Advertisment

ଆମେରିକାରେ ବାପା ହେବାରୁ ବିଦା ହେଲେ ଚାଇନା ବିଦେଶ ମନ୍ତ୍ରୀ

କିନ ଗ୍ୟାଙ୍ଗଙ୍କୁ ବିଦେଶ ମନ୍ତ୍ରୀ ପଦରୁ ବିଦା ହେବା ପରେ ୱାଙ୍ଗ ୟି ପୁଣି ଏହି ଦାୟିତ୍ୱ ନେଇଥିଲେ।

ଅଦ୍ୟତନ ହୋଇଛି
China

China

Advertisment

ଦେଶର ବିଦେଶ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କୁ ଚାଇନା ସରକାର ନିଜ ପଦରୁ ହଟାଇ ଦେଇଛନ୍ତି। ସେ ଆମେରିକାରେ ଜଣେ ଯୁବତୀଙ୍କ ସହ ପ୍ରେମ ବ୍ୟାପର ରଖିଥିଲେ। ଏଥିସହ ସେ ସେଠାରେ ବାପା ମଧ୍ୟ ହୋଇଥିଲେ। ତଦନ୍ତରୁ ଏକଥା ଜଣାପଡ଼ିବା ପରେ ଚାଇନା ସରକାର ଏପରି ପଦକ୍ଷେପ ନେଇଛନ୍ତି।

Advertisment

କିନ୍‌ ଗ୍ୟାଙ୍ଗର ଗୁପ୍ତ ଜୀବନ ଶୈଳୀ ଉପରେ ଚାଇନାର କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ଅଗଷ୍ଟ ମାସ ଆରମ୍ଭରୁ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ କିନ ଗ୍ୟାଙ୍ଗ ଏକଦା ଆମେରିକାରେ ଚାଇନାର ରାଷ୍ଟ୍ରଦୂତ ଥିଲେ। ଏହି ସମୟରେ ସେ ସେଠାରେ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ।

ଏପରି କି ସେ ସେଠାରେ ବାପା ମଧ୍ୟ ହୋଇଥିଲେ। ଏଥିପାଇଁ ତାଙ୍କୁ ବିଦେଶ ମନ୍ତ୍ରୀ ପଦରୁ ହଟା ଯାଇଛି। ତେବେ ଆମେରିକୀୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିବା ବେଳେ ସେ ଚାଇନାର ରାଷ୍ଟ୍ରୀୟ ସୁରକ୍ଷା ସହ ବୁଝାମଣା କରିଛନ୍ତି କି ନାହିଁ, ସେକଥା ଜଣାପଡ଼ିନି। ଏବେ ଏ ଦିଗରେ ତଦନ୍ତ କରାଯାଉଛି।

Advertisment

ବିଶ୍ୱର ଦୁଇ ଶକ୍ତିଶାଳୀ ଦେଶ ଚାଇନା ଓ ଆମେରିକା ମଧ୍ୟରେ ଦୀର୍ଘ ଦିନ ହେଲା ତିକ୍ତତା ଲାଗି ରହିଛି। ଉଭୟ ଅର୍ଥନୀତିକ ଓ ରାଜନୀତିକ ତିକ୍ତତା ଚରମସୀମାରେ ପହଞ୍ଚି ଯାଇଛି। ଏହାକୁ ଦୃଷ୍ଟିରେ ରଖି ଚାଇନା କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି।

ଜୁଲାଇ ମାସରେ କିନ ଗ୍ୟାଙ୍ଗ ବିରୋଧରେ ଅଭିଯୋଗ ଆସିଥିଲେ। ଅଭିଯୋଗ ପରେ ଚାଇନା ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମନ୍ତ୍ରୀ ପଦ ହରାଇବାର ୭ ମାସ ପୂର୍ବରୁ ହିଁ ସେ ଦାୟିତ୍ୱ ନେଇଥିଲେ। କିନ୍ତୁ ବିବାଦ କାରଣରୁ ତାଙ୍କୁ ପଦ ହରାଇବାକୁ ପଡ଼ିଥିଲା।

କିନ ଗ୍ୟାଙ୍ଗଙ୍କୁ ବିଦେଶ ମନ୍ତ୍ରୀ ପଦରୁ ବିଦା ହେବା ପରେ ୱାଙ୍ଗ ୟି ପୁଣି ଏହି ଦାୟିତ୍ୱ ନେଇଥିଲେ।

USA China
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe