Advertisment

କାନାଡାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା, ପୂଜକ ନିଲମ୍ବିତ

ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଉକ୍ତ ମନ୍ଦିରର ପୂଜକଙ୍କୁ ନିଲମ୍ବିତ କରିଛନ୍ତି। ନିଜ ଭାଷଣ ମାଧ୍ୟମରେ ହିଂସା ଉସୁକାଇବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା କାନାଡ଼ା ପକ୍ଷରୁ କୁହାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Canada Temple

Canada Temple

ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। କାନାଡାର ବ୍ରମ୍ପଟନ୍‌ରେ ଥିବା ହିନ୍ଦୁ ସଭା ମନ୍ଦିରରେ ଥିବା ଭକ୍ତଙ୍କ ଉପରେ ଗତ ୩ ତାରିଖରେ ଖଲିସ୍ତାନୀଙ୍କ ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ଏହି ଘଟଣାରେ କାନଡା ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଉକ୍ତ ମନ୍ଦିରର ପୂଜକଙ୍କୁ ନିଲମ୍ବିତ କରିଛନ୍ତି। ନିଜ ଭାଷଣ ମାଧ୍ୟମରେ ହିଂସା ଉସୁକାଇବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା କାନାଡ଼ା ପକ୍ଷରୁ କୁହାଯାଇଛି। 

Advertisment

ଗତ ୩ ତାରିଖରେ କାନାଡାର ବ୍ରାମ୍ପଟନ୍‌ ସହରରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଥିଲା। ଖଲିସ୍ତାନୀ ସମର୍ଥକମାନେ ଠେଙ୍ଗା ବାଡ଼ି ଧରି ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଥିବା ଭକ୍ତମାନଙ୍କୁ ସେମାନେ ପ୍ରବଳ ମାଡ଼ ମଧ୍ୟ ମାରିଥିଲେ। ହମ୍‌ଲା ସମୟରେ ଆକ୍ରମଣକାରୀମାନେ ଖଲିସ୍ତାନୀ ପତକା ଦେଖାଇଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା। ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। 

କାନାଡା ବ୍ରଡକାଷ୍ଟିଂ କର୍ପୋରେସନ ପକ୍ଷରୁ କୁହାଯାଇଛି, ପ୍ରଦର୍ଶନକାରୀଙ୍କ ସହ ଗତ ରବିବାର ପୂଜାରୀଙ୍କ ମଧ୍ୟରେ ବିବାଦୀୟ ବୟାନବାଜି ହେତୁ ତାଙ୍କୁ ନିଲମ୍ବିତ କରାଯାଇଛି। କିନ୍ତୁ ଏନେଇ କିଛି ବିସ୍ତୃତ ସୂଚନା ମିଳି ପାରିନି।

Advertisment

ଏନେଇ କାନାଡାର ବ୍ରେମ୍ପଟନ ମେୟର ପୈଟ୍ରିକ୍‌ ବ୍ରାଉନ୍‌ କହିଛନ୍ତି, କାନାଡାରେ ରହୁଥିବା ହିନ୍ଦୁ ଓ ଶିଖ ସମ୍ପ୍ରଦାୟଙ୍କ ମଧ୍ୟରେ ସଦଭାବନା ବଜାୟ ରଖିବା ଆମର ପ୍ରାଥମିକ କର୍ତ୍ତ୍ୟବ୍ୟ। ଏଠାରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବନି। ଦେଶରେ ଆଇନ୍‌ଶୃଙ୍ଖଳାକୁ କୌଣସି ସ୍ଥିତିରେ ବିପର୍ଯ୍ୟସ୍ତ ହେବାକୁ ଦିଆଯିବନି। 

ଉକ୍ତ ଦିନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ ଉପରେ ଆକ୍ସନ ନେବା ବଦଳରେ ଓଲଟା ଶ୍ରଦ୍ଧାଳୁଙ୍କୁ ମାରପିଟ୍ କରିଥିଲା। ଏହି ଭିଡିଓ ସ୍ଶାଲ ମିଡିଆରେ ଭାଇରାଲ ହେବା ପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।  

India Canada