Advertisment

ଚୀନ୍‌ରେ ଧସିଲା ଜାତୀୟ ରାଜପଥ, ୩୬ ମୃତ

ଚୀନ୍‌ରେ ଲାଗି ରହିଛି ବର୍ଷା ବିତ୍ପାତ । ଲଗାଣ ବର୍ଷା ଯୋଗୁ ଧସିଲା ଜାତୀୟ ରାଜପଥ। ଫଳରେ ରାସ୍ତାରେ ଖାଲ ସୃଷ୍ଟି ହୋଇ ଖସି ପଡ଼ିଲା ୨୩ ଗାଡ଼ି ଓ ଚାଲିଗଲା ୩୬ ଜୀବନ ।

China

China

Advertisment

ଚୀନ୍‌ରେ ଲାଗି ରହିଛି ବର୍ଷା ବିତ୍ପାତ । ଲଗାଣ ବର୍ଷା ଯୋଗୁ ଧସିଲା ଜାତୀୟ ରାଜପଥ। ଫଳରେ ରାସ୍ତାରେ ଖାଲ ସୃଷ୍ଟି ହୋଇ ଖସି ପଡ଼ିଲା ୨୩ ଗାଡ଼ି ଓ ଚାଲିଗଲା ୩୬ ଜୀବନ । ଗତକାଲି ବିଳମ୍ବିତ ରାତିରେ ଏପରି ଏକ ଅଘଟଣ ଚୀନ୍‌ର ମୈଝୁ ସହରରେ ଘଟିଛି।

Advertisment

ପ୍ରବଳ ବର୍ଷା ହେତୁ ମୈଝୁ ସହର ଦେଇ ଯାଇଥିବା ଜାତୀୟ ରାଜପଥର ୧୭ ମିଟର ଲମ୍ବ ରାସ୍ତା ଧସି ଯାଇଛି। ଫଳରେ ଉକ୍ତ ସମୟରେ ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ୨୩ଟି ଗାଡ଼ି ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ପ୍ରାୟ ୩ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ତୁରନ୍ତ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ଲଗାଣ ବର୍ଷା ଯୋଗୁ ଜାତୀୟ ରାଜପଥ ତଳ ମାଟି ଧସି ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି। ଫଳରେ ଗାଡ଼ିଗୁଡ଼ିକ ଏକ ସଙ୍ଗେ ଖାଲକୁ ପଡ଼ି ଯାଇଥିବା ବେଳେ ସେଥିରୁ କିଛି ଗାଡ଼ିରେ ନିଆଁ ଲାଗି ଯାଇଥିବା ଜଣାଯାଇଛି।

ଚୀନ୍‌ର ଗ୍ୱାଙ୍ଗଡଙ୍ଗ ଅଞ୍ଚଳରେ ପ୍ରାୟ ଦୁଇ ସପ୍ତାହ ହେବ ବର୍ଷା ଲାଗି ରହିଛି। ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଗତ ଶନିବାର ଆସିଥିବା ପ୍ରବଳ ତୋଫାନ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଏଥିରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଥିବା ବେଳେ ୧୪୦ରୁ ଅଧିକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି।

China
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe