Advertisment

ଚାଇନାର ବହପ: ତାଇୱାନକୁ ନିଜର ଦର୍ଶାଇ ଜାରି କଲା ମ୍ୟାପ୍‌

ପଡ଼ୋଶୀ ତାଇୱାନ ଓ ଦକ୍ଷିଣ ଚୀନ ସାଗରକୁ ନେଇ ବିବାଦ ଲାଗି ରହିଛି। ଏହି ଦୁଇ ଅଞ୍ଚଳକୁ ଚାଇନା ଦୀର୍ଘ ଦିନ ହେଲା ନିଜର ବୋଲି କହି ଆସୁଥିଲା। ଏବେ ବେଜିଂ ଏକତରଫା ଭାବେ ତାଇୱାନ ଓ ଦକ୍ଷିଣ ଚୀନ ସାଗରକୁ ନିଜର ବୋଲି ମ୍ୟାପ୍‌ରେ କହିଛି।

author-image
Hemant Lenka
China

China

ପୁଣିଥରେ ଭାରତକୁ ଉସକାଇବା ସହ ତାଇୱାନକୁ ନିଜର ବୋଲି କହିଛି ଚାଇନା। ଭାରତର ଅରୁଣାଚଳ ପ୍ରଦେଶକୁ ଚାଇନା ନିଜର ବୋଲି କହି ଗୋଟିଏ ମ୍ୟାପ୍‌ ଜାରି କରିଛି। କେବଳ ଅରୁଣାଚଳ ପ୍ରଦେଶ ନୁହେଁ, ଭାରତ ଠାରୁ ୧୯୬୨ ଛଡ଼ାଇ ନେଇଥିବା ଅକସାଇ ଚୀନକୁ ମଧ୍ୟ ଚାଇନା ତା’ ମ୍ୟାପ୍‌ରେ ନିଜ ସୀମାନ୍ତ ଅଞ୍ଚଳ ଭାବେ ମ୍ୟାପ୍‌ରେ ସ୍ଥାନ ଦେଇଛି।

Advertisment

ପଡ଼ୋଶୀ ତାଇୱାନ ଓ ଦକ୍ଷିଣ ଚୀନ ସାଗରକୁ ନେଇ ବିବାଦ ଲାଗି ରହିଛି। ଏହି ଦୁଇ ଅଞ୍ଚଳକୁ ଚାଇନା ଦୀର୍ଘ ଦିନ ହେଲା ନିଜର ବୋଲି କହି ଆସୁଥିଲା। ଏବେ ବେଜିଂ ଏକତରଫା ଭାବେ ତାଇୱାନ ଓ ଦକ୍ଷିଣ ଚୀନ ସାଗରକୁ ନିଜର ବୋଲି ମ୍ୟାପ୍‌ରେ କହିଛି।

ଚାଇନା ସର୍ବଦା ଦାବି କରି ଆସୁଛି ଯେ ତାଇୱାନ ହେଉଛି ବେଜିଂର ଅବିଚ୍ଛେଦ୍ୟ ଅଙ୍ଗ। ହେଲେ ଏହାକୁ ତାଇୱାନବାସୀ ବିରୋଧ କରୁଛନ୍ତି। ଏଥିପାଇଁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଅନେକ ଥର ତାଇୱାନକୁ ଆକ୍ରମଣର ଭୟ ମଧ୍ୟ ଦେଖାଇଛନ୍ତି। ଏସବୁ ଭିତରେ ଚାଇନା ନୂଆ ମ୍ୟାପ୍‌ରେ ତାଇୱାନକୁ ନିଜର ଦର୍ଶାଇଛି।

Advertisment

ସେହିପରି ଦକ୍ଷିଣ ଚାଇନା ସାଗର ଉପରେ ଚାଇନା ନିଜର ମାଲିକାନା ଜାହିର କରୁଛି। କିନ୍ତୁ ଏହାକୁ ଭିଏତନାମ, ଫିଲିପାଇନ୍ସ, ମାଲେସିଆ, ବ୍ରୁନେ ଓ ତାଇୱାନ ବିରୋଧ କରି ଆସୁଛନ୍ତି। ତଥାପି ଚାଇନା ନିଜ ଜିଦରେ ଅଟଳ ରହି ବିବାଦୀୟ ଅଞ୍ଚଳଗୁଡ଼ିକୁ ନିଜ ମ୍ୟାପ୍‌ରେ ସ୍ଥାନ ଦେଇଛି।

ଏହି ମ୍ୟାପ୍‌କୁ ଚାଇନାର ପ୍ରାକୃତି ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ସୋମବାର ଝେଜିଆଙ୍ଗ ପ୍ରଦେଶର ଡେକ୍ୟୁଇଙ୍ଗ କାଉଣ୍ଟରେ ମନ୍ତ୍ରଣାଳ ପକ୍ଷରୁ Surveying and Mapping Publicity Day ଓ National Mapping Awareness Publicity Week ପାଳନ କରାଯାଉଥିଲା। ସେଠାରେ ହିଁ ଚାଇନା ନିଜର ନୂଆ ମ୍ୟାପ୍‌ ସାର୍ବଜନୀନ କରିଛି।

ଏପ୍ରିଲ ମାସରେ ଚାଇନା ପକ୍ଷରୁ ଅରୁଣାଚଳ ପ୍ରଦେଶର ୧୧ଟି ନାଁ ପରିବର୍ତ୍ତନ କରାଯାଇଥିଲା। ଏହାକୁ ଭାରତ ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା। ଚାଇନା ନିଷ୍ପତ୍ତିକୁ ଭାରତ ଗ୍ରହଣ କରି ନଥିଲା। ଏବେ ପୁଣି ଚାଇନା ଅରୁଣାଚଳ ପ୍ରଦେଶକୁ ନିଜର ଦର୍ଶାଇଛି।

ଚାଇନାର ଏପରି ବହପ ଉପରେ ପ୍ରତିକ୍ରିୟା ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, “ଚାଇନା ପ୍ରଥମଥର ଏପରି ପ୍ରୟାସ କରି ନାହିଁ। ଆମେ ଆରମ୍ଭରୁ ହିଁ ଏହାକୁ ଅଗ୍ରାହ୍ୟ କରି ଆସିଛୁ। ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଓ ସବୁବେଳେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ।”

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ସମ୍ମିଳନୀ ବେଳେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କିଛି ମିନିଟ ପାଇଁ କଥା ହୋଇଥିଲେ। ଏହା ଦ୍ୱିପାକ୍ଷିକ ଆଲୋଚନା ନଥିଲେ ମଧ୍ୟ ସୀମା ବିବାଦ ସମ୍ପର୍କରେ ଦୁଇ ଦେଶର ନେତା ଆଲୋଚନା କରିଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।

ସେହିପରି ସୀମାରେ ତୁରନ୍ତ ଉତ୍ତେଜନା ହ୍ରାସ କରିବାକୁ ଜିନପିଙ୍ଗ ଓ ମୋଦି ଏକମତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲେ। କିନ୍ତୁ ଏହାର କିଛି ଦିନ ପରେ ଚାଇନା ପକ୍ଷରୁ ଏପରି ଏକ ମ୍ୟାପ୍‌ ଜାରି କରାଯାଇଛି।

China