Advertisment

କାନାଡାରେ ଟାର୍ଗେଟ୍‌ କିଲିଂ, ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା

୨୮ ବର୍ଷୀୟ ଯୁବରାଜ କାନାଡାରେ ପାଠ ପଢ଼ିବା ସହ ଜଣେ ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ଭାବରେ କାର୍ଯ୍ୟ କରୁଥିଲେ।

Indian Student Shot Dead

Indian Student Shot Dead

Advertisment

ପୁଣି ବିଦେଶରେ ଗଡିଲା ଆଉ ଜଣେ ଭାରତୀୟଙ୍କ ମୁଣ୍ଡ। କାନାଡାରେ ହେଲା ଟାର୍ଗେଟ୍ କିଲିଂ। ପଞ୍ଜାବ ଲୁଧିଆନାରା ପଢ଼ିବା ପାଇଁ କାନାଡା ଯାଇଥିବା ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ।

Advertisment

ମୃତ ଛାତ୍ର ଜଣକ ହେଲେ ଯୁବରାଜ ଗୋଏଲ। ସେ ୨୦୧୯ ମସିହାରେ ଭିସା ନେଇ କାନାଡାରେ ପହଞ୍ଚିଥିଲେ। ନିକଟରେ ସେ କାନଡୀୟ ସ୍ଥାୟୀ ବାସିନ୍ଦା ମାନ୍ୟତା ପାଇଥିଲେ। ଜୁନ୍ ୭ ତାରିଖ ସକାଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୁରେ ପୁଲିସ ବ୍ରିଟିଶ କଲମ୍ବିଆର ସୁରେ ସ୍ଥିତ ୧୬୪ ଷ୍ଟ୍ରିଟ୍ର ୯୦୦-ବ୍ଲକରେ ଗୁଳି ବିନିମୟ ଖବର ପାଇଥିଲା। ସେଠାରେ ପହଞ୍ଚିବା ପରେ ଅଧିକାରୀମାନେ ଯୁବରାଜଙ୍କ ମୃତଦେହ ପାଇଥିଲେ। ଏହି ମାମଲାରେ ପୁଲିସ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି।

ତେବେ ପ୍ରାଥମିକ ତଦନ୍ତରୁ ଯୁବରାଜଙ୍କୁ ଟାର୍ଗେଟ୍‌ କରି ଗୁଳି ମାଡ କରାଯାଇଥିବା ପୁଲିସ କହିଛି। ଯୁବରାଜଙ୍କର କୌଣସି ଅପରାଧିକ ରେକର୍ଡ ନଥିଲା କି କାହା ସହ ତାଙ୍କର କୌଣସି ଶତ୍ରୁତା ନଥିଲା। ତେବେ ତାଙ୍କୁ କାହିଁକି ହତ୍ୟା କରାଗଲା ତାହା ଜାଣିବା ପାଇଁ ଅନୁସନ୍ଧାନ ଜାରି ରହିଛି ବୋଲି ରୟାଲ କାନାଡୀୟ ପୁଲିସ କହିଛି।

Advertisment

ସୂଚନା ମୁତାବକ, ୨୮ ବର୍ଷୀୟ ଯୁବରାଜ କାନାଡାରେ ପାଠ ପଢ଼ିବା ସହ ଜଣେ ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ବାପା ରାଜେଶ ଗୋଏଲ ଏକ କାଠ ବ୍ୟବସାୟ କରୁଥିବାବେଳେ ତାଙ୍କ ମା ଶକୁନ ଗୋଏଲ ଜଣେ ଗୃହିଣୀ ଅଟନ୍ତି। ଯୁବରାଜ ତାଙ୍କର ଏକମାତ୍ର ପୁଅ ଥିଲେ। ଏବେ ପୁଅର ମୃତ୍ୟୁ ଖବର ପାଇବା ପରେ ତାଙ୍କ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

Indian Student Shot Dead Canada Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe