Advertisment

ମଣିଷ ଦେହରେ ବାର୍ଡ ଫ୍ଲୁ ଲକ୍ଷଣ, ଏହି ଦେଶରେ ଚିହ୍ନଟ ହେଲା ପ୍ରଥମ କେସ୍‌

ବାର୍ଡ ଫ୍ଲୁରେ ଆକ୍ରାନ୍ତ ବ୍ୟକ୍ତିଜଣକଙ୍କ ବୟସ ୫୩ ବର୍ଷ ବୋଲି ଜଣାଯାଇଛି। ତାଙ୍କ ଅବସ୍ଥା ସ୍ଥିର ରହିଛି।

Bird Flu

Bird Flu

Advertisment

କରୋନା ପରେ ଏବେ ମୁଣ୍ଡ ଟେକିଲାଣି ବାର୍ଡ ଫ୍ଲୁ ଭାଇରସ। ପୂର୍ବରୁ ଆମେରିକାର ଜଣେ ବ୍ୟକ୍ତିଙ୍କ ଦେହରେ ଏହି ଭାଇରାସ ଚିହ୍ନଟ ହୋଇଥିବା ବେଳେ ଏବେ ଚିଲିରେ ଦେଖା ଦେଇଛି ଏହି ଲକ୍ଷଣ । ପ୍ରଥମ ଥର ପାଇଁ ଚିଲିରେ ଜଣେ ମଣିଷଙ୍କ ଶରୀରରେ ବାର୍ଡ ଫ୍ଲୁ ଲକ୍ଷଣ ଚିହ୍ନଟ ହେବାରୁ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହାପରେ ଚିଲି ସରକାର ଆଲର୍ଟ ହେବା ସହ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି।

Advertisment

ଚିଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ପ୍ରଥମେ ଏପରି ଏକ କେସ୍‌ ନଜରକୁ ଆସିଛି। ଏହି ବ୍ୟକ୍ତିଜଣକଙ୍କ ବୟସ ୫୩ ବର୍ଷ ବୋଲି ଜଣାଯାଇଛି। ତାଙ୍କ ଅବସ୍ଥା ସ୍ଥିର ରହିଛି। ତେବେ ତାଙ୍କୁ କିପରି ବାର୍ଡ ଫ୍ଲୁ ସଂକ୍ରମିତ କଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ।

ଉକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ପ୍ରଶାସନ ତରଫରୁ ଚିହ୍ନଟ କରାଯାଇ ସେମାନଙ୍କ ପରୀକ୍ଷା କରାଯାଉଛି। ଚିଲିରେ ଗତବର୍ଷ ପଶୁପକ୍ଷୀଙ୍କ ମଧ୍ୟରେ ବାର୍ଡ ଫ୍ଲୁ ଲକ୍ଷଣ ଚିହ୍ନଟ ହୋଇଥିଲା। ହେଲେ ମଣିଷ ଶରୀରରେ ଚଳିତ ବର୍ଷ ଏହା ପ୍ରଥମ କେସ୍‌।

Advertisment

ଚିଲିର ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ମତରେ ପକ୍ଷୀ ବା ସାମୁଦ୍ରିକ ଜୀବ ମଧ୍ୟରେ ଏଡି ଭାଇରସର ଲକ୍ଷଣ ଚିହ୍ନଟ ହୋଇଥିଲା। କିନ୍ତୁ ମଣିଷରୁ ମଣିଷ ଶରୀରକୁ ଏହା ବ୍ୟାପିବାର କିଛି ଲକ୍ଷଣ ମିଳି ନାହିଁ।

ବାର୍ଡ ଫ୍ଲୁ ମଣିଷଙ୍କ ପାଇଁ ସେପରି ମାରାତ୍ମକ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଥିବା ବେଳେ ଭ୍ୟାକସିନ୍‌ ନିର୍ମାତା କମ୍ପାନୀ ମଣିଷଙ୍କ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡ଼ିଲେଣି।

Virus Bird Flu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe