Advertisment

ଭାରତ ପରେ ଆଉ ଏକ ଦେଶରେ ବ୍ୟାନ୍ ହେଲା ଟିକ୍‌ଟକ୍‌

ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି କାନାଡା ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

TikTok

TikTok

Advertisment

ପୁଣି ବ୍ୟାନ୍ ହେଲା ଚାଇନା ଆପ୍ ଟିକ୍ ଟକ୍। ଆମେରିକା, ବ୍ରଟେନ୍ ଓ ଭାରତ ପରେ କାନାଡା ଏହି ସର୍ଟ-ଫର୍ମ ଭିଡିଓ ଚାଇନା ଆପ୍ ଟିକ୍‌ଟକ୍ ଉପରେ ପ୍ରତିବନ୍ଧକ ଲଗାଇଛି। ଏନେଇ ସୋମବାର କାନାଡା ସରକାର ପକ୍ଷରୁ ଘୋଷଣା କରାଯାଇଛି। 

Advertisment

ସରକାରୀ ଦ୍ୱାରା ଜାରି କରାଯାଇଥିବା ଉପକରଣ ଉପରେ କାନାଡା ଏହି ପ୍ରତିବନ୍ଧକ ଲଗାଇଛି। କାନାଡା କହିଛି ଯେ ଏହି ଆପ୍ ଗ୍ରହଣୀୟ ନୁହେଁ। ଏହା ଗୋପନୀୟତା ଏବଂ ସୁରକ୍ଷା ପାଇଁ ବିପଦ। 

ମିଡିଆ ରିପୋର୍ଟ ଅନୁଯାୟୀ, ଟିକ୍‌ଟକ୍‌ ଉପରେ ଲାଗୁ ହୋଇଥିବା ଏହି ନିଷେଧାଦେଶ ୨୮ ଫେବ୍ରୁଆରୀ ତଥା ଆଜିଠାରୁ ହିଁ କାର୍ଯ୍ୟକାରୀ ହେବ। ସରକାରଙ୍କ ଦ୍ୱାରା ଦିଆଯାଇଥିବା ମୋବାଇଲ୍ ଉପକରଣଗୁଡ଼ିକରୁ ଟିକଟକକୁ ହଟାଇ ଦିଆଯିବ। ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି କାନାଡା ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Advertisment

କାନାଡା ସରକାର ଏକ ବୟାନରେ କହିଛନ୍ତି, ମଙ୍ଗଳବାରଠାରୁ ମୋବାଇଲ ଉପକରଣରୁ ଟିକଟକ ଆପ୍ଲିକେସନକୁ ହଟାଇ ଦିଆଯିବ। ଭବିଷ୍ୟତରେ ଏହି ଆପର ବ୍ୟବହାରକାରୀଙ୍କୁ ଆପ୍ଲିକେସନ ଡାଉନଲୋଡ କରିବାକୁ ରୋକି ଦିଆଯିବ। ଆମେରିକା ପରେ କାନାଡା ସରକାର ମଧ୍ୟ ଡାଟା ସମ୍ବନ୍ଧୀୟ ଚିନ୍ତାକୁ ନେଇ ସରକାରୀ ଉପକରଣରେ ଟିକଟିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି।

ଟିକଟକର ସମୀକ୍ଷା ପରେ କାନାଡାର ମୁଖ୍ୟ ସୂଚନା ଅଧିକାରୀ କହିଛନ୍ତି ଏହା ଗୋପନୀୟତା ଓ ସୁରକ୍ଷା ଦୃଷ୍ଟିରୁ ଚିନ୍ତାଜନକ। ଟ୍ରେଜେରି ବୋର୍ଡର ଅଧ୍ୟକ୍ଷ ମୋନା ଫୋର୍ଟିୟରଙ୍କ ବୟାନରେ କୁହାଯାଇଛି, ଏହି ନିଷ୍ପତ୍ତି ଆମ ଅନ୍ତରାଷ୍ଟ୍ରୀୟ ଭାଗିଦାରୀର ଅନୁରୂପ। 

ଟିକ୍‌ଟକ୍‌କୁ ନେଇ ଅନେକ ଦେଶରେ ଟଣାଓଟରା ପରିସ୍ଥିତି ଲାଗି ରହିଛି। ନିକଟରେ କାନାଡା ଭଳି ଆମେରିକାରେ ମଧ୍ୟ ଟିକ୍‌ଟକ ବିରୋଧରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ୟୁରୋପୀୟ କମିଶନଙ୍କ ଦ୍ୱାରା ଟିକ୍‌ଟକ୍‌କୁ ନିଜ ଡିଭାଇସ୍‌ରୁ ହଟାଇ ଦିଆଯାଇଥିଲା।  

Canada Tik Tok
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe