Advertisment

ଖଲିସ୍ତାନୀ ଆତଙ୍କୀ ପନ୍ନୁର ଘନିଷ୍ଠ ସହଯୋଗୀ ଇନ୍ଦରଜିତ ଗିରଫ

ଜୁନ ୨୦୨୩ରେ ହରଦୀପ ସିଂହ ନିଜାରର ମୃତ୍ୟୁପରେ ଆମେରିକା ଭିତ୍ତିକ ଖଲିସ୍ତାନୀ ସଂଗଠନ ଶିଖ ଫର ଜଷ୍ଟିସ ବା ଏସଜେଏଫର କାନାଡା ଆୟୋଜକ ଭାବେ କାମ କରୁଥିଲା ଇନ୍ଦରଜିତ।

SJF

SJF

Advertisment

ଭାରତକୁ ସବୁବେଳେ ଧମକ ଦେଉଥିବା କୁଖ୍ୟାତ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ବଡ଼ ଝଟକା। ପନ୍ନୁର ଘନିଷ୍ଠ ସହଯୋଗୀ ତଥା ଖଲିସ୍ତାନୀ ଆତଙ୍କବାଦୀ ଇନ୍ଦରଜିତ ସିଂହ ଗୋସାଲ ଗିରଫ। କାନାଡାରେ ତା’କୁ ଗିରଫ କରାଯାଇଛି। ଜୁନ ୨୦୨୩ରେ ହରଦୀପ ସିଂହ ନିଜାରର ମୃତ୍ୟୁପରେ ଆମେରିକା ଭିତ୍ତିକ ଖଲିସ୍ତାନୀ ସଂଗଠନ ଶିଖ ଫର ଜଷ୍ଟିସ ବା ଏସଜେଏଫର କାନାଡା ଆୟୋଜକ ଭାବେ କାମ କରୁଥିଲା ଇନ୍ଦରଜିତ।

Advertisment

ଏବେ ତା’କୁ ବେଆଇନ ଭାବେ ବନ୍ଧୁକ ରଖିବା ଓ ଅନ୍ୟ ଦଫାରେ ଓଟ୍ଟାୱାରେ ଗିରଫ କରାଯାଇଛି। ଗତ ସପ୍ତାହରେ ଭାରତ-କାନାଡା ପରସ୍ପର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଘୋଷଣା କରିବା ପରେ ଏପରି ଗିରଫଦାରୀ ହୋଇଛି।

ବର୍ଷକ ମଧ୍ୟରେ ଦ୍ୱିତୀୟ ଥର ଗିରଫ

୩୬ ବର୍ଷୀୟ ଇନ୍ଦରଜିତ ଗୋଟିଏ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ କାନାଡାରେ ଗିରଫ ହୋଇଛି। ଗତ ନଭେମ୍ବର ମାସରେ ଗ୍ରେଟେର ଟୋରୋଣ୍ଟୋ ଏରିଆ ବା ଜିଟିଏ ସ୍ଥିତ ଗୋଟିଏ ହିନ୍ଦୁ ମନ୍ଦିରରେ ହିଂସାକାଣ୍ଡ ପାଇଁ ତା’କୁ ଗିରଫ କରାଯାଇଥିଲା। କିନ୍ତୁ ସର୍ତ୍ତମୂଳକ ଜାମିନ ବଳରେ ପୀଲ ରିଜନାଲ ପୁଲିସ୍‌ ତା’କୁ ଖଲାସ କରିଥିଲା। ସେତେବେଳେ ଅଧିକାରୀମାନେ ଇନ୍ଦରଜିତକୁ ସାମାଜିକ କର୍ମୀ ବୋଲି କହିଥିଲେ। ହେଲେ ଏବେ ତା’କୁ ପୁଣି ଗିରଫ କରାଯାଇଛି।

Advertisment

ପନ୍ନୁର ଡାହାଣ ହାତ ହେଉଛି ଇନ୍ଦରଜିତ

ଇନ୍ଦିରଜିତ ସିଂହ ଗୋସାଲ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଅତ୍ୟନ୍ତ ଘନିଷ୍ଠ। ପନ୍ନୁ ହେଉଛି ଭାରତରେ ବ୍ୟାନ ହୋଇଥିବା ଶିଖ ଫର ଜଷ୍ଟିସର ମୁଖିଆ। କାନାଡାରେ ସଂଗଠନର ଦାୟିତ୍ୱ ଇନ୍ଦରଜିତ କାନ୍ଧରେ ରହିଛି। ସେ ପନ୍ନୁର ପିଏସ୍‌ଓ ଭାବେ ମଧ୍ୟ କାର୍ଯ୍ୟ କରେ। ପନ୍ନୁ ପାଖରେ ଉଭୟ କାନାଡା ଓ ଆମେରିକାର ନାଗରିକତା ରହିଛି।

ହେଲେ ବାସ୍ତବରେ ତା’ର ଜନ୍ମ ପଞ୍ଜାବରେ ହୋଇଥିଲା। ୨୦୨୦ ଜୁନ ମାସରେ ଭାରତ ସରକାରଙ୍କ ପନ୍ନୁକୁ ଆତଙ୍କବାଦୀ ଘୋଷଣା କରାଯାଇଥିଲା। ଏହାର ବର୍ଷକ ପୂର୍ବରୁ ତା’ ସଂଗଠନକୁ ଭାରତରେ ବ୍ୟାନ କରାଯାଇଥିଲା। ପନ୍ନୁ ଓ ତା’ ସଂଗଠନ ବିରୋଧରେ ୧୦୦ରୁ ଅଧିକ ମାମଲା ରହିଛି।

Khalistan Khalistani Terrorist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe