Advertisment

ହୃଦଘାତରେ ଚାଲିଗଲା ୧୫ ବର୍ଷୀୟ ଶିଶୁ କଳାକାରଙ୍କ ଜୀବନ

ନିଜର ଚମତ୍କାର ହସ ଓ କଥାବାର୍ତ୍ତା ଜରିଆରେ ସେ ବେଶ ଲୋକପ୍ରିୟ ହୋଇପାରିଥିଲେ।

author-image
Hemant Lenka
Umer

Umer

ସାମ୍ନାକୁ ଆସିଛି ପୁଣି ହୃଦଘାତ ଜନିତ ମୃତ୍ୟୁର ଦୁଃଖଦ ଖବର। ମାତ୍ର ୧୫ ବର୍ଷ ବୟସରେ ହୃଦଘାତରେ ପ୍ରାଣ ଜଣେ ଶିଶୁ କଳାକାର। ପାକିସ୍ତାନୀ ମନୋରଞ୍ଜନ ଦୁନିଆର ଏହି ଶିଶୁ କଳାକାର ଜଣଙ୍କ ହେଉଛନ୍ତି ଉମର ଶାହ। ନିଜର ଚମତ୍କାର ହସ ଓ କଥାବାର୍ତ୍ତା ଜରିଆରେ ସେ ବେଶ ଲୋକପ୍ରିୟ ହୋଇପାରିଥିଲେ। କିନ୍ତୁ ହଠାତ୍‌ ସୋମବାର ଡେରା ଇସ୍ମାଇଲ ଖାନ ସ୍ଥିତ ଘରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ପରିବାର ସଦସ୍ୟ ଓ ମେଡିକାଲ ରିପୋର୍ଟ ଅନୁସାରେ, ଘରେ ଥିବା ବେଳେ ଉମର ପ୍ରଥମେ ପ୍ରବଳ ବାନ୍ତି କରିଥିଲେ। ଫଳରେ ଫ୍ଲୁଇଡ ତାଙ୍କ ଫୁସଫୁସରେ ପ୍ରବେଶ କରି ଯାଇଥିଲା। ଏଥିଯୋଗୁ ସେ ହୃଦଘାତ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପୂର୍ବରୁ ତାଙ୍କ ଘରେ ବିଷାକ୍ତ ସାପକୁ ଠାବ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ସାପ ଥିଓରୀକୁ ପରିବାର ଲୋକ ଖଣ୍ଡନ କରିଛନ୍ତି।

ଇନଷ୍ଟାଗ୍ରାମରେ ଉମରଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ବଡ଼ ଭାଇ ଅହମଦ ଶାହ ସମସ୍ତଙ୍କୁ ସୂଚନା ଦେଇଛନ୍ତି। ସେ ଉମର ଓ ତାଙ୍କ ପରିବାର ଲୋକଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି। ଉମର ସୋଶାଲ ମିଡିଆ ଓ ଟିଭି ପରଦାର ବେଶ ଚର୍ଚ୍ଚିତ ଚେହେରା ଥିଲେ। ତାଙ୍କ ଭାଇ ମଧ୍ୟ ବିଭିନ୍ନ ଟିଭି ଶୋ’ରେ ଅଭିନୟ କରନ୍ତି।

Advertisment

ଉମରଙ୍କ ଦେହାନ୍ତ ଖବରରେ ପାକିସ୍ତାନୀ କଳାକାରମାନେ ସ୍ତବ୍ଧ ହୋଇଯାଇଛନ୍ତି। ସେମାନେ ଘଟଶରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Pakistan Sudden Heart Attack