Advertisment

ଦେବାଳିଆ ପାକିସ୍ତାନକୁ ସାହାଯ୍ୟ କରିବ ଚାଇନା, ଚିନ୍ତାରେ ଆମେରିକା

ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ।

author-image
Tapas Behera
ଅଦ୍ୟତନ ହୋଇଛି
pakistans nefarious

pakistans nefarious

ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ। ପାକିସ୍ତାନ ବିଦେଶୀ ମୁଦ୍ରା ଭଣ୍ଡାରେ ଆଉ ପାଖାପାଖି ୩ ଶହ କୋଟି ଡଲାର ରହିଛି । ଫଳରେ ଏହା ଦେବାଳିଆ ସ୍ଥିତିକୁ ଆସିଯାଇଛି । ପାକିସ୍ତାନରେ ଏବେ କ୍ଷୀର ଲିଟର ୨୫୦ ଟଙ୍କା ଓ ଚିକେନ୍ କେଜି ୭୮୦ ଟଙ୍କାରେ ବିକ୍ରି ହେଉଛି । ପେଟ୍ରୋଲ ଲିଟର ୨୭୨କୁ ଡିଜେଲ୍ ୨୮୦ ଟଙ୍କାରେ ବିକ୍ରି ହେଉଛି। ପାକିସ୍ତାନର ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଥିବା ବେଳେ ସେଠାରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ୍‌ ଆଶାତୀତ ଭାବେ ବଢ଼ିଯାଇଛି। ଆର୍ଥିକ ଦୁର୍ଗତିରୁ ମୁକ୍ତି ପାଇବାକୁ ପାକିସ୍ତାନ ସରକାର ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ଠାରୁ ଋଣ ପାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଇତିମଧ୍ୟରେ ଚାଇନା ଡେଭଲପମେଣ୍ଟ ବ୍ୟାଙ୍କ ପାକିସ୍ତାନକୁ ୭୦୦ ନିୟୁତ ଡଲାର ଋଣ ପ୍ରଦାନ କରିଛି।

Advertisment

ଚାଇନା ତରଫରୁ ପାକିସ୍ତାନକୁ ଋଣ ପ୍ରଦାନ କରାଯାଇଥିବା ବେଳେ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛି ଆମେରିକା। ଚାଇନା ପ୍ରଦତ୍ତ ଋଣର ଆଗାମୀ ଦିନରେ ପାକିସ୍ତାନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆମେରିକା ବୈଦେଶିକ ବିଭାଗର ସହକାରୀ ସଚିବ ଡୋନାଲ୍‌ଡ ଲୁ କହିଛନ୍ତି। ଋଣ ସହ ସୁଧ ଅସୁଲ ପାଇଁ ଚୀନ୍‌ ତରଫରୁ ପାକିସ୍ତାନର କେତେକ ପ୍ରତିଷ୍ଠାନକୁ ନିଜ ନିୟନ୍ତ୍ରଣକୁ ନିଆଯାଇ ପାରେ ବୋଲି ସେ କହିଛନ୍ତି। ଏପରି ହେଲେ ଆଗାମୀ ଦିନରେ ପାକିସ୍ତାନ ଉପରେ ଚୀନ୍‌ର କର୍ତ୍ତୃତ୍ୱ ଅଧିକ ବଢ଼ିବାର ସମ୍ଭାବନା ରହିଥିବା ସେ ଦର୍ଶାଇଛନ୍ତି। ଆସନ୍ତା ମାର୍ଚ୍ଚ ୧ରୁ ୩ ପର୍ଯ୍ୟନ୍ତ ଆମେରିକା ବୈଦେଶିକ ବିଭାଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ମତ ଦେଇ ଲୁ କହିଥିଲେ ଭାରତ ସହ ସମ୍ପର୍କକୁ ଅଧିକ ମଜଭୁତ୍‌ କରିବା ପାଇଁ ଆମେରିକାର ପ୍ରତିନିଧିମଣ୍ଡଳୀ ସେଠାକୁ ଯାଉଛନ୍ତି। ଭାରତ ଉପମହାଦେଶ ଅଞ୍ଚଳରେ ଥିବା ସମସ୍ତ ଦେଶ ଯେପରି ଆତ୍ମନିର୍ଭରଶୀଳ ହେବେ ଏବଂ ପ୍ରତି କ୍ଷେତ୍ରରେ ଚୀନ୍‌ ଉପରେ ନିର୍ଭରଶୀଳ ନ ହୋଇ ନିଜସ୍ବ ନିଷ୍ପତ୍ତି ନେଇପାରିବେ ତାହା ନିଶ୍ଚିତ କରାଯିବା ନିହାତି ଆବଶ୍ୟକ।

ସେହିପରି ଚାଇନା ସହ ଆମେରିକାର ସମ୍ପର୍କ ନେଇ ମତ ଦେଇ ଲୁ କହିଥି​‌ଲେ ଆମେରିକା ଓ ଚୀନ୍‌ ଅଧିକାରୀଙ୍କ ମଧ୍ୟରେ ମତ ବିନିମୟ ଜାରି ରହିଥିଲା। ତେବେ ଚୀନ୍‌ରୁ ଗୁଇନ୍ଦା ବେଲୁନ୍‌କୁ ଆମେରିକା ଖସାଇବା ପରେ ପରିସ୍ଥିତି କିଛିଟା ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ତେବେ ଆଗାମୀ ଦିନରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପୂର୍ବପରି ଜାରି ରହିବ ବୋଲି ଆଶା କରାଯାଉଛି। ଭାରତ ସହ ରୁଷିଆର ସାମରିକ ସମ୍ପର୍କ ନେଇ ମତ ଦେଇ ଲୁ କହିଥିଲେ ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ ବେଶ୍ ପୁରୁଣା। ଭାରତ ଅନେକ ସମୟରେ ରୁଷ୍‌ ନିକଟରୁ ଯୁଦ୍ଧ ସରଞ୍ଜାମ କିଣିଥାଏ। ତେବେ ବର୍ତ୍ତମାନ ୟୁକ୍ରେନ୍‌ ସହ ରୁଷ୍‌ର ଯୁଦ୍ଧ ଚାଲିଥିବାରୁ ଭାରତ ପୂର୍ବରୁ ଯେଉଁ ଯୁଦ୍ଧାସ୍ତ୍ର କିଣିବାକୁ ଚୁକ୍ତି କରିଥିଲା ତାହା ମିଳିବାରେ ବିଳମ୍ବ ହେଉଛି।

Advertisment
Pakistan