ହୋଟେଲରେ ପିଟି ପିଟି ପତ୍ନୀଙ୍କୁ ମାରି ଦେଇଥିଲେ ପୂର୍ବତନ ମନ୍ତ୍ରୀ, କୋର୍ଟରେ ପ୍ରଦର୍ଶିତ ହେଲା ୮ ଘଣ୍ଟାର ସିସିଟିଭି ଫୁଟେଜ୍‌

କୁଆଣ୍ଡିକ ବିଶିମ୍ବାୟେବଙ୍କ ବିରୋଧରେ ନିର୍ଯାତନା ଓ ହତ୍ୟା ଅଭିଯୋଗ ରହିଥିବା ବେଳେ ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ମିଳିପାରେ।

Saltanat Nukenova

Saltanat Nukenova

Jitendra Garnayak
  • Published: Friday, 03 May 2024
  • Updated: 03 May 2024, 07:48 PM IST

Sports

Latest News

କଜାକିସ୍ତାନର ପୂର୍ବତନ ମନ୍ତ୍ରୀ କୁଆଣ୍ଡିକ ବିଶିମ୍ବାୟେବ ତାଙ୍କ ପତ୍ନୀଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଥିବା ବେଳେ ଏହି ଘଟଣା ପୂରା ଦେଶରେ ଚହଳ ପକାଇ ଦେଇଛି। ତାଙ୍କ ପତ୍ନୀଙ୍କ ନାଁ ସାଲ୍‌ଟାନେଟ୍‌ ନୁକେନୋବା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୧ ବର୍ଷ ହୋଇଥିଲା।

ଗତ ବର୍ଷ ନଭେମ୍ବର ମାସରେ କୁଆଣ୍ଡିକ ବିଶିମ୍ବାୟେବଙ୍କ ଜଣେ ସଂପର୍କୀୟଙ୍କ ହୋଟେଲରୁ ମିଳିଥିଲା ସାଲ୍‌ଟାନେଟ୍‌ ନୁକେନୋବାଙ୍କ ମୃତଦେହ। ସେଠାରେ କୁଆଣ୍ଡିକ ବିଶିମ୍ବାୟେବ ଓ ସାଲ୍‌ଟାନେଟ୍‌ ନୁକେନୋ ଦେଢ଼ ଦିନ ରହିଥିଲେ। ତା’ ପରେ ମିଳିଥିଲା ସାଲ୍‌ଟାନେଟ୍‌ ନୁକେନୋଙ୍କ ମୃତଦେହ।

ଏହି ମାମଲାରେ ନିକଟରେ କୋର୍ଟରେ ହୋଇଥିବା ଶୁଣାଣି ବେଳେ ସିସିଟିଭିରେ ରେକର୍ଡ ହୋଇଥିବା ୮ ଘଣ୍ଟାର ଫୁଟେଜ୍ ପ୍ରଦର୍ଶିତ କରାଯାଇଥିଲା। ଏଥିରେ ୪୪ ବର୍ଷୀୟ ପୂର୍ବତନ ମନ୍ତ୍ରୀ କୁଆଣ୍ଡିକ ବିଶିମ୍ବାୟେବ ତାଙ୍କ ପତ୍ନୀ ସାଲ୍‌ଟାନେଟ୍‌ ନୁକେନୋଙ୍କୁ ନିସ୍ତୁକ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା। ସେ ସାଲ୍‌ଟାନେଟ୍‌ ନୁକେନୋଙ୍କୁ ଗୋଇଠା, ବିଧା ଓ ମୁଥ ମାରୁଥିବା ଦେଖିବାକୁ ମିଳିଥିଲା।

ଏହି ଫୁଟେଜରେ ଦେଖିବାକୁ ମିଳିଥିଲା ଯେ କୁଆଣ୍ଡିକ ବିଶିମ୍ବାୟେବ ତାଙ୍କ ପତ୍ନୀ ସାଲ୍‌ଟାନେଟ୍‌ ନୁକେନୋଙ୍କୁ ନିସ୍ତୁକ ପିଟିବା ପରେ ଅନ୍ୟ ଏକ ରୁମ୍‌କୁ ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ସେଠାରେ ସିସିଟିଭି ନଥିଲା। ସାଲ୍‌ଟାନେଟ୍‌ ନୁକେନୋ ସେହି ରୁମ୍‌ରୁ ଖସି ଆସି ଏକ ଟଏଲେଟ ଭିତରେ ପଶି ଯାଇଥିଲେ। କୁଆଣ୍ଡିକ ବିଶିମ୍ବାୟେବ ଉକ୍ତ ଟଏଲେଟର କବାଟ ଭାଙ୍ଗି ସାଲ୍‌ଟାନେଟ୍‌ ନୁକେନୋଙ୍କୁ ବାହାରକୁ ଆଣିଥିଲେ। ସେତେବେଳେ ସେ ସାଲ୍‌ଟାନେଟ୍‌ ନୁକେନୋଙ୍କ ବେକକୁ ଚିପି ଧରିଥିଲେ ଓ ନିସ୍ତୁକ ପିଟିଥିଲେ। ଏହା ପରେ ଚେତାଶୂନ୍ୟ ହୋଇଯାଇଥିଲେ ସାଲ୍‌ଟାନେଟ୍‌ ନୁକେନୋ। ତାଙ୍କ ଶରୀରର ବିଭିନ୍ନ ଅଙ୍ଗରୁ ରକ୍ତ ଝରିଯାଉଥିଲା। ସେ ଅନେକ ସମୟ ଧରି ଚଟାଣରେ ପଡ଼ି ରହିଥିଲେ। ପ୍ରାୟ ୧୨ ଘଣ୍ଟା ପରେ ଆମ୍ବୁଲାନ୍ସ ସେଠାରେ ପହଞ୍ଚିଥିଲା। ଆମ୍ବୁଲାନ୍ସରେ ଆସିଥିବା ମେଡିକାଲ ଷ୍ଟାଫ ସେଠାରେ ସାଲ୍‌ଟାନେଟ୍‌ ନୁକେନୋଙ୍କୁ ମୃତ ଘୋଷଣା କରିଥିଲେ।

Also Read

ମିଳିଥିବା ସୂଚନା ଅନୁଯାୟୀ, ନିସ୍ତୁକ ମାଡ଼ ଯୋଗୁ ସାଲ୍‌ଟାନେଟ୍‌ ନୁକେନୋଙ୍କ ମସ୍ତିଷ୍କରୁ ରକ୍ତ କ୍ଷରଣ ହୋଇଥିଲା। ତାଙ୍କ ନାକର ହାଡ଼ ଭାଙ୍ଗି ଯାଇଥିଲା। ତାଙ୍କ ମୁହଁ, ମୁଣ୍ଡ, କାନ୍ଧ, ପିଠି ଓ ହାତ ଇତ୍ୟାଦିରେ ଏକାଧିକ କ୍ଷତ ସୃଷ୍ଟି ହୋଇଥିଲା।

ଲାଞ୍ଚ ନେବା ମାମଲାରେ ୨୦୧୭ରେ କୁଆଣ୍ଡିକ ବିଶିମ୍ବାୟେବ ଗିରଫ ହୋଇଥିଲେ। ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯାଇଥିଲା। କିନ୍ତୁ ସେ ମାତ୍ର ୩ ବର୍ଷରେ ମୁକ୍ତ ହୋଇଯାଇଥିଲେ। ତାଙ୍କ ଦୋଷକୁ କ୍ଷମା କରି ଦିଆଯାଇଥିଲା। ତେଣୁ ସେ ଶୀଘ୍ର ଜେଲ୍‌ରୁ ବାହାରି ଆସିଥିଲେ। କିନ୍ତୁ ଏଥର ତାଙ୍କ ବିରୋଧରେ ହତ୍ୟା ଭଳି ସଂଗୀନ ଅଭିଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story