Advertisment

ଭାରତକୁ କାଉଣ୍ଟର କରିବା ପାଇଁ ଚାଇନା-ପାକିସ୍ତାନ-ବାଂଲାଦେଶ କରୁଛନ୍ତି ସାଂଘାତିକ ଷଡ଼ଯନ୍ତ୍ର

ନୂଆ ରିଜନାଲ ବ୍ଲକ ତିଆରି ପାଇଁ ଚାଇନା ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିକଟରେ ଏଥିପାଇଁ ଗୋଟିଏ ବୈଠକ ବସିଥିଲା।

Pakistan

Pakistan

Advertisment

ଗୋଟିଏ ନୂଆ ଆଞ୍ଚଳିକ ବ୍ଲକ ତିଆରି କରିବା ପାଇଁ ଚାଇନା ଓ ପାକିସ୍ତାନ କାମ କରୁଛନ୍ତି। ସାର୍କର ବିକଳ୍ପ ଭାବେ ସେମାନେ ଆଉ ଏକ ବ୍ଲକ ତିଆରି କରିବାକୁ ଚାହୁଁଛନ୍ତି। ସାର୍କ ଦେଶମାନଙ୍କୁ ନେଇ ଗଠିତ ବ୍ଲକରେ ଭାରତ ହେଉଛି ଗୋଟିଏ ପ୍ରମୁଖ ସଦସ୍ୟ। ତେଣୁ ଭାରତକୁ ସାଇଡ କରି ଚାଇନା ଏବେ ପାକିସ୍ତାନ ସହାୟତାରେ ଆଉ ଏକ ଗ୍ରୁପ ତିଆରି ନିଜ ଇଚ୍ଛାରେ କରିବାକୁ ଚାହୁଁଛି। ଏଥିରେ ବାଂଲାଦେଶକୁ ମଧ୍ୟ ସାମିଲ କରିବାକୁ ଦୁଇ ରାଷ୍ଟ୍ର ଲାଗି ପଡ଼ିଛନ୍ତି।

Advertisment

ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ନୂଆ ରିଜନାଲ ବ୍ଲକ ତିଆରି ପାଇଁ ଚାଇନା ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିକଟରେ ଏଥିପାଇଁ ଗୋଟିଏ ବୈଠକ ବସିଥିଲା। ଚାଇନାର କୁନମିଙ୍ଗରେ ଜୁନ ୧୯ରେ ଅନୁଷ୍ଠିତ ହୋଇଥିବା ବୈଠକରେ ବେଜିଂ ଓ ଇସଲାମାବାଦ ବ୍ୟତୀତ ବାଂଲାଦେଶ ମଧ୍ୟ ସାମିଲ ହୋଇଥିଲା।

ସାର୍କରେ ଥିବା ଅନ୍ୟ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକୁ ନୂଆ ଗ୍ରୁପରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିବା ହିଁ କୁନମିଙ୍ଗରେ ହୋଇଥିବା ବୈଠକର ମୂଳ ଲକ୍ଷ୍ୟ ରହିଥିଲା। କୁନମିଙ୍ଗ ବୈଠକ ପୂର୍ବରୁ ଚାଇନା-ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଗୋଟିଏ ତ୍ରିପାକ୍ଷିକ ବୈଠକ ହୋଇଥିଲା। ଚାଇନା-ପାକିସ୍ତାନ ଅର୍ଥନୀତିକ କରିଡରକୁ ବିସ୍ତାର କରି ତାଲିବାନ ଶାସିତ ଆଫଗାନିସ୍ତାନ ଯାଏ ବିସ୍ତାର କରିବା ଏହି ବୈଠକର ପ୍ରମୁଖ ପ୍ରସଙ୍ଗ ରହିଥିଲା।

Advertisment

ଏବେ ଚାଇନା-ପାକିସ୍ତାନ ଓ ବାଂଲାଦେଶ ସାର୍କର ବିକଳ୍ପ ଭାବେ ଭାରତକୁ ବାଦ ଦେଇ ଆଉ ଏକ ବ୍ଲକ ତିଆରି କରିବାକୁ ଅଣ୍ଟା ଭିଡ଼ିଛନ୍ତି। ୧୯୮୫ ମସିହା ଡିସେମ୍ବର ୮ରେ ବାଂଲାଦେଶର ଢାକାରେ ଦି ସାଉଥ ଏସିଆନ ଆସୋସିଏସନ ଫର ରିଜନାଲ କର୍ପୋରେସନ ବା ସାର୍କ ଗଠନ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ସାର୍କରେ ୭ଟି ଦେଶ ରହିଥିଲେ। କିନ୍ତୁ ୨୦୦୭ରେ ସାର୍କ ସହ ଆଫଗାନିସ୍ତାନ ଯୋଡ଼ି ହୋଇଥିଲା।

କାହିଁକି ସାର୍କ ଅଚଳ ହୋଇଯାଇଛି?

ସାର୍କ ୨୦୧୬ରୁ ଏକ ପ୍ରକାରର ଅଚଳ ହୋଇଯାଇଛି। ୨୦୧୪ କାଠମାଣ୍ଡୁ ଶିଖର ସମ୍ମିନଳୀ ପରଠାରୁ ସାର୍କ ଦେଶର ନେତାମାନେ ପରସ୍ପରକୁ ଭେଟି ନାହାନ୍ତି। କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ କୋଭିଡ ସମୟରେ ପ୍ରଥମଥର ପାଇଁ ସାର୍କ ଶିଖର ସମ୍ମିଳନୀ ଭିଡିଓ କନଫରେନ୍ସିଂରେ ଆୟୋଜନ କରିଥିଲେ। ସେ କୋଭିଡ-୧୯ ଏମର୍ଜେନ୍ସି ପାଣ୍ଠି ଗଠନର ପ୍ରସ୍ତାବ ଦେଇଥିଲେ ଓ ଭାରତ ୧୯ ମିଲିୟନ ଡଲାରର ଯୋଗଦାନ କରୁଥିବା ସମସ୍ତଙ୍କୁ ଜଣାଇଥିଲେ।

ସେହି ବର୍ଷ ନଭେମ୍ବର ମାସରେ ୧୯ତମ ସାର୍କ ଶିଖର ସମ୍ମିଳନୀ ପାକିସ୍ତାନରେ ଆୟୋଜନ ହେବାର ଥିଲା। କିନ୍ତୁ ପାକିସ୍ତାନ ପ୍ରାୟୋଜିତ ଉରି ହମଲା ଯୋଗୁ ଭାରତ ଉକ୍ତ ସମ୍ମିଳନୀକୁ ବୟକଟ କରିଥିଲା। ଉରି ଆତଙ୍କୀ ହମଲାରେ ଭାରତ ୧୭ ଜଣ ବୀର ଯବାନଙ୍କୁ ହରାଇଥିଲା।

ଭାରତ ବ୍ୟତୀତ ଆତଙ୍କବାଦ ଓ ଆଞ୍ଚଳିକ ହସ୍ତକ୍ଷେପ ଯୋଗୁ ଆଫଗାନିସ୍ତାନ, ବାଂଲାଦେଶ ଓ ଭୁଟାନ ମଧ୍ୟ ଶିଖର ସମ୍ମିଳନୀରୁ ଓହରି ଯାଇଥିଲେ। ଫଳରେ ପାକିସ୍ତାନକୁ ସମ୍ମିଳନୀ ବାତିଲ କରିବାକୁ ପଡ଼ିଥିଲା। ସେବେଠାରୁ ଆଉ ସମ୍ମିଳନୀ ଆୟୋଜନ ହୋଇନାହିଁ।

ଏବେ ଏହାର ଫାଇଦା ଉଠାଇ ଭାରତକୁ କଣୋ ଠେସା କରିବାକୁ ଚାଇନା ଓ ପାକିସ୍ତାନ ଯୋଜନା କରିଛନ୍ତି। ଉଭୟ ପାକିସ୍ତାନ ଓ ଚାଇନା ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି ଯେ ବର୍ତ୍ତମାନ ଆଞ୍ଚଳିକ ଯୋଗାଯୋଗ ଓ ସହଭାଗିତା ପାଇଁ ଗୋଟିଏ ନୂଆ ଗ୍ରୁପ ବା ବ୍ଲକର ଆବଶ୍ୟକତା ରହିଛି। ସାର୍କରେ ଥିବା ଶ୍ରୀଲଙ୍କା, ମାଳଦ୍ୱୀପ ଓ ଆଫଗାନିସ୍ତାନ ମଧ୍ୟ ନୂଆ ବ୍ଲକରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଭାରତ ବିରୋଧରେ ପାକିସ୍ତାନ, ଚାଇନା ଓ ବାଂଲାଦେଶ ଷଡ଼ଯନ୍ତ୍ର କରୁଥିବା ବେଳେ ଏହାକୁ କିନ୍ତୁ ଢାକା ପକ୍ଷରୁ ଖଣ୍ଡନ କରାଯାଇଛି। ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ଏମ ତୌହିଦ ହୁସେନ କହିଛନ୍ତି, “ଆମେ କୌଣସି ମେଣ୍ଟ କରୁ ନାହୁଁ। କୁନମିଙ୍ଗରେ ଅଧିକାରୀ ସ୍ତରୀୟ ବୈଠକ ହୋଇଥିଲେ। ଏହା ଆଦୌ ରାଜନୀତିକ ସ୍ତରର ବୈଠକ ନଥିଲା।”

Pakistan China India Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe