ଦୁର୍ଘଟଣାରୁ ଆରମ୍ଭ ହୋଇଥିବା ଗୋଟିଏ ସୁନ୍ଦର ଲଭ ଷ୍ଟୋରୀ

ଗୋଟିଏ କାର ଦୁର୍ଘଟଣା ଅପ୍ରତ୍ୟାଶିତ ଢଙ୍ଗରେ ଗୋଟିଏ ସୁନ୍ଦର ଲଭ ଷ୍ଟୋରୀର ରୂପ ନେଇଛି। ଏକଥା ସାମ୍ନାକୁ ଆସିବା ପରେ ସମସ୍ତେ ଘଟଣା ସମ୍ପର୍କରେ ଜାଣିବାକୁ ବେଶ ଆଗ୍ରହ ଦେଖାଇଛନ୍ତି।

accident

representational image

Hemant Lenka
  • Published: Friday, 21 February 2025
  • Updated: 21 February 2025, 08:21 PM IST

Sports

Latest News

ଗୋଟିଏ କାର ଦୁର୍ଘଟଣା ବଦଳାଇ ଦେଲା ଜୀବନର ମୋଡ। ଦୁର୍ଘଟଣା ଘଟାଇଥିବା କାର ଚାଳକଙ୍କ ପ୍ରେମରେ ପଡ଼ିଲେ ଯୁବତୀ। ପ୍ରଥମେ ଯୁବତୀଙ୍କ ପ୍ରେମକୁ ଗ୍ରହଣ କରୁ ନଥିବା ଯୁବକ କେମିତି ଏହାକୁ ସ୍ୱୀକାର କଲେ, ତାହା ହିଁ କାହାଣୀର ମୂଳ ପ୍ରସଙ୍ଗ। ଯୁବତୀଙ୍କ ଠାରୁ ଯୁବକ ଜଣଙ୍କ ୯ ବର୍ଷ ବଡ଼। ତଥାପି ତାଙ୍କ ପ୍ରେମ ନିବେଦନକୁ ସେ ଗ୍ରହଣ କଲେ। ଏହା ପରେ କ’ଣ ହେଲା, ଆସନ୍ତୁ ଜାଣିବା।

ଚାଇନାରେ ଘଟିଥିବା ଗୋଟିଏ କାର ଦୁର୍ଘଟଣା ଅପ୍ରତ୍ୟାଶିତ ଢଙ୍ଗରେ ଗୋଟିଏ ସୁନ୍ଦର ଲଭ ଷ୍ଟୋରୀର ରୂପ ନେଇଛି। ଏକଥା ସାମ୍ନାକୁ ଆସିବା ପରେ ସମସ୍ତେ ଘଟଣା ସମ୍ପର୍କରେ ଜାଣିବାକୁ ବେଶ ଆଗ୍ରହ ଦେଖାଇଛନ୍ତି। ୩୬ ବର୍ଷୀୟ ଯୁବକ ହେଉଛି ଲି। କିଛି ଦିନ ତଳେ ସେ ଗୋଟିଏ ଜରୁରୀ କାମରେ ଦ୍ରୁତଗତିରେ ନିଜର କାର ନେଇ ଯାଉଥିଲା। ଏହି ତରିବରିଆ ଗାଡ଼ି ଚାଳନା ବେଳେ ସେ ୨୩ ବର୍ଷୀୟ ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲେ।

ଯୁବତୀ ଜଣଙ୍କ ଗୋଟିଏ ବିଦ୍ୟୁତ ଚାଳିତ ସାଇକେଲରେ ଯାଉଥିବା ବେଳେ ଲି’ଙ୍କ କାର ସହ ତାଙ୍କର ଧକ୍କା ହୋଇଥିଲା। ଦୁର୍ଘଟଣା ସାମାନ୍ୟ ବଡ଼ ଥିବା ବେଳେ ଏଥିରେ ଯୁବତୀଙ୍କ କଲାରବୋନ ବା କାନ୍ଧ ପାଖରେ ଥିବା ହାଡ଼ ଭାଙ୍ଗି ଯାଇଥିଲା। ଲାଗୁଥିଲା ବହୁତ କିଛି ଘଟିବ। ଯୁବକ ଜଣଙ୍କ ଆଇନ ଜାଲରେ ଫସିବେ। କିନ୍ତୁ ଘଟଣା କିଛି ଭିନ୍ନ ଥିଲା। ଯନ୍ତ୍ରଣା ସହ ତଳେ ପଡ଼ିଥିବା ଯୁବତୀଙ୍କୁ ସହାୟତା କରିବା ପାଇଁ ଲି ଗାଡ଼ି ରଖି ତୁରନ୍ତ ଦୌଡ଼ି ଆସିଥିଲେ। ସେ ତାଙ୍କୁ କ୍ଷମା ମଧ୍ୟ ମାଗିଥିଲେ। ଲି ବ୍ୟସ୍ତ ହେଉଥିଲେ ହେଁ ତଳେ ପଡ଼ି ରହିଥିବା ଯୁବତୀ ଜଣଙ୍କ ତାଙ୍କ ଉପରେ କୌଣସି ଅସନ୍ତୋଷ ଝାଡ଼ି ନଥିଲେ। ବରଂ ତାଙ୍କୁ କ୍ଷମା କରି ନିଜ କାମରେ ଯିବାକୁ ପରାମର୍ଶ ଦେଇଥିଲେ।

Also Read

ସେଦିନ ଲି ସେଠାରୁ ଚାଲି ଯାଇଥିଲେ। କିନ୍ତୁ ନିଜର ଜରୁରୀ କାମ ସାରିବା ପରେ ଯୁବତୀଙ୍କ କଥା ତାଙ୍କର ମନେ ପଡ଼ିଥିଲା। ଯୁବତୀଙ୍କ ବ୍ୟବହାରରେ ସେ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ତାଙ୍କୁ ଦେଖା କରିବାକୁ ସେ ଆଗ୍ରହ ଦେଖାଇଥିଲେ। ଯୁବତୀ ଜଣଙ୍କ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜାଣି ଲି’ ସେଠାରେ ପହଞ୍ଚିଥିଲେ। ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁଛି କି ନାହିଁ, ତା’ର ତଦାରଖ କରିଥିଲେ।

ଯୁବତୀ ଜଣଙ୍କ ରହୁଥିବା ହସ୍ପିଟାଲକୁ ସେ ନିୟମିତ ଯିବା ସହ ସହାୟତାର ପ୍ରସ୍ତାବ ଦେଉଥିଲେ। ଏହି ଯିବା ଆସିବା ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା। ସେମାନେ ପରସ୍ପର ସହ ଅଧିକ ସମୟ ବିତାଇଥିଲେ। ଏପରି କି ଯୁବତୀଙ୍କ ବାପା ମା’ ମଧ୍ୟ ଦୁର୍ଘଟଣା ପାଇଁ ଲି’ଙ୍କୁ ଆଦୌ ଦୋଷ ଦେଇ ନଥିଲେ। ତାଙ୍କ ଠାରୁ କୌଣସି ପ୍ରକାରର କ୍ଷତିପୂରଣ ମାଗି ନଥିଲେ।

ଏସବୁ ଭିତରେ ଦୁର୍ଘଟଣାକୁ ୩ ସପ୍ତାହ ବିତି ଯାଇଥିଲା। ଯୁବତୀ ଜଣଙ୍କ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଥିଲେ। ଘରେ ରହିବା ଭିତରେ ଗୋଟିଏ ଦିନ ସେ ନିଜ ମନର କଥା ଲି’ଙ୍କୁ ଜଣାଇଥିଲେ। ସେ ତାଙ୍କୁ ଭଲ ପାଉଥିବା ଯୁବତୀ ଜଣଙ୍କ କହିଥିଲେ। ହେଲେ ଲି ତାଙ୍କ ଠାରୁ ୯ ବର୍ଷ ବଡ଼ ହୋଇଥିବାରୁ ଯୁବତୀଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଦୁଇ ଜଣଙ୍କ ମଧ୍ୟ କିଛି ଦିନ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା। ଏହାପରେ ପୁଣି ଉଭୟ କଥା ହୋଇଥିଲେ। ଏହି ସମୟରେ ଯୁବତୀ ଜଣଙ୍କ ଲିଙ୍କୁ ଫିଲ୍ମ ଦେଖିବାକୁ ଡାକିଥିଲେ। ଲିଙ୍କ ଇଚ୍ଛା ନଥିଲେ ହେଁ ଦୁର୍ଘଟଣାର ଋଣ କିଛି ମାତ୍ରାରେ ପରିଶୋଧ କରିବା ଲକ୍ଷ୍ୟରେ ସେ ଏଥିରେ ରାଜି ହୋଇଥିଲେ।

ବାସ୍‌ ଏହି ଫିଲ୍ମ ଦେଖିବା ସମୟରେ ଦୁଇ ଜଣଙ୍କ ମନ ମିଶି ଯାଇଥିଲା। ପ୍ରଥମେ ପ୍ରେମ ପ୍ରସ୍ତାବରେ ରାଜି ହୋଇ ନଥିବା ଲି ଏହାକୁ ଗ୍ରହଣ କରି ନେଇଥିଲେ। ଉଭୟ କିଛି ମାସ ପରସ୍ପରକୁ ଡେଟିଂ କରିଥିଲେ। ନିକଟରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବାହାଘର ବେଳେ ପରମ୍ପରା ଅନୁସାରେ ଯୁବତୀଙ୍କୁ ୨୨ ଲକ୍ଷ ଟଙ୍କା ବା ୧୮୮,୦୦୦ ୟୁଆନ ଦେଇଥିଲେ। କିନ୍ତୁ ଏହାକୁ ଯୁବତୀ ଗ୍ରହଣ କରି ନଥିଲା। ଯୁବତୀ ଜଣଙ୍କ ଋଣରେ ଥିବା ଜାଣି ଲି ଏହି ଟଙ୍କା ଦେଇଥିଲେ। କିନ୍ତୁ ଯୁବତୀ ଜଣଙ୍କ ଏହାକୁ ବ୍ୟବସାୟରେ ନିବେଶ କରିବାକୁ ଲି’ଙ୍କୁ ଫେରାଇ ଦେଇଥିଲେ।

୩୬ ବର୍ଷୀୟ ଲି ଦୁର୍ଘଟଣା ପୂର୍ବରୁ ବାହା ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦୁର୍ଘଟଣା ପରେ ସେ ପ୍ରେମରେ ପଡ଼ିବା ସହ ବିବାହ କରିଛନ୍ତି। ଲି’ ୨ ମାସ ମଧ୍ୟରେ ୬ଟି ଦୁର୍ଘଟଣା ଘଟାଇଥିଲା। କିନ୍ତୁ ୨୩ ବର୍ଷୀୟ ଯୁବତୀଙ୍କ ସହ ଗାଡ଼ି ମାଡ଼ କରିବା ପରେ ସେ ଆଉ ଦୁର୍ଘଟଣାର ସମ୍ମୁଖୀନ ହୋଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story