Advertisment

ଚିଲିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା, ୧୧୨ ମୃତ

ଦୁଇ ଦିନ ତଳେ ଲାଗିଥିବା ନିଆଁ ଧିରେ ଧୀରେ ଜନବସତିକୁ ବ୍ୟାପିବାରେ ଲାଗିଛି।

author-image
Debibandita Barick
Fire Incident In Chile

Fire Incident In Chile

ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଳ ନିଆଁ। ହୁତୁହୁତ ହୋଇ ଜଳି ଚାଲିଛି ଜଙ୍ଗଲଠୁ କୋଠାବାଡି। ଦୁଇ ଦିନ ତଳେ ଲାଗିଥିବା ନିଆଁ ଧିରେ ଧୀରେ ଜନବସତିକୁ ବ୍ୟାପିବାରେ ଲାଗିଛି। ଏଥିରେ ପାଖାପାଖି ୧୧୨ ଜଣଙ୍କର ମୃତ୍ୟୁ ଘଟିଲାଣି।

Advertisment

ଏଥିସହ ଶହ ଶହ ଜଙ୍ଗଲ ଜୀବଜନ୍ତୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ୧୪୦୦ ଘର ପୋଡ଼ି ପାଉଁଶ ହୋଇଯାଇଥିବା ରିପୋର୍ଟ ହୋଇଛି। ବିନା ଡେଲ୍‌ ମାର୍‌ ଓ ଭାଲପରାଇସୋ କେନ୍ଦ୍ରୀୟ ଅଞ୍ଚଳରେ ନିଆଁର ପ୍ରକୋପ ଅଧିକ ରହିଛି। ବେଳାଭୂମି ରିସର୍ଟ ଏବଂ ବାର୍ଷିକ ସଂଗୀତ ମହୋତ୍ସବ ପାଇଁ ଜଣାଶୁଣା ଏହି ସହରରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଏହି ଅଞ୍ଚଳ ବାସିନ୍ଦାଙ୍କୁ ଘର ଖାଲି କରିବାକୁ ପରାମର୍ଶ ଦିଆଯାଇଛି।

ନିଆଁ ଆୟତ୍ତ ହେଉନଥିବାରୁ ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଚିଲି ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା କ୍ୱିଲପେ ସହର ପରିଦର୍ଶନ କରି 64 ଜଣଙ୍କର ମୃତ୍ୟୁ ଘଟିଥିବା ନିଶ୍ଚିତ କରିଥିଲେ। ଏହାପରେ ପରେ ଫୋରେନସିକ୍ ମେଡିସିନ୍ ସର୍ଭିସ ମୃତ୍ୟୁ ସଂଖ୍ୟାକୁ 112କୁ ବୃଦ୍ଧି ପାଇଥିବା ଅପଡେଟ୍ କରିଥିଲା।

Advertisment

ଭାଲପାରାଏସୋ ଅଞ୍ଚଳର ରାଜ୍ୟପାଳ ରୋଡ୍ରିଗୋ ମୁଣ୍ଡାକା କହିଛନ୍ତି ଯେ, କିଛି ଅଞ୍ଚଳରେ ଉଦ୍ଦେଶ୍ୟମୂଳକ ଭାବେ ନିଆଁ ଲଗାଯାଇ ଥାଇପାରେ। ରାଷ୍ଟ୍ରପତି ବୋରିକ୍ କହିଛନ୍ତି, ଏଥିରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ରାଷ୍ଟ୍ରପତି କହିଛନ୍ତି ଯେ, ଜଳବାୟୁ ପରିସ୍ଥିତି ଯୋଗୁଁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି। ତାପମାତ୍ରା ଅଧିକ ଥିବା ସହ ପବନର ବେଗ ବଢୁଥିବାରୁ ନିଆଁକୁ କାବୁ କରିବା ଅଗ୍ନିଶମ କର୍ମଚାରୀଙ୍କ ପକ୍ଷେ କଷ୍ଠକର ହୋଇପଡୁଛି। ଏଥିପାଇଁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଯିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଗାବ୍ରିଏଲ୍। 

Fire In Forest Chile Fire Breaks Out In Chile Chile Fire News