Advertisment

ହୁ ହୁ ହୋଇ ଜଳୁଛି ଜଙ୍ଗଲ, ୪୬ ମୃତ

ଜଙ୍ଗଲର ନିଆଁ ଧୀରେ ଧୀରେ ଜନବସିତି ଆଡକୁ ମୁହାଁଇଛି। ଫଳରେ ୧୧୦୦ରୁ ଅଧିକ ଘର ଜଳିପୋଡି ପାଉଁଶ ହୋଇଯାଇଛି। ଦ୍ରୁତଗତିରେ ବ୍ୟାପୁଥିବା ଜଙ୍ଗଲର ନିଆଁକୁ ଆୟତ୍ତ କରିବାରେ ପ୍ରଶାସନ ଅସମର୍ଥ ଥିବାରୁ ପୂରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଛି।

Fire in Forest

Fire in Forest

Advertisment

ହୁ ହୁ ହୋଇ ଜଳୁଛି ଜଙ୍ଗଲ। ମଧ୍ୟ ଚିଲିରେ ଜଙ୍ଗଲରେ ନିଆଁ ଲାଗି ଏହା ବିକରାଳ ରୂପ ଧାରଣ କରିଛି। ଜଙ୍ଗଲରେ ନିଆଁ ଲାଗି ପ୍ରାୟ ୪୬ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ସେପଟେ ଦ୍ରୁତଗତିରେ ବ୍ୟାପୁଥିବା ଜଙ୍ଗଲର ନିଆଁକୁ ଆୟତ୍ତ କରିବାରେ ଅସମର୍ଥ ଥିବାରୁ ଚିଲି ପୂରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଛି।

Advertisment

ଅଲ୍‌ ଜଜିରାର ରିପୋର୍ଟ ମୁତାବକ, ଜଙ୍ଗଲରେ ନିଆଁ ଲାଗି ଏପର୍ଯ୍ୟନ୍ତ ଅତି କମ୍‌ରେ ୪୬ ଜଣଙ୍କର ମୃତ୍ୟୁ ହୋଇଛି। କିଛି ଲୋକେ ନିଆଁରେ ପୋଡି ହୋଇ ମରିଥିବା ବେଳେ ଆଉ କିଛି ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡ ଯୋଗୁଁ ହଜାର ଏକର ଜମିରେ ବ୍ୟାପିଥିବା ଜଙ୍ଗଲ ନଷ୍ଟ ହୋଇଯାଇଛି। ଚାରିଆଡେ ନିଆଁର କଳାଧୂଆଁ ବ୍ୟାପିଯାଇଛି। ଜଙ୍ଗଲର ନିଆଁ ଧୀରେ ଧୀରେ ଜନବସିତି ଆଡକୁ ମୁହାଁଇଛି। ଫଳରେ ୧୧୦୦ରୁ ଅଧିକ ଘର ଜଳିପୋଡି ପାଉଁଶ ହୋଇଯାଇଛି। ସେହି ଜଙ୍ଗଲ ନିଆଁ ବ୍ୟାପୁଥିବା ଯୋଗୁ ବିନା ଡେଲ୍‌ ମାର୍‌ ଓ ଭାଲପରାଇସୋ କେନ୍ଦ୍ରୀୟ ଅଞ୍ଚଳର ଲୋକେ ଘର ଖାଲି କରିବାକୁ ବାଧ୍ୟ ହେଉଛନ୍ତି।

ରାଷ୍ଟ୍ରପତି ଗାବ୍ରିଏଲ ବୋରିକ୍‌ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଭାଲପାରାଏସୋ ଅଞ୍ଚଳର ଚାରିଟି ସ୍ଥାନରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁ ୪୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢ଼ିବା ଆଶଙ୍କା କରାଯାଇଛି। ଅଗ୍ନିଶମ କର୍ମଚାରୀମାନଙ୍କୁ ବିପଦସଙ୍କୁଳ ସ୍ଥାନକୁ ଯିବା ପାଇଁ ସଂଘର୍ଷ କରିବାକୁ ପଡୁଛି। ଉଦ୍ଧାରକାରୀ ଦଳଙ୍କ ସହ ସହଯୋଗ କରିବାକୁ ବୋରିକ୍‌ ନବେଦନ କରିଛନ୍ତି।

Advertisment

ସେ କହିଛନ୍ତି, 'ଯଦି ଆପଣଙ୍କୁ ଅଞ୍ଚଳ ଖାଲି କରିବାକୁ କୁହାଯାଏ ତେବେ କୁଣ୍ଡାବୋଧ କରନ୍ତୁ ନାହିଁ। ଦ୍ରୁତ ଗତିରେ ନିଆଁ ବ୍ୟାପି ଚାଲିଛି। ଜଳବାୟୁ ପରିସ୍ଥିତି ଯୋଗୁଁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି। ତାପମାତ୍ରା ଅଧିକ ରହିଛି। ପବନର ବେଗ ମଧ୍ୟ ପ୍ରବଳ ରହିବା ସହ ଆର୍ଦ୍ରତା କମ୍ ରହିଛି। ଏଥିପାଇଁ ନିଆଁକୁ କାବୁ କରିବା ଅଗ୍ନିଶମ କର୍ମଚାରୀଙ୍କ ପକ୍ଷେ କଷ୍ଠସାଧ୍ୟ ହୋଇଛି।'

ଚିଲିର ଗୃହମନ୍ତ୍ରୀ କ୍ୟାରୋଲିନା ତୋହାଙ୍କ କହିବା ମୁତାବକ, ଦେଶର ମଧ୍ୟ ଓ ଦକ୍ଷିଣ ଭାଗରେ ଥିବା ୯୨ଟି ଜଙ୍ଗଲରେ ନିଆଁ ଲାଗିଛି। ଯେଉଁଠାରେ ଏହି ସପ୍ତାହରେ ତାପମାତ୍ରା ଅସ୍ୱାଭାବିକ ଭାବେ ଅଧିକ ରହିଥିଲା। ଭାଲପାରାଏସୋ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାରୁ ଲୋକମାନଙ୍କୁ ନିଜ ଘର ଛାଡି ନିରାପଦ ସ୍ଥାନକୁ ଯିବାକୁ ଅନୁରୋଧ କରାଯାଇଛି। ଭାଲପାରାଏସୋ ଅଞ୍ଚଳରେ ତିନୋଟି ଆଶ୍ରୟସ୍ଥଳ ସ୍ଥାପନ କରାଯାଇଛି। ଉଦ୍ଧାରକାରୀ ଦଳ ଅଧିକ ପ୍ରଭାବିତ ଅଞ୍ଚଳରେ ପହଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୧୯ଟି ହେଲିକପ୍ଟର ଏବଂ ୪୫୦ ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Fire In Forest Chile
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe