Advertisment

ପାକିସ୍ତାନର ଭାରତ ବିରୋଧୀ ଦାବିକୁ ଚାଇନାର ସମର୍ଥନ

ପ୍ରାଣ ହରାଇଥିବା ଶାହିଦ ଲତିଫ ଓ ମହମ୍ମଦ ରିୟାଜକୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଥିଲେ।

author-image
Hemant Lenka
China

China

ଭାରତ ବିରୋଧରେ ପାକିସ୍ତାନ କରିଥିବା ଦାବିକୁ ସମର୍ଥନ କରିଛି ଚାଇନା। ପାକିସ୍ତାନର ଦୁଇ ଜଣ ନାଗରିକଙ୍କ ମୃତ୍ୟୁକୁ ନେଇ ଇସଲାମାବାଦ ଭାରତକୁ ଦାୟୀ କରିଥିଲା। ପ୍ରାଣ ହରାଇଥିବା ଦୁଇ ପାକିସ୍ତାନ ନାଗରିକଙ୍କୁ ଭାରତ ଆତଙ୍କବାଦୀ ଘୋଷଣା କରିଥିଲା। ଏବେ ପାକିସ୍ତାନର ଉକ୍ତ ଭାରତ ବିରୋଧୀ ଦାବିକୁ ଚାଇନା ସମର୍ଥନ କରିଛି। ପାକିସ୍ତାନର ଦାବି ଚାଇନାର ଦୃଷ୍ଟି ଆକର୍ଷଣ କରିପାରିଥିବା ବେଜିଂ କହିଛି।

Advertisment

ଏହି ପ୍ରସଙ୍ଗରେ ଚାଇନାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ “ଆତଙ୍କବାଦ ବିରୋଧରେ ଦୋମୁହାଁ ନୀତିକୁ ଆମେ ବିରୋଧ କରୁଛୁ। ଆତଙ୍କବାଦ ହେଉଛି ମାନବିକତାର ସାଧାରଣ ଶତ୍ରୁ। ଆତଙ୍କବାଦ ବିରୋଧରେ ଦୋମୁହାଁ ନୀତି ଆଦୌ ଗ୍ରହଣୀୟ ନୁହେଁ। ଏହା କାହାକୁ ଫାଇଦା ଦେବ ନାହିଁ। ବରଂ ବୁମେରାଂ ହେବ। ଚାଇନା ସବୁବେଳେ ଆତଙ୍କବାଦ ବିରୋଧୀ ଲଢ଼େଇରେ ରହିଛି। ସବୁ ଦେଶ ସହ ମିଳିତ ଭାବେ ସବୁ ପ୍ରକାରର ଆତଙ୍କବାଦ ବିରୋଧରେ ଲଢ଼େଇ କରିବାକୁ ଚାଇନା ପ୍ରସ୍ତୁତ।”

କିଛି ଦିନ ତଳେ ପାକିସ୍ତାନ ସରକାର ଦାବି କରିଥିଲେ ଯେ ଗତବର୍ଷ ୨ ଜଣ ଆତଙ୍କବାଦୀଙ୍କ ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା ପ୍ରମାଣ ମିଳିଛି। ଏବେ ପାକିସ୍ତାନର ଏପରି ଦାବିକୁ ଚାଇନା ସମର୍ଥନ କରିଛି। ଏଥିସହ ଉକ୍ତ ଦାବି ଚାଇନାର ଧ୍ୟାନ ଆକର୍ଷଣ କରିଛି ବୋଲି ବେଜିଂ କହିଛି।

Advertisment

ପ୍ରାଣ ହରାଇଥିବା ଶାହିଦ ଲତିଫ ଓ ମହମ୍ମଦ ରିୟାଜକୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଥିଲେ। ଲତିଫ ହେଉଛି ଜୈଶର ଜଣେ ସକ୍ରିୟ ସଦସ୍ୟ ଓ ୨୦୧୬ ପଠାନକୋଟ ହମଲାର ମାଷ୍ଟରମାଇଣ୍ତ। ୨୦୨୩ ଅକ୍ଟୋବର ୧୧ରେ ସିଆଲକୋଟର ଗୋଟିଏ ମସଜିଦ ନିକଟରେ ତାକୁ ଗୁଳି କରି ହତ୍ୟା କରାଯାଇଥିଲା।

ସେହିପରି ରିୟାଜ ଲସ୍କର-ଇ-ତାଏବାର ସଦସ୍ୟ। ୨୦୨୩ ଜାନୁଆରୀ ୧ରେ ଜମ୍ମୁ-କଶ୍ମୀରର ଧଙ୍ଗ୍ରୀ ଠାରେ ହୋଇଥିବା ହମଲାର ମାଷ୍ଟରମାଇଣ୍ଡ ଥିଲା ରିୟାଜ। ୨୦୨୩ ସେପ୍ଟେମ୍ବର ୮ ତାରିଖରେ ରିୟାଜକୁ ପିଓକେର ଅଲ କ୍ୟୁଡସ ମସଜିଦ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା।

ଦୁଇ ଆତଙ୍କବାଦୀଙ୍କ ହତ୍ୟା ପଛରେ ଭାରତର ହାତ ଥିବା ପାକିସ୍ତାନ ଦାବି କରିଛି। ହେଲେ ଭାରତ ବିରୋଧରେ ପାକିସ୍ତାନ ଅପପ୍ରଚାର କରୁଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।

Pakistan China India