Advertisment

ଚାଲାକ୍ ଚୀନ୍‌, LACରେ ତିଆରି କରିଛି ହେଲିପ୍ୟାଡ୍‌ ଓ ଅନେକ ରାସ୍ତା

ଆମେରିକାର ରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନର ଏକ ରିପୋର୍ଟରେ ଦାବି କରାଯାଇଛି।

author-image
Madhupriya Mistry
China Infra Boost

China Infra Boost

ସୁଧୁରୁନି ଚୀନ୍‌। ବାରମ୍ବାର ଦେଖାଉଛି ନିଜ ଦାଦାଗିରି। ବାସ୍ତିବକ ନିୟନ୍ତ୍ରଣ ରେଖାରେ ଚଲାଇଛି ନିଜର ମନମାନି। ଏଲ୍‌ଏସିକୁ ଲାଗି ତିଆରି କରିଛି ଏକାଧିକ ସୁଦୃଢ଼ ରାସ୍ତା। କେବଳ ସେତିକି ନୁହେଁ ହେଲିପ୍ୟାଡ୍‌ ଓ ବିମାନ ବନ୍ଦର ମଧ୍ୟ ତିଆରି କରିଛି ଚୀନ୍‌। ଏନେଇ ଆମେରିକାର ରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନର ଏକ ରିପୋର୍ଟରେ ଦାବି କରାଯାଇଛି।

Advertisment

୨୦୨୨ ଠାରୁ ଯେଉଁ ଏଲଏସି ବା ଲାଇନ୍ ଅଫ୍ କଂଟ୍ରୋଲକୁ ନେଇ ଭାରତ ଏବଂ ଚୀନ ମଧ୍ୟରେ ବିବାଦ ଚାଲିଛି ଏବେ ସେହି ସ୍ଥାନର ନିକଟରେ ବେଜିଂ ଏକ ହେଲିପ୍ୟାଡ ନିର୍ମାଣ କରିଛି। ଏଲଏସି ନିକଟରେ ଥିବା ଗଲଓ୍ୱାନ ଏବଂ ତୱାଙ୍ଗରେ ଭାରତୀୟ ସେନାର ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକାର ପ୍ରତିରକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଦାବି କରିଛି ଯେ ଚୀନ୍ ଏଲଏସିରେ ସୁଦୃଢ ରାସ୍ତା ଏବଂ ହେଲିପ୍ୟାଡ୍, ବିମାନ ବନ୍ଦର ସହ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମୀକୁ ସୃଷ୍ଟି କରିଛି। ଚୀନର ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ଚୀନ୍ ଏହାକୁ ଗୁରୁତ୍ୱ ଦେଇଛି ବୋଲି ବୁଝାପଡୁଛି।

ଭାରତ ଓ ଚୀନ୍‌ ସେନା ମଧ୍ୟରେ ଗଲା ତିନି ବର୍ଷ ହେବା ପୂର୍ବ ଲଦାଖର ଅନେକ କେନ୍ଦ୍ରକୁ ନେଇ ବିବାଦ ଲାଗି ରହିଛି। ଏହି ବିବାଦକୁ କମ୍‌ କରିବା ପାଇଁ ବ୍ୟାପକ ସ୍ତରରେ ରାଜନୈତିକ ଏବଂ ସାମରିକ ଆଲୋଚନା ପରେ ଉଭୟ ପକ୍ଷ ଅନେକ ଅଞ୍ଚଳରୁ ନିଜ ନିଜର ସୈନ୍ୟ ପ୍ରତ୍ୟାହାର କରିଥିଲେ। ଏସବୁ ମଧ୍ୟରେ ପେଣ୍ଟାଗନ୍ 'ମିଲେଟ୍ରି ଆଣ୍ଡ ସିକ୍ୟୁରିଟି ଡେଭଲପମେଣ୍ଟସ୍‌ ଇନ୍‌ଭଲଭିଂ ଦ ପିପୁଲ୍ସ ରିପବ୍ଲିକ୍‌ ଅଫ୍‌' ଚାଇନ୍‌ ନାମକ ଏହି ରିପୋର୍ଟ ଜାରି କରିଛି।

Advertisment

ପେଣ୍ଟାଗନ୍ ରିପୋର୍ଟ କହିଛି ଯେ ଭାରତ ଏବଂ ଚୀନ୍ ମଧ୍ୟରେ ଥିବା ବାର୍ତ୍ତାଳାପକୁ ଏପର୍ଯ୍ୟନ୍ତ ସର୍ବନିମ୍ନ ଅଗ୍ରଗତି କରିଛି। ଅପରପକ୍ଷରେ ଚୀନ୍ ଏଲଏସି ନିକଟରେ ଭିତ୍ତିଭୂମୀକୁ ସୁଦୃଢ କରିଛି। ଡୋକଲାମ ନିକଟରେ ଭୂତଳ ସଂରକ୍ଷଣ ସୁବିଧା, LAC ର ତିନୋଟି ସେକ୍ଟରରେ ନୂତନ ରାସ୍ତା, ପଡୋଶୀ ଭୁଟାନର ବିବାଦୀୟ ଅଞ୍ଚଳର ନୂତନ ଗାଁ, ପାଙ୍ଗୋଙ୍ଗ ହ୍ରଦରେ ଦ୍ୱିତୀୟ ସେତୁ, ସେଣ୍ଟର ସେକ୍ଟରରେ ଏକ ଦ୍ୱିତୀୟ ଉଦ୍ଦେଶ୍ୟମୂଳକ ବିମାନବନ୍ଦର ଏବଂ ଅନେକ ହେଲିପ୍ୟାଡ୍ ତିଆରି କରିଛି ଚୀନ୍‌।

ଉଲ୍ଲେଖଯୋଗ୍ୟ, ୨୦୨୦ ଜୁନ୍‌ ୧୫ରେ ଗଲଓ୍ୱାନ ଘାଟିରେ ଚୀନ ଓ ଭାରତୀୟ ସେନା ମୁହାଁମୁହିଁ ହୋଇଥିଲେ। ଏଥିରେ ଉଭୟ ପକ୍ଷର ଅନେକ ସେନା ସହିଦ ହୋଇଥିଲେ। ଏହାପରେ ଦ୍ୱିପାକ୍ଷିକ ସମ୍ପର୍କ ତିକ୍ତ ହୋଇପଡିଥିଲା। ତେଣୁ LAC ଉପରେ ଚାଇନାର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ନିୟୋଜନ ବୋଧହୁଏ ୨୦୨୩ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ରିପୋର୍ଟରେ କୁହାଯାଇଛି।

Indian Army LAC China Army Pentagon Report