Advertisment

ଇସ୍ତଫା ଘୋଷଣା କଲେ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ

ଟ୍ରୁଡୋଙ୍କୁ ତାଙ୍କ ଦଳ ଲିବେରାଲ ପାର୍ଟି ଭିତରୁ ବିରୋଧରୁ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦୀର୍ଘ ୯ ବର୍ଷ ହେଲାଣି ସେ କାନାଡାର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ।

ଅଦ୍ୟତନ ହୋଇଛି
Justin Trudeau

Justin Trudeau

Advertisment

କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି। ସେ ଶାସକ ଦଳ ଲିବେରାଲ ପାର୍ଟି ଓ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ। କିନ୍ତୁ ତାଙ୍କ ଉତ୍ତରାଧିକାରୀ ଚୟନ ହେବା ପରେ ହିଁ ସେ ଇସ୍ତଫା ଦେବେ ବୋଲି ଆଜି ଘୋଷଣା କରିଛନ୍ତି।

Advertisment

ଟ୍ରୁଡୋଙ୍କୁ ତାଙ୍କ ଦଳ ଲିବେରାଲ ପାର୍ଟି ଭିତରୁ ବିରୋଧରୁ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦୀର୍ଘ ୯ ବର୍ଷ ହେଲାଣି ସେ କାନାଡାର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ହେଲେ ଖଲିସ୍ତାନ ନେତାଙ୍କ ପ୍ରତି ତାଙ୍କର ଅହେତୁକ ଭଲ ପାଇବା ତାଙ୍କୁ ବିବାଦ ଘେରକୁ ନେଇଥିଲା। ଭାରତ ପକ୍ଷରୁ ଏହାକୁ ବିରୋଧ କରାଯିବାରୁ ଉଭୟ ଦେଶ ମଧ୍ୟରେ କୂଟନୀତିକ ବିବାଦ ଆରମ୍ଭ ହୋଇଥିଲା।

ସେହିପରି ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଟ୍ରୁଡୋଙ୍କୁ ଆହୁରି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ନେତୃତ୍ୱ ପରିବର୍ତ୍ତନ ପାଇଁ ଦଳ ଭିତରୁ ସ୍ୱର ତୀବ୍ର ହୋଇଥିଲା। ଦିନକୁ ଦିନ ତାଙ୍କ ବିରୋଧରେ ବିଦ୍ରୋହ ବଢ଼ୁଥିବାରୁ ଆଜି ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି।

Advertisment

ସେ କହିଛନ୍ତି, “ମୁଁ ଦଳର ନେତା ଓ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଦଳ ନୂଆ ନେତାଙ୍କୁ ବାଛିବା ପରେ ମୁଁ ଇସ୍ତଫା ଦେବି। ଆସନ୍ତା ନିର୍ବାଚନରେ ଦେଶ ନିଜ ପସନ୍ଦର ନେତାଙ୍କୁ ବାଛିବ। ମୁଁ ଯଦି ଆଭ୍ୟନ୍ତରୀଣ ଯୁଦ୍ଧ ବିରୋଧରେ ଲଢ଼ିବି, ତା’ହେଲେ ନିର୍ବାଚନରେ ମୁଁ ଶ୍ରେଷ୍ଠ ବିକଳ୍ପ ହୋଇପାରିବି ନାହିଁ। ମୁଁ ଜଣେ ଯୋଦ୍ଧା। ମୋ ଶରୀରରେ ଥିବା ପ୍ରତିଟି ହାଡ଼ ମୋତେ ସବୁବେଳେ ଲଢ଼େଇ କରିବାକୁ କୁହନ୍ତି। କାରଣ ମୁଁ ସବୁବେଳେ କାନାଡାବାସୀଙ୍କ କଥା ଭାବିଥାଏ। 

କାମ କରିବା ପାଇଁ ସବୁ ପ୍ରକାରର ଚେଷ୍ଟା ସତ୍ତ୍ୱେ ସଂସଦକୁ ଦୀର୍ଘ ମାସ ଯାଏ ଅଚଳ କରି ଦିଆଗଲା। ଏହି କାରଣ ପାଇଁ ମୁଁ ଆଜି ସକାଳେ ଗଭର୍ଣ୍ଣ ଜେନେରାଲଙ୍କୁ କହିଥିଲି ଯେ ଆମେ ସଂସଦର ଗୋଟିଏ ନୂଆ ଅଧିବେଶନ ଚାହୁଁଛୁ। ସେ ମଧ୍ୟ ଏହାକୁ ଗ୍ରହଣ କରିଥିଲେ।”

ଆଜି ଇସ୍ତଫା ଘୋଷଣା କରିଥିବା ୫୩ ବର୍ଷୀୟ ଟ୍ରୁଡୋ ନୂଆ ନେତା ଚୟନ ହେବା ଯାଏ କାମଚଳା ପ୍ରଧାନମନ୍ତ୍ରୀ ଭାବେ କାନାଡାକୁ ଶାସନ କରିବେ। ଏହାପରେ ସେ ପ୍ରଧାନମନ୍ତ୍ରୀ ପଦରୁ ବିଦାୟ ନେବେ।

Justin Trudeau Resignation Canada Prime Minister Justin Trudeau
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe