Advertisment

କାନାଡ଼ା ଆଣୁଛି ନୂଆ ନିୟମ; ପ୍ରତି ସିଗାରେଟ ଉପରେ ରହିବ ଭୟାବହତାର ବର୍ତ୍ତା

ଏଣିକି ସିଗାରେଟ ଟାଣିବା ପୂର୍ବରୁ ଶହେ ଥର ଭାବିବେ। ଅଭ୍ୟାସ ଥିଲେ ବି ଏହାକୁ ଟାଣିବାକୁ ପଛଘୁଞ୍ଚା ଦେବେ। କାରଣ ଏବେ ପ୍ରତିଟି ସିଗାରେଟରେ ରହିବ ଏହାର ଭୟାବହତାର ବାର୍ତ୍ତା।

author-image
Niharika Rout
cigarette

cigarette

ଏଣିକି ସିଗାରେଟ ଟାଣିବା ପୂର୍ବରୁ ଶହେ ଥର ଭାବିବେ। ଅଭ୍ୟାସ ଥିଲେ ବି ଏହାକୁ ଟାଣିବାକୁ ପଛଘୁଞ୍ଚା ଦେବେ। କାରଣ ଏବେ ପ୍ରତିଟି ସିଗାରେଟରେ ରହିବ ଏହାର ଭୟାବହତାର ବାର୍ତ୍ତା। ‘ତମାଖୁ ସେବନ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ହାନୀକାରକ’, ‘ସିଗାରେଟର ପ୍ରତିଟି ଫୁଙ୍କରେ ଭରି ରହିଛି ବିଷ’ ଏପରି କିଛି ବାର୍ତ୍ତା ସିଗାରେଟରେ ଲେଖାହେବ ।

Advertisment

ଏପରି ବାର୍ତ୍ତା ଉପରୁ ନଜର ହଟାଇ ଜଣେ ସିଗାରେଟ ଟାଣିବାକୁ ନିହାତି ପଛଘୁଞ୍ଚା ଦେବ । ଅଭ୍ୟାସଖୋର ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କ ଅଭ୍ୟାସ ବଦଳାଇବାକୁ ଏପରି ଏକ କଡ଼ା ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି କାନାଡ଼ା ସରକାର। ନୂଆ ନିୟମ ସମଗ୍ର କାନାଡ଼ାରେ ଅଗଷ୍ଟ ୧ ତାରିଖରୁ ପର୍ଯ୍ୟାୟକ୍ରମେ ଲାଗୁ ହେବ ।

କାନାଡ଼ାରେ ଖୁବ୍‌ ଶୀଘ୍ର ଏହି ନିୟମ ପ୍ରଣୟନ କରାଯିବ । ପ୍ରତିଟି ସିରାଗେଟ ଉପରେ ଇଂରାଜୀ ଓ ଫ୍ରେଞ୍ଚ ଭାଷାରେ ଏହି ବାର୍ତ୍ତା ଲେଖାଯିବ । ଏନେଇ କାନାଡ଼ା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଅଯାଇଛି। ପ୍ରତିଟି ସିଗାରେଟ ଉପରେ ଏପରି ସଚେତନତାମୂଳକ ବାର୍ତ୍ତା ଲେଖିବାରେ କାନାଡ଼ା ପ୍ରଥମେ ଦେଶ ହେବ ।

Advertisment

ଏହାଦ୍ୱାରା ଦେଶର ଯୁବବର୍ଗ ତଥା କିଶୋର ସିଗାରେଟ ଟାଣିବାରୁ ମୁହଁ ଫେରାଇ ନେବାର ସମ୍ଭାବନା ଅଧିକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ୨୦୨୫ ସୁଦ୍ଧ ସମଗ୍ର ଦେଶରେ ତମାଖୁ ବ୍ୟବହାରକୁ ୫% କମାଇବାକୁ କାନାଡ଼ା ସରକାର ନିଷ୍ପତ୍ତି ନେଇଥିବା ବେଳେ ଏଥିନିମନ୍ତେ ଏପରି ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ଦେଶରେ ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇବ ବୋଲି କହିଛନ୍ତି ବିଶେଷଜ୍ଞ ।

ଏହା କାନାଡ଼ାର ଏକ ମୁଖ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାରେ ପରିଣତ ହୋଇ ସାରିଲାଣି। ଏହାଦ୍ୱାରା ଅକାଳରେ ବହୁ ଜୀବନ ଚାଲି ଯାଉଥିବା ବେଳେ ଯୁବବର୍ଗ ଦୁଃସାଧ୍ୟ ରୋଗରେ ପୀଡ଼ିତ ହେଉଛନ୍ତି। ତେଣୁ ଦେଶବାସୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ତଥା ତମାଖୁ ବର୍ଜନ ନିମନ୍ତେ ସରକାର ଏପରି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି।

Canada