Advertisment

କଥା ବଦଳାଇଲା ଚାଇନା, ଏବେ ଇସ୍ରାଏଲ କରୁଥିବା ହମଲାକୁ ସମର୍ଥନ କଲା

ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଉଚ୍ଚସ୍ତରୀୟ ୱାଶିଂଟନ ଗସ୍ତ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବେଜିଂ ପକ୍ଷରୁ ଏପରି ମତାମତ ସାମ୍ନାକୁ ଆସିଛି।

author-image
Hemant Lenka
wang

wang

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ କଥା ବଦଳାଇଛି ଚାଇନା। ପୂର୍ବରୁ ହମାସକୁ ପରୋକ୍ଷରେ ସମର୍ଥନ କରି ଇସ୍ରାଏଲ କରୁଥିବା ଘନଘନ ହମଲାକୁ ଚାଇନା ବିରୋଧ କରିଥିଲା। ହେଲେ ଏବେ ଚାଇନା ତା’ର ଆଭିମୁଖ୍ୟ ବଦଳାଇଛି। ହମାସ ଆକ୍ରମଣ ବିରୋଧରେ ନିଜର ସୁରକ୍ଷା କରିବାକୁ ଇସ୍ରାଏଲର ସବୁ ପ୍ରକାରର ଅଧିକାର ରହିଛି ବୋଲି ବେଜିଂ ଆଜି ମତ ରଖିଛି।

Advertisment

ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଉଚ୍ଚସ୍ତରୀୟ ୱାଶିଂଟନ ଗସ୍ତ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବେଜିଂ ପକ୍ଷରୁ ଏପରି ମତାମତ ସାମ୍ନାକୁ ଆସିଛି। ଆମେରିକା ଓ ଚାଇନା ମଧ୍ୟରେ ଚାଲିଥିବା ତିକ୍ତତା ସମ୍ପର୍କରେ କାହାକୁ ଅଛପା ନାହିଁ। ଏସବୁ ଭିତରେ ୱାଙ୍ଗ ୟି ଆମେରିକା ଗସ୍ତରେ ଯିବାର ଥିବାରୁ ଏହାର ଗୁରୁତ୍ୱ ବଢ଼ି ଯାଇଛି।

ଚାଇନା ସରକାରଙ୍କ ଦ୍ୱାରା ପରିଚାଳିତ ନ୍ୟୁଜି ଏଜେନ୍ସିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୱାଙ୍ଗ ତାଙ୍କ ଇସ୍ରାଏଲ ପ୍ରତିପକ୍ଷଙ୍କ ସହ ସୋମବାର ଫୋନରେ କଥା ହୋଇଥିଲେ। ଏହି ସମୟରେ ସେ ତାଙ୍କୁ କହିଥିଲେ ଯେ ଆତ୍ମ ରକ୍ଷାର ଅଧିକାର ସବୁ ରାଷ୍ଟ୍ର ପାଖରେ ରହିଛି। କିନ୍ତୁ ଆତ୍ମରକ୍ଷା ବେଳେ ସମସ୍ତଙ୍କୁ ଅନ୍ତର୍ଜାତୀୟ ମାନବୀୟ ଆଇନ ଓ ସାଧାରଣ ଲୋକଙ୍କ ସୁରକ୍ଷା କଥା ମଧ୍ୟ ଦୃଷ୍ଟିରେ ରଖିବାକୁ ପଡ଼ିବ।

Advertisment

ଫୋନରେ କଥା ହୋଇ ସାରିବା ପରେ ସେ ଆହୁରି କହିଛନ୍ତି ଯେ ଇସ୍ରାଏଲ ଆତ୍ମରକ୍ଷା ଠାରୁ ଅଧିକ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଇସ୍ରାଏଲ ଗାଜାବାସୀଙ୍କୁ ଦେଉଥିବା ସାମୂହିକ ଦଣ୍ଡ ଦେବାରୁ ତୁରନ୍ତ ଓହରି ଯାଉ।  

ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ବିରୋଧରେ ଇସ୍ରାଏଲ ଗ୍ରହଣ କରୁଥିବା କାର୍ଯ୍ୟାନୁଷ୍ଠାନକୁ ଚାଇନା ପ୍ରଥମଥର ପାଇଁ ନିଜର ବୟାନ ମାଧ୍ୟମରେ ସମର୍ଥନ କରିଛି।

ଗତ ସପ୍ତାହରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଇସ୍ରାଏଲ ଓ ହମାସ ମଧ୍ୟରେ ତୁରନ୍ତ ଅସ୍ତ୍ରବିରତି ଲାଗୁ କରିବାକୁ ପରାମର୍ଶ ଦେଇଥିଲେ। ସେ ଇଜିପ୍ଟ ଓ ଅନ୍ୟ ଦେଶଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ପାଲେଷ୍ଟାନ ସମସ୍ୟାର ସମାଧାନ କରିବାକୁ ପ୍ରସ୍ତୁତ ଥିବା ମଧ୍ୟ ପ୍ରସ୍ତାବ ଦେଇଥିଲେ।

ତେବେ ହମାସର ରକେଟ ମାଡ଼ରେ ୧୪ ଶହରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ମଧ୍ୟ ଚାଇନା ଏଯାଏ ଏହାକୁ ନିନ୍ଦା କରି ନାହିଁ।

China Israel Israel-Palestine Conflict