖାନଙ୍କ ଏପରି ଦାବି ପାକିସ୍ତାନ ଆର୍ମି ମୁଖ୍ୟ ଆସିମ ମୁନିରଙ୍କ ଚିନ୍ତା ବଢ଼ାଇ ଦେଇଛି। କାରଣ ଭାରତର ଅପରେସନ ସିନ୍ଦୂର ପରେ ମୁନିର ବ୍ୟାକଫୁଟରେ ରହିଛନ୍ତି। ଏପରି ସ୍ଥିତିରେ ଇମ୍ରାନ ଖାନଙ୍କ ଦଳ ଦେଶବ୍ୟାପୀ ବିକ୍ଷୋଭ ପାଇଁ ପ୍ରସ୍ତୁତ ହେବା ଓ ଇମ୍ରାନ ଖାନ ଜୁନ ୧୧ରେ ମୁକୁଳିବାର ସଙ୍କେତ ମିଳିବା, ତାଙ୍କ ଚିନ୍ତାକୁ ଦୁଇ ଗୁଣିତ କରି ଦେଇଛି। ସେ ଏବେ କ’ଣ କରିବେ, ସେହି ଚିନ୍ତାରେ ରହିଥିବା ଜଣାପଡ଼ିଛି।

Advertisment

ଇସଲାମାବାଦ ହାଇକୋର୍ଟ ଜୁନ ୧୧ରେ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଜିବିପି ୧୯୦ ମିଲିୟନ ଅଲ କାଦିର ଟ୍ରଷ୍ଟ ମାମଲାରେ ହୋଇଥିବା ଜେଲଦଣ୍ଡ ବିରୋଧୀ ଆବେଦନର ଶୁଣାଣି କରିବେ। ଏହି ମାମଲାରେ ସେମାନଙ୍କୁ ଜାମିନ ମିଳିବାର ଯଥେଷ୍ଟ ସମ୍ଭାବନା ଥିବା ଗୋହଲ ଅଲୀ ଖାନ ଦାବି କରିଛନ୍ତି। ତାଙ୍କ କହିବା କଥା ଯେ ଜୁନ ୧୧ ଖାନ ଦମ୍ପତିଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସେ ଆହୁରି କହିଛନ୍ତି ଯେ ଇମ୍ରାନ ଖାନଙ୍କୁ ଛାଡ଼ିବା ପାଇଁ ଏକାଧିକ ବୁଝାମଣାର ଅଫର ଆସିଥିଲା। କିନ୍ତୁ ପିଟିଆଇ କୌଣସି ବୁଝାମଣାକୁ ଗ୍ରହଣ କରିବ ନାହିଁ ବୋଲି ସେ ପୁଣି ସ୍ପଷ୍ଟ କରିଛନ୍ତି।

ଏକାଧିକ ମାମଲାର ସାମ୍ନା କରୁଥିବା ୭୨ ବର୍ଷୀୟ ଇମ୍ରାନ ଖାନ ଏବେ ରାୱଲପିଣ୍ଡିର ଆଦିଆଲା ଜେଲରେ ରହିଛନ୍ତି। ସେ ନିଜର ଗିରଫଦାରୀକୁ ୨୦୨୩ ଅଗଷ୍ଟରୁ ବେଆଇନ ବୋଲି କହି ଆସୁଥିଲେ ହେଁ କୋର୍ଟରୁ ଏଯାଏ ଆଶ୍ୱସ୍ତି ପାଇ ନାହାନ୍ତି।

Pakistan Imran Khan