ଭାରତ ସହିତ ଲମ୍ବା ସମୟ ପର୍ଯ୍ୟନ୍ତ ଲଢ଼ି ପାରିବ କି ପାକିସ୍ତାନ?

ପାକିସ୍ତାନର ଆର୍ଥିକ ସ୍ଥିତି ଭଲ ନାହିଁ। ଆଇଏମ୍‌ଏଫଠାରୁ ୭ ବିଲିୟନ ଡଲାରର ପାଣ୍ଠି ପାଇବା ପରେ ଏହାର ଆର୍ଥିକ ସ୍ଥିତିରେ ମଧ୍ୟମ ଧରଣର ଉନ୍ନତି ଆସୁଥିଲା। କିନ୍ତୁ ବର୍ତ୍ତମାନ ଏହାର ଆର୍ଥିକ ସ୍ଥିତି ଅସୁରକ୍ଷିତ ଓ ଅନିଶ୍ଚିତତା ଦେଇ ଗତି କରୁଛି।

Attack

ଆତଙ୍କବାଦୀଙ୍କ ଠିକଣାରେ ଭାରତର ଆକ୍ରମଣ

Jitendra Garnayak
  • Published: Friday, 09 May 2025
  • Updated: 09 May 2025, 06:54 PM IST

Sports

Latest News

ପହଲଗାମରେ ୨୬ ଜଣଙ୍କୁ ହତ୍ୟା କରାଯିବା ପରେ ଏହାର ପ୍ରତିଶୋଧ ନେବାକୁ ଯାଇ ପାକିସ୍ତାନରେ ଆତଙ୍କବାଦୀଙ୍କ ୯ଟି ଠିକଣା ଉପରେ ଭାରତ ‘ଅପରେସନ ସିନ୍ଦୂର’ ଜରିଆରେ ଆକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଯାଇଛି। ପାକିସ୍ତାନର ପ୍ରତିଟି ଆକ୍ରମଣର କଡ଼ା ଜବାବ ଦେଉଛି ଭାରତ। ଗତକାଲି ପାକିସ୍ତାନ ଜମ୍ମୁ ଓ କଶ୍ମୀରଠାରୁ ଆରମ୍ଭ କରି ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟର ବିଭିନ୍ନ ସହର ଉପରକୁ ମିସାଇଲ ଓ ଡ୍ରୋନରେ ଆକ୍ରମଣ କରିଥିଲା। କିନ୍ତୁ ପାକିସ୍ତାନର ଏହି ଆକ୍ରମଣଗୁଡ଼ିକୁ ଫଳପ୍ରଦ ହେବାକୁ ଦେଇ ନଥିଲା ଭାରତ। ତଥାପି ପାକିସ୍ତାନ ସୁଧୁରୁନି। ସୀମାରେ ବିଭିନ୍ନ ସ୍ଥାନରେ ଗୁଳିମାଡ଼ କରୁଛି। କିନ୍ତୁ ପ୍ରଶ୍ନ ଉଠୁଛି, ପାକିସ୍ତାନ କ’ଣ ଭାରତ ସହିତ ଏକ ବଡ଼ ଯୁଦ୍ଧ ଲଢ଼ିବାକୁ ସମର୍ଥ? ପାକିସ୍ତାନର ଆର୍ଥିକ ପରିସ୍ଥିତିକୁ ଦେଖିଲେ, ଏହି ପ୍ରଶ୍ନ ମନକୁ ଆସୁଛି।

ପାକିସ୍ତାନର ଆର୍ଥିକ ସ୍ଥିତି ଭଲ ନାହିଁ। ଆଇଏମ୍‌ଏଫଠାରୁ ୭ ବିଲିୟନ ଡଲାରର ପାଣ୍ଠି ପାଇବା ପରେ ଏହାର ଆର୍ଥିକ ସ୍ଥିତିରେ ମଧ୍ୟମ ଧରଣର ଉନ୍ନତି ଆସୁଥିଲା। କିନ୍ତୁ ବର୍ତ୍ତମାନ ଏହାର ଆର୍ଥିକ ସ୍ଥିତି ଅସୁରକ୍ଷିତ ଓ ଅନିଶ୍ଚିତତା ଦେଇ ଗତି କରୁଛି। ଅନ୍ୟପକ୍ଷରେ ଭାରତ ନିଜକୁ ବିଶ୍ୱର ପଞ୍ଚମ ବୃହତ୍ତ ଅର୍ଥନୀତିରେ ପରିଣତ କରିସାରିଛି। ଏହା ବିଶ୍ୱର ସବୁଠାରୁ ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ମଧ୍ୟ। କିନ୍ତୁ ପାକିସ୍ତାନ ବିଶ୍ୱର ୪୦ଟି ଶ୍ରେଷ୍ଠ ଅର୍ଥନୀତି ରାଷ୍ଟ୍ର ତାଲିକାରେ ନାହିଁ। ୨୦୨୩ରେ ପାକିସ୍ତାନ ପ୍ରାୟ ଦେବାଳିଆ ସ୍ଥିତିରୁ ଚାଲି ଯାଇଥିଲା। ଯଦି ଆଇଏମଏଫ, ବିଶ୍ୱ ବ୍ୟାଙ୍କ ଓ କିଛି ମିତ୍ର ରାଷ୍ଟ୍ରଙ୍କଠାରୁ ସହୟତା ପାଇ ନଥା’ନ୍ତା, ତା’ହେଲେ ଏହାର ଅର୍ଥନୀତି ଭୁଶୁଡ଼ି ପଡ଼ିଥା’ନ୍ତା। ଏଫ୍‌ଟିରେ ପ୍ରକାଶିତ ଏକ ସ୍ତମ୍ଭ ଅନୁସାରେ ୨୦୨୪ ଡିସେମ୍ବର ସୁଦ୍ଧା ପାକିସ୍ତାନର ବାହ୍ୟ ଋଣ ୧୩୧ ବିଲିୟନ ଡଲାରରୁ ଅଧିକ ହୋଇଯାଇଥିଲା ଯେତେବେଳେ କି ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ୧୦ ବିଲିୟନ ଥିଲା, ଯାହା ମାତ୍ର ୩ ମାସ ପାଇଁ ଆମଦାନୀ କରିବାର କ୍ଷମତା ରଖିଥିଲା।

ପାକିସ୍ତାନର ଅର୍ଥନୀତି ପ୍ରତି ବିଭିନ୍ନ ଦିଗରୁ ବିପଦ ଅଛି। ପାକିସ୍ତାନରେ କୃଷି କ୍ଷେତ୍ରରେ ପ୍ରାୟ ୪୦% ଲୋକ ନିୟୋଜିତ ହୋଇଛନ୍ତି। ଆତଙ୍କବାଦୀମାନେ ପହଲଗାମରେ ୨୬ ଜଣଙ୍କୁ ହତ୍ୟା କରିବା ପରେ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ କରି ଦେଇଥିବାରୁ ଏହାର ସିଧାସଳଖ ପ୍ରଭାବ ପାକିସ୍ତାନର ଚାଷୀମାନଙ୍କ ଉପରେ ପଡ଼ିବ।

ରାଜନୀତିକ ଅସ୍ଥିରତା ଯୋଗୁ ପାକିସ୍ତାନର ଅର୍ଥନୀତିର ଅବସ୍ଥା ଶୋଚନୀୟ ହୋଇଛି। ୨୦୨୨ ବନ୍ୟା ପରେ ଏହାର ଅର୍ଥନୀତି ପ୍ରଭାବିତ ହୋଇଥିଲା। ଯେକୌଣସି ପ୍ରକାରର ବଡ଼ ସଙ୍କଟ ଘଡ଼ିରେ ଏହାର ଅର୍ଥନୀତି ନଷ୍ଟ ହୋଇଯାଇପାରେ। ପାକିସ୍ତାନରୁ ଆମଦାନୀ ହେଉଥିବା ସମସ୍ତ ଦ୍ରବ୍ୟ ଉପରେ ବ୍ୟାନ ଲଗାଇ ଦେଇଛି ଭାରତ। ସେଠାରୁ ସିଧାସଳଖ ବା ଅନ୍ୟ କୌଣସି ଦେଶର ଦେଇ କୌଣସି ସମାଗ୍ରୀ ଭାରତକୁ ଆସିପାରିବ ନାହିଁ ବୋଲି ସରକାର କହିଛନ୍ତି। ପୋଷ୍ଟାଲ ଓ ପାର୍ସଲ ସେବା ଯୋଗେ ମଧ୍ୟ ପାକିସ୍ତାନରୁ କୌଣସି ଜିନିଷ ଭାରତକୁ ଆସିପାରିବ ନାହିଁ ବୋଲି କହିଛନ୍ତି ସରକାର। ପାକିସ୍ତାନରେ ପଞ୍ଜୀକୃତ ହୋଇଥିବା ଜାହାଜଗୁଡ଼ିକ ଭାରତର କୌଣସି ବନ୍ଦରକୁ ବ୍ୟବହାର କରିପାରିବେ ନାହିଁ ବୋଲି କୁହାଯାଇଛି। ଭାରତ ପରୋକ୍ଷ ଆମଦାନୀକୁ ବ୍ୟାନ୍ କରିଥିବାରୁ ପାକିସ୍ତାନ ଉପରେ ଏହାର ଗଭୀର ପ୍ରଭାବ ପଡ଼ିବ। ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରତ୍ୟକ୍ଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଖୁବ୍ ସୀମିତ ହୋଇଥିବା ବେଳେ ତୃତୀୟ ରାଷ୍ଟ୍ର ଦେଇ ବ୍ୟାପକ କାରବାର ହୋଇଥାଏ। ଏକ ରିପୋର୍ଟ ଅନୁଯାୟୀ, ତୃତୀୟ ରାଷ୍ଟ୍ର ଦେଇ ପାକିସ୍ତାନରୁ ଭାରତକୁ ବର୍ତ୍ତମାନ ୫୦୦ ମିଲିୟନ ଡଲାରର ଡ୍ରାଏ ଫ୍ରୁଟ୍‌ ଓ ବିଭିନ୍ନ ରସାୟନିକ ପଦାର୍ଥ ସମେତ ଅନ୍ୟାନ୍ୟ ଜିନିଷ ଆସିଥାଏ।

ପାକିସ୍ତାନ ଏବେ ଆଇଏମ୍‌ଏଫଠାରୁ ୧.୩ ବିଲିୟନ ଡଲାରର ଋଣ ପାଇବାକୁ ପ୍ରୟାସ ଚଲାଇଛି। ଏନେଇ ଆଗାମୀ ବୋର୍ଡ ବୈଠକରେ ନିଷ୍ପତ୍ତି ହେବାକୁ ଥିବା ବେଳେ ଭାରତ ଏହାକୁ କଡ଼ା ବିରୋଧ କରିବ ବୋଲି କହିଛି। ପାକିସ୍ତାନକୁ ୧.୩ ବିଲିୟନ ଡଲାର ଋଣ ଦିଆଯିବ କି ନାହିଁ ବୋଲି ତର୍ଜମା କଲା ବେଳେ ଦିଆଯାଇଥିବା ୭ ବିଲିୟନ ଡଲାରର ହିସାବ ମଗାଯିବ। ପ୍ରଭାବଶାଳୀ ନୀତି ଆପଣାଇ ଅର୍ଥନୀତିକୁ ଦୃଢ଼ କରିବା ପାଇଁ ପାକିସ୍ତାନକୁ ଏହି ଅର୍ଥ ଦିଆଯାଇଥିଲା। ଏହି ୭ ବିଲିୟନ ଡଲାରକୁ ଆଇଏମଏଫ ପର୍ଯ୍ୟାୟକ୍ରମେ ପାକିସ୍ତାନକୁ ଦେଇଥିଲା।

ବିଶ୍ୱ କ୍ରେଡିଟ୍ ରେଟିଂ ସଂସ୍ଥା ମୁଡିସ୍‌ କହିଛି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ହେଲେ ପାକିସ୍ତାନର ଅର୍ଥନୀତିକ ବିକାଶ ପ୍ରଭାବିତ ହେବ। ମୁଡିସ୍‌ କହିଛି ଯେ ଆଇଏମଏଫର କାର୍ଯ୍ୟକ୍ରମଗୁଡ଼ିକ ଯୋଗୁ ଭାରତର ଆର୍ଥିକ ସ୍ଥିତିରେ ଟିକେ ଉନ୍ନତି ପରିଲକ୍ଷିତ ହେଉଥିବା ବେଳେ ବର୍ତ୍ତମାନର ଲଢ଼େଇ ପାକିସ୍ତାନକୁ କ୍ଷତିରେ ପକାଇବ। ଏହା ପାକିସ୍ତାନର ବିଦେଶୀ ପାଣ୍ଠିକୁ ହ୍ରାସ କରି ଦେବ ଓ ଏହାର ବୈଦେଶିକ ମୁଦ୍ରା ପାଣ୍ଠି ଉପରେ ଚାପ ପକାଇବ, ଯାହା ଏବେ ବି ଆବଶ୍ୟକତାଠାରୁ ଖୁବ୍ କମ୍ ରହିଛି ଓ ଆସନ୍ତା କିଛି ବର୍ଷ ପାକିସ୍ତାନ ଏହାର ବାହ୍ୟ ଋଣ ପରିଶୋଧ କରିବାରେ ସମର୍ଥ ହେବ ନାହିଁ। ମୁଡିସ୍‌ ଆହୁରି କହିଛି ଯେ ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁ ସ୍ଥିତି ଉପୁଜିଛି, ତାହା ଆହୁରି ବଢ଼ିଲେ ଉଭୟ ଦେଶ ପାଇଁ ଭଲ ହେବ ନାହିଁ। ପହଲଗାମ ଆକ୍ରମଣ ପରଠାରୁ ପାକିସ୍ତାନର ଷ୍ଟକ ମାର୍କେଟ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରୁଛି। ସେହିପରି ଲଢ଼େଇ ଯୋଗୁ ଏବେ ପାକିସ୍ତାନରେ ଚାଲିଥିବା ଆଇଏମ୍‌ଏଫ ପ୍ରୋଜେକ୍ଟଗୁଡ଼ିକ ମଧ୍ୟ ବାଧାପ୍ରାପ୍ତ ହେବ। ଆର୍ଥିକ ସହାୟତା ପାଇଁ ଚୀନ ଉପରେ ପାକିସ୍ତାନର ନିର୍ଭର ବଢ଼ି ବଢ଼ି ଚାଲିଛି। ନିକଟରେ ଏହା ଚୀନଠାରୁ ୨ ବିଲିୟନ ଡଲାରର ଋଣ ପାଇଥିଲା। ଏହା ଦ୍ୱାରା ପଶ୍ଚିମ ରାଷ୍ଟ୍ରଗୁଡ଼ିକ ସହିତ ପାକିସ୍ତାନର ସଂପର୍କ ଖରାପ ହୋଇପାରେ। ବିଶେଷ କରି ଆମେରିକା ସହିତ ଏହାର ସଂପର୍କ ଖରାପ ହୋଇପାରେ। ଏସବୁ ସ୍ଥିତିକୁ ଦେଖିଲେ, ପାକିସ୍ତାନ ପାଇଁ ଏକ ସ୍ପଷ୍ଟ ବାର୍ତ୍ତା ଯାଉଛି ଯେ ଯଦି ଏହା ତା’ର ଅର୍ଥନୀତିକୁ ବଞ୍ଚାଇବାକୁ ଚାହୁଁଛି, ତା’ହେଲେ ଭାରତ ସହିତ ଉତ୍ତେଜନାକୁ ବଢ଼ାଇବାକୁ କ୍ଷାନ୍ତ ରହୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story