Advertisment

ବଙ୍କର ଭିତରେ ରାଜକୀୟ ଠାଣିରେ ରହୁଥିଲା ସିନଓ୍ୱାର, ସାମ୍ନାକୁ ଆସିଲା ଭିଡିଓ

ବଙ୍କର ଭିତରେ ଜାତିସଂଘ ପଠାଇଥିବା ପର୍ଯ୍ୟାପ୍ତ ରାସନ ଓ ପୁଳା ପୁଳା ଟଙ୍କା ଓ ବ୍ୟକ୍ତିଗତ ସୁଖ-ସୁବିଧାର ଭଣ୍ଡାର ନେଇ ଲୁଚି ରହିଥିଲା ହମାସ ଚିଫ୍ ୟାହୟା ସିନଓ୍ୱାର।

Yahya Sinwar bunker

Yahya Sinwar bunker

Advertisment

ଲଗ୍‌ଜୁରୀ ରୁମ୍‌ ସାଙ୍ଗକୁ ପ୍ରାଇଭେଟ୍ ବାଥରୁମ୍‌ ଓ ସାଓ୍ୱାର। ପରଫ୍ୟୁମ ସାଙ୍ଗକୁ ପୁଳା ପୁଳା ଟଙ୍କା। କେବଳ ସେତିକି ନୁହେଁ ଖାଇବାକୁ ପ୍ରର୍ଯ୍ୟାପ୍ତ ରାସନ। ଏଭଳି କିଛି ରାଜକୀୟ ଠାଣିରେ ବଙ୍କର ଭିତରେ ରହୁଥିଲା ହମାସର ପୂର୍ବତନ ଚିଫ୍ ୟାୟହା ସିନଓ୍ୱାର। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଇସ୍ରାଏଲ ସେନା ଏହି ଭିଡିଓକୁ ଜାରି କରିଛି।

Advertisment

ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ୍‌ ଉପରେ ଭୟଙ୍କର ଆକ୍ରମଣ କରିଥିବା ହମାସ। ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ୟାହୟା ସିନଓ୍ୱାର। ତେବେ ଏହି ଆକ୍ରମଣ ପୂର୍ବରୁ ବଙ୍କର ଭିତରେ ଲୁଚି ଯାଇଥିଲା ହମାସ ଚିଫ୍‌ ୟାହୟା ସିନଓ୍ୱାର। ଖାନ୍‌ ୟୁନିସ ସହର ତଳେ ତିଆରି ହୋଇଥିଲା ଏହି ବଙ୍କର। ନିଜ ପିଲା ଛୁଆ ସ୍ତ୍ରୀଙ୍କୁ ନେଇ ୟାହୟା ସିନଓ୍ୱାର ବଙ୍କର ଭିତରକୁ ଚାଲିଯାଇଥିଲା। ନିଜ ସାଙ୍ଗରେ ସେ ପୁଳା ପୁଳା ଟଙ୍କା ମଧ୍ୟ ନେଇ ଯାଇଥିଲା।

ତେବେ ହମାସ ଚିଫ୍‌ ଯେଉଁ ବଙ୍କର ଭିତରେ ଲୁଚିଥିଲା ତାହା ଥିଲା ବେଶ୍‌ ଲଗ୍‌ଜୁରୀ। ଏଠାରେ ବ୍ୟକ୍ତିଗତ ବାଥରୁମ ସାଙ୍ଗକୁ ରୁମ୍‌ ମଧ୍ୟ ତିଆରି ହୋଇଥିଲା। କେବଳ ସେତିକି ନୁହେଁ ମଡ୍ୟୁଲାର କିଚେନ ମଧ୍ୟ ଥିଲା। ନିଜ ସାଙ୍ଗରେ ଜାତିସଂଘ ପଠାଇଥିବା ପର୍ଯ୍ୟାପ୍ତ ରାସନ ଓ ପୁଳା ପୁଳା ଟଙ୍କା ଓ ବ୍ୟକ୍ତିଗତ ସୁଖ-ସୁବିଧାର ଭଣ୍ଡାର ନେଇ ଲୁଚି ରହିଥିଲା ହମାସ ଚିଫ୍। ଏଥିସହ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଗଦା କରିଥିଲା। ବଙ୍କର ଭିତରେ ସେ ବେଶ୍‌ ରାଜକୀୟ ଠାଣିରେ ରହୁଥିଲା। ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ଗାଜାରେ ଯୁଦ୍ଧ ପରିସ୍ଥିତି ଆରମ୍ଭ ହେବା ପରଠାରୁ ୬୧ ବର୍ଷିୟ ସିନୱାର ତା'ର ସୁରକ୍ଷାକର୍ମୀ ଏବଂ ଘନିଷ୍ଠ ବ୍ୟକ୍ତିଙ୍କ ସହ ଏହି ବଙ୍କରରେ ଆଶ୍ରୟ ନେଇଥିଲେ। ଏହି ଫୁଟେଜରେ UNRWA ଦ୍ୱାରା ଯୋଗାଇ ଦିଆଯାଇଥିବା ରାସନ ମଧ୍ୟ ଦେଖିବାକୁ ମିଳିଛି।

ରିପୋର୍ଟ ଦାବି କରାଯାଇଛି ଯେ, ସିନଓ୍ୱାର ଖାନ୍‌ ୟୁନିସ୍‌ ସହର ତଳେ ଲୁଚି ରହିଥିଲା। ତେବେ ଇସ୍ରାଏଲ ସେନା ତା' ପାଖରେ ପହଞ୍ଚିବା ପୂର୍ବରୁ ସେ ସେଠାରୁ ରାଫା ଆଡ଼କୁ ଖସି ପଳାଇଥିଲା। ତେବେ ତିନି ଦିନ ତଳେ ଇସ୍ରାଏଲର ଡ୍ରୋନ୍‌ ଆକ୍ରମଣରେ ୟାହୟା ସିନଓ୍ୱାରର ମୃତ୍ୟୁ ହୋଇଛି। ତା ମୁଣ୍ଡରେ ଗୁଳି ବାଜିବା ଯୋଗୁ ମୃତ୍ୟୁ ହୋଇଥିବା ଇସ୍ରାଏଲ ଅଟୋପ୍ସି ରିପୋର୍ଟରେ କୁହାଯାଇଛି।

Israel-Hamas War Bunker In Gaza Yahya Sinwar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe