Advertisment

ଇସ୍ତଫା ଦେବେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ!

ଟ୍ରୁଡୋ ଇସ୍ତଫା ଦେବା ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
justine trudeau

justine trudeau

ଆଜି ଇସ୍ତଫା ଦେଇପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ। ଲିବୋରାଲ୍ ପାର୍ଟି ଲିଡର୍‌ରୁ ଇସ୍ତଫା ଦେଇପାରନ୍ତି ଟ୍ରୁଡୋ। ଦି ଗ୍ଲୋବ ଆଣ୍ଡ ମେଲର ରିପୋର୍ଟ ଅନୁଯାୟୀ ଟ୍ରୁଡୋ ବୁଧବାର ଅନୁଷ୍ଠିତ ହେବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଲିବୋରାଲ୍ ପାର୍ଟିର ନେତା ପଦରୁ ଇସ୍ତଫା ଦେବେ।

Advertisment

ଟ୍ରୁଡୋ ଇସ୍ତଫା ଦେବା ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଦଳ ସହ ଜଡିତ ସୂତ୍ରରୁ ଜଣାପଡିଛି ଯେ ଟ୍ରୁଡୋଙ୍କୁ ଜାତୀୟ କକସ୍ ବୈଠକରେ ବିଦ୍ରୋହର ସମ୍ମୁଖୀନ ହେବାକୁ ପଡିପାରେ। ଏଭଳି ପରିସ୍ଥିତିରେ ଟ୍ରୁଡୋ ଅନୁଭବ କରିଥିଲେ ଯେ କକସ୍ ବୈଠକ ପୂର୍ବରୁ ତାଙ୍କ ଇସ୍ତଫା ସମ୍ପର୍କରେ ଏକ ବିବୃତ୍ତି ଜାରି କରିବା ଉଚିତ। ଯାହା ଫଳରେ ସେ ତାଙ୍କ ଦଳର ସାଂସଦଙ୍କ ଦ୍ୱାରା ବହିଷ୍କୃତ ହେବା ଭଳି ଅନୁଭବ କରିବେ ନାହିଁ।

ସୂତ୍ରରୁ ପ୍ରକାଶ ଯେ ଲିବରାଲ୍ ପାର୍ଟିର କକସ୍ ବୈଠକରେ ଟ୍ରୁଡୋଙ୍କୁ ଦଳର ନେତା ପଦରୁ ହଟାଇ ଦିଆଯାଇଥାନ୍ତା। ତେବେ ସେ (ଟ୍ରୁଡୋ) ତୁରନ୍ତ ଏହି ପଦରୁ ଇସ୍ତଫା ଦେବେ ନା ନୂତନ ନେତା ନିର୍ବାଚନ ପର୍ଯ୍ୟନ୍ତ ଏହି ପଦରେ ରହିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Advertisment

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ଟ୍ରୁଡୋଙ୍କ ଉପରେ ଚାପ ବଢ଼ି ଚାଲିଛି। ଟ୍ରମ୍ପ ତାଙ୍କୁ ନିରନ୍ତର ଟାର୍ଗେଟ କରୁଥିଲେ। ଟ୍ରମ୍ପଙ୍କ ବିଜୟ ପରେ ଏଲୋନ୍ ମସ୍କ ମଧ୍ୟ ତୁରନ୍ତ କହିଥିଲେ ଯେ ବର୍ତ୍ତମାନ ଟ୍ରୁଡୋ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି।

Canada PM Justin Trudeau May Resign