Advertisment

ଚାଇନାରେ କରୋନା ୭ ଦିନରେ ନେଲା ୧୩ ହଜାର ଜୀବନ, ସ୍ଥିତି ଆହୁରି ସାଂଘାତିକ ହେବ!

କେବଳ ହସ୍ପିଟାଲରେ କରୋନା ଯୋଗୁ ପ୍ରାଣ ହରାଇଥିବା ଲୋକ ହିସାବ କରି ସରକାର ତାଲିକା ପ୍ରକାଶ କରିଛନ୍ତି। କିନ୍ତୁ ଘରେ ଓ ଅନ୍ୟାନ୍ୟ ସ୍ଥାନରେ ପ୍ରାଣ ହରାଥିବା ଲୋକଙ୍କ ସଂଖ୍ୟାକୁ ତାଲିକାରେ ସାମିଲ କରାଯାଇନି।

China

China

Advertisment

ଜାନୁଆରୀ ୧୩ରୁ ୧୯ ମଧ୍ୟରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଚାଇନାରେ ୧୩ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଚାଇନା ସରକାର ନିଜେ ଏହି ତଥ୍ୟ ଦେଇଛନ୍ତି। ତେବେ କେବଳ ହସ୍ପିଟାଲରେ କରୋନା ଯୋଗୁ ପ୍ରାଣ ହରାଇଥିବା ଲୋକ ହିସାବ କରି ସରକାର ତାଲିକା ପ୍ରକାଶ କରିଛନ୍ତି। କିନ୍ତୁ ଘରେ ଓ ଅନ୍ୟାନ୍ୟ ସ୍ଥାନରେ ପ୍ରାଣ ହରାଥିବା ଲୋକଙ୍କ ସଂଖ୍ୟାକୁ ତାଲିକାରେ ସାମିଲ କରାଯାଇନି। ତେଣୁ ସରକାରୀ ତଥ୍ୟ ଠାରୁ ଆହୁରି ଅଧିକ ଲୋକ ସପ୍ତାହକ ମଧ୍ୟରେ ଜୀବନ ହରାଇଥିବା ଆଶଙ୍କା କରାଯାଉଛି।

Advertisment

ଚାଇନା ଗୋଟିଏ ସପ୍ତାହ ପୂର୍ବରୁ କହିଥିଲା ଯେ ଜାନୁଆରୀ ୧୨ ସୁଦ୍ଧା କରୋନାରେ ଆକ୍ରାନ୍ତ ହସ୍ପିଟାଲରେ ପ୍ରାୟ ୬୦ ହଜାର ଲୋକ ଜୀବନ ହରାଇଛନ୍ତି। କିନ୍ତୁ ଏହା ଠାରୁ ଅଧିକ ଲୋକ ଚାଇନାରେ ପ୍ରାଣ ହରାଇଥିବା ବିଭିନ୍ନ ସଂଗଠନ ପକ୍ଷରୁ କୁହାଯାଇଛି।

ଚାଇନାର ସିଡିସି କହିଛି ଶନିବାର କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୬୮୧ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତେ ଶ୍ୱାସକ୍ରିୟାରେ ସମସ୍ୟା ପାଇଁ ଜୀବନ ହରାଇଛନ୍ତି। ସେହିପରି ଗୋଟିଏ ସପ୍ତାହରେ ଆଉ ୧୧,୯୭୭ ଜଣଙ୍କ କରୋନା ଯୋଗୁ ପ୍ରାଣ ହରାଇଥିଲେ। କରୋନା ଯୋଗୁ ଘରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟାକୁ ହିସାବ କରାଯାଇନି।

Advertisment

ଗୋଟିଏ ସ୍ୱାଧୀନ ସର୍ଭେ ସଂସ୍ଥା କହିଛି ଯେ ଚାଇନାର ଲୁନାର ନବ ବର୍ଷ ଛୁଟି ବେଳେ ମହାମାରୀ କରୋନାର ସଂକ୍ରମଣ ଓ ମୃତ୍ୟୁ ସର୍ବୋଚ୍ଚ ଗତିରେ ପହଞ୍ଚିବ। ସେହିପରି ପ୍ରାୟ ୩୬ ହଜାର ଲୋକ ଦୈନିକ ପ୍ରାଣ ହରାଇବେ। ଡିସେମ୍ବର ମାସରେ ଚାଇନା ସରକାର ଲୋକଙ୍କ ଚାପରେ ଜିରୋ କୋଭିଡ ନୀତି ବା କଟକଣାକୁ ହଟାଇ ଦେଇଥିଲେ। ଏହାପରଠାରୁ ପ୍ରାୟ ୬ ଲକ୍ଷ ଲୋକ କରୋନା ଯୋଗୁ ପ୍ରାଣ ହରାଇଥିବା ଉକ୍ତ ସଂସ୍ଥା ଆକଳନ କରିଛି।

ଚାଇନା ସରକାର କଟକଣା ଲଗାଇଥିବାରୁ ଅନେକ ମାସ ହେଲା ଲକ୍ଷାଧିକ ଲୋକ ଦେଶ ବାହାରେ ଥିଲେ। କିନ୍ତୁ ଏବେ ସେମାନେ ସ୍ୱଦେଶ ଫେରିବା ସହ ପରିବାର ଲୋକଙ୍କ ସହ ରବିବାର ଲୁନାର ନବ ବର୍ଷ ପାଳନ କରିଛନ୍ତି। ଲକ୍ଷାଧିକ ଦେଶ ବାହାରୁ ଆସିଥିବାରୁ ସଂକ୍ରମଣ ସାଂଘାତିକ ରୂପ ନେବାର ଆଶଙ୍କା ପ୍ରକାଶ ପାଇଛି।

China Coronavirus Corona Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe