Advertisment

ଗୁଇନ୍ଦା ବେଲୁନକୁ ଖସାଇବା ପରେ ରାଗିଗଲା ଚୀନ୍‌

କ୍ୟାରୋଲିନା ଉପକୂଳରେ ଉଡ଼ୁଥିବା ଚାଇନାର ଗୁଇନ୍ଦା ବେଲୁନକୁ ଆଜି ମିଶାଇଲ ମାଧ୍ୟମରେ ଆମେରିକା ନଷ୍ଟ କରିଦେଇଛି।

author-image
Madhupriya Mistry
china furious over spy balloon

china furious over spy balloon

ଆମେରିକା ଚାଇନାର ଗୁଇନ୍ଦାକୁ କ୍ଷେପାଣାସ୍ତ୍ର ସାହାଯ୍ୟରେ ଗୁଳି କରି ଫଟାଇ ଦେଇଛି। ଏହାପରେ ହଡବଡେଇ ଯାଇଛି ଚୀନ୍‌। ଦେଖାଇଛି ନିଜ ଅସଲ ରୂପ। ରାଗରେ ଆମେରିକାକୁ ଦେଇଛି ଧମକ। ବେଲୁନର ଶୁଟ୍‌ଡାଉନକୁ ନେଇ ଚୀନ୍‌ର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆମେରିକାର ଏହି କାର୍ଯ୍ୟକୁ ଚାଇନା କଡା ବିରୋଧ କରିଛି।

Advertisment

ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ କହିଛି, ବେଲୁନକୁ ଟାର୍ଗେଟ କରି ଆମେରିକା ଆନ୍ତରାଷ୍ଟ୍ରୀୟ ନିୟମର ଉଲ୍ଲଂଘନ କରିଛି। ଆମେରିକା ଏହି ଘଟଣାକୁ ଶାନ୍ତ, ବୃତ୍ତିଗତ ଏବଂ ସଂଯମ ଢଙ୍ଗରେ ପରିଚାଳନ କରିବ ବୋଲି ଚୀନ୍‌ ସ୍ପଷ୍ଟ ଭାବେ ଚାହୁଁଛି । ସେ ତା’ର ସ୍ୱାର୍ଥକୁ ଦୃଢତାର ସହ ରକ୍ଷା କରିବ ବୋଲି ଚୀନ୍‌ ଆମେରିକାକୁ ଚେତାବନୀ ଦେଇ କହିଛି।

ଆମେରିକା କ୍ୟାରୋଲିନା ଉପକୂଳରେ ଚାଇନାର ଗୁଇନ୍ଦା ବେଲୁନକୁ ଆଜି ମିଶାଇଲ ମାଧ୍ୟମରେ ନଷ୍ଟ କରିଦେଇଛି। ଗ୍ଲୋବାଲ ଟାଇମ୍ସର ରିପୋର୍ଟରେ କୁହାଯାଇଛି, ସିଭିଲ ବେଲୁନକୁ ନଷ୍ଟ କରିବାକୁ ଆମେରିକା ପକ୍ଷରୁ ସେନାର ବ୍ୟବହାର କରାଯାଇଥିଲା। ଗୁଇନ୍ଦା ବେଲୁନକୁ ଆମେରିକା ଫଟାଇଦେବା ପରେ ଏବେ ଚୀନ୍‌ ବିଚଳିତ ହୋଇପଡିଛି। ସେପଟେ ଆମେରିକାର ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ୍‌ ଏହି ଅପରେସନକୁ ଏକ ଯୋଜନାବଦ୍ଧ ତଥା ଆଇନଗତ କାର୍ଯ୍ୟ ବୋଲି କହିଛନ୍ତି।

Advertisment

ଆମେରିକାର ଅଧିକାରୀମାନେ ଗୁରୁବାର ପ୍ରଥମ ଥର ପାଇଁ ଆମେରିକାର ଆକାଶରେ ଏକ ବଡ଼ ଚାଇନାର “ଗୁଇନ୍ଦା ବେଲୁନ୍” ଟ୍ରାକ୍ କରୁଥିବା କହିଥିଲେ। ଏହି କାରଣରୁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଆମେରିକା ଓ ଚୀନ୍‌ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦେଖି ଶୁକ୍ରବାର ଦିନ ବେଜିଂ ଗସ୍ତକୁ ବାତିଲ କରିଥିଲେ।

China America