Advertisment

ପୁଣି ଭାରତ ରାସ୍ତାରେ କଣ୍ଟା ସାଜିଲା ଚାଇନା

ସାଜିଦ ମୀରକୁ ବିଶ୍ୱସ୍ତରୀୟ ଆତଙ୍କୀ ଘୋଷଣା କରିବାକୁ ଭାରତ ଓ ଆମେରିକା ମିଳିତ ଜାତିସଂଘରେ ପ୍ରସ୍ତାବ ରଖିଥିଲେ। ମୀର ୨୬/୧୧ ମୁମ୍ବାଇ ହମଲାରେ ମଧ୍ୟ ସାମିଲ ଥିଲା।

author-image
Hemant Lenka
Sajid Mir

Sajid Mir

ମିଳିତ ଜାତିସଂଘରେ ପୁଣିଥରେ ଭାରତ ଓ ଆମେରିକା ମିଳିତ ଭାବେ ଦେଇଥିବା ପ୍ରସ୍ତାବ ଉପରେ ରୋକ ଲଗାଇ ଦେଇଛି ଚାଇନା। ଲସ୍କରଇ-ତାଏବାର ସଦସ୍ୟ ସାଜିଦ ମୀରକୁ ବିଶ୍ୱସ୍ତରୀୟ ଆତଙ୍କୀ ଘୋଷଣା କରିବାକୁ ଭାରତ ଓ ଆମେରିକା ମିଳିତ ଜାତିସଂଘରେ ପ୍ରସ୍ତାବ ରଖିଥିଲେ। ମୀର ୨୬/୧୧ ମୁମ୍ବାଇ ହମଲାରେ ମଧ୍ୟ ସାମିଲ ଥିଲା। ହେଲେ ଏହାକୁ ଚାଇନା ଭିଟୋ କ୍ଷମତା ବଳରେ ଅଟକାଇ ଦେଇଛି।

Advertisment

ମୀରକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ଅଲକାଏ କଟକଣା କମିଟି ଅଧୀନରେ କଳା ତାଲିକା ଭୁକ୍ତ କରି ବିଶ୍ୱ ସ୍ତରୀୟ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଆମେରିକା ପ୍ରସ୍ତାବ ଦେଇଥିଲା। ଏହାକୁ ଭାରତ ମଧ୍ୟ ସହଯୋଗୀ ରାଷ୍ଟ୍ର ଭାବେ ସମର୍ଥନ କରିଥିଲା। ଏହାଦ୍ୱାରା ମୀର ସମ୍ପତ୍ତି ଜବତ ହେବା ସହ ତା’ର ଯାତାୟାତରେ କଟକଣା ଲାଗି ଥାଆନ୍ତା। କିନ୍ତୁ ବେଜିଂ ସବୁଥର ଭଳି ଏଥର ମଧ୍ୟ ଏହି ପ୍ରସ୍ତାବ ରାସ୍ତାରେ କଣ୍ଟା ସାଜିଛି।

ଗତବର୍ଷ ସେପ୍ଟେମ୍ବର ମାସରେ ଚାଇନା ମୀର ବିରୋଧୀ ପ୍ରସ୍ତାବ ଉପରେ ସ୍ଥଗିତାଦେଶ ଜାରି କରିଥିଲା। ଏବେ ଏହା ଉପରେ ସଂପୂର୍ଣ୍ଣ ଭାବେ ରୋକ ଲଗାଇଛି। ମୀର ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ। ୨୬/୧୧ ହମଲାରେ ସେ ସାମିଲ ଥିବାରୁ ଆମେରିକା ମଧ୍ୟ ତା’ ମୁଣ୍ଡ ଉପରେ ୫ ମିଲିୟନ ଡଲାରର ପୁରସ୍କାର ଘୋଷଣା କରିଛି। ଜୁନ ମାସରେ ମୀରକୁ ପାକିସ୍ତାନର ଆତଙ୍କବାଦ ନିରୋଧ କୋର୍ଟ ଟେରର ଫଣ୍ଡିଂ ମାମଲାରେ ୧୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

Advertisment

ତେବେ ଏହାପୂର୍ବରୁ ପାକିସ୍ତାନ ପ୍ରଶାସନ ଦାବି କରିଥିଲା ଯେ ମୀର ପ୍ରାଣ ହରାଇ ସାରିଛି। ହେଲେ ପଶ୍ଚିମ ଦେଶଗୁଡ଼ିକ ତା’ ମୃତ୍ୟୁର ପ୍ରମାଣ ମାଗିବାରୁ ପାକିସ୍ତାନର ଅକଲ ଗୁଡୁମ ହୋଇଯାଇଥିଲା। ପରେ ତାକୁ ଜେଲଦଣ୍ଡ ହୋଇଥିବା ଖବର ପ୍ରକାଶ ପାଇଥିଲା।

Pakistan China Lashkar-e-Taiba Terrorist United Nation