Advertisment

ସ୍ପଷ୍ଟ କଲା ଚୀନ, ସୀମା ବିବାଦର ସମାଧାନ ପାଇଁ ଭାରତ ସହ ଚୁକ୍ତି ହୋଇଛି

ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଲିନ୍ ଜିଆନ ସାମ୍ବାଦିକ ସମ୍ମିଳନୀରେ ଏନେଇ ସ୍ପଷ୍ଟ କରିଛନ୍ତି।

ଅଦ୍ୟତନ ହୋଇଛି
India & China PM & President

India & China PM & President

Advertisment

ପୂର୍ବ ଲଦାଖରେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ବିବାଦକୁ ଶେଷ କରିବା ପାଇଁ ଭାରତ ସହ ଚୁକ୍ତି ହୋଇଛି। ଏପରି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଲିନ୍ ଜିଆନ। ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସ୍ପଷ୍ଟ କରିଛନ୍ତି।

Advertisment

ଗତକାଲି ଭାରତ ସରକାରଙ୍କ ପକ୍ଷରୁ ଚୀନ  ସହ ଆଲୋଚନା ସଫଳ ହୋଇଥିବା କୁହାଯାଇଥିଲା। ଆଜି ଚୀନ୍ ଏନେଇ ସ୍ପଷ୍ଟ କରିଛି। 

ଚୀନ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି, ଦୁଇ ଦେଶ ମଧ୍ୟରେ ପ୍ରାସଙ୍ଗିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏଥିସହ ପୂର୍ବ ଲଦାଖରେ ଥିବା ବିବାଦର ଅନ୍ତ ଘଟାଇବା ପାଇଁ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଛି। ଏଥିପାଇଁ ବେଜିଂ, ନୂଆଦିଲ୍ଲୀ ସହ ମିଶି କାର୍ଯ୍ୟ କରିବ।  

Advertisment

ଏହି ବିବାଦର ସମାଧାନ ପାଇଁ କିଛି ଦିନ ଧରି ଭାରତ ଏବଂ ଚୀନ୍ କୂଟନୈତିକ ଏବଂ ସାମରିକ ମାଧ୍ୟମରେ ଘନିଷ୍ଠ ଯୋଗାଯୋଗରେ ଅଛନ୍ତି ବୋଲି ଲିନ୍ ଜିଆନ କହିଛନ୍ତି। 

ତେବେ ଚୀନ୍ ପକ୍ଷରୁ ଏପରି ସ୍ପଷ୍ଟୀକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷ୍ ଗସ୍ତ ସମୟରେ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ରୁଷ ଗସ୍ତ କରିଛନ୍ତି। ଏହି ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଯୋଗଦେବେ। ଏହି ଅବସରରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇପାରେ। 

Border Dispute China India-China Border Ladakh Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe