Advertisment

ଆତ୍ମହତ୍ୟା ନା ନିର୍ଯାତନା? ମନ୍ତ୍ରୀ ପଦରୁ ବିଦା ହୋଇଥିବା କିନ୍ ଗ୍ୟାଙ୍ଗ ମୃତ

ବେଜିଂର ଗୋଟିଏ ମିଲିଟାରୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

qin gang

qin gang

Advertisment

ଜୁଲାଇ ମାସରେ ଚାଇନାର ବୈଦେଶିକ ମନ୍ତ୍ରୀ ପଦରୁ ବିଦା ହୋଇଥିବା କିନ ଗ୍ୟାଙ୍ଗ ପ୍ରାଣ ହରାଇଛନ୍ତି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ନିର୍ଯାତନା ଦିଆଯାଇଛି, ତା’କୁ ନେଇ ଏବେ ସସପେନ୍ସ ସୃଷ୍ଟି ହୋଇଛି। ସେ ଜୁଲାଇ ମାସରୁ ପ୍ରାଣ ହରାଇ ସାରିଛନ୍ତି।

Advertisment

ଗୋଟିଏ ଗଣାମଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଚାଇନିଜ ସରକାରରେ କାମ କରୁଥିବା ୨ ଜଣ ବରିଷ୍ଠ ଅଧିକାରୀଙ୍କ କହିବା କଥା ଯେ ଜୁଲାଇ ମାସର ଶେଷ ଭାଗରେ କିନ ଗ୍ୟାଙ୍ଗଙ୍କ ମୃତ୍ୟୁ ହୋଇଛି। ବେଜିଂର ଗୋଟିଏ ମିଲିଟାରୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ମିଲିଟାରୀ ହସ୍ପିଟାଲରେ ସାଧାଣତଃ ଦେଶର ବଡ଼ବଡ଼ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଚିକିତ୍ସିତ ହୋଇଥାଆନ୍ତି। ତେବେ ଦୁଇ ଅଧିକାରୀ ତାଙ୍କର ମୃତ୍ୟୁ କେମିତି ହେଲା? ସେ କାହିଁକି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସେକଥା କହି ନାହାନ୍ତି।

Advertisment

ଏହାପୂର୍ବରୁ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ କିନ ଗ୍ୟାଙ୍ଗ ବିବାହିତ ସତ୍ତ୍ୱେ ଆଉ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ। ଆମେରିକାରେ ସେ ରାଷ୍ଟ୍ରଦୂତ ଥିବା ବେଳେ ସେଠାକାର ଜଣେ ମହିଳା ସାମ୍ବାଦିକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହା ଜଣାପଡ଼ିବା ପରେ ଚାଇନାର ଜାତୀୟ ସୁରକ୍ଷା ସମ୍ପର୍କରେ ସେ କିଛି ତଥ୍ୟ ଲିକ କରିଛନ୍ତି କି ନାହିଁ, ତା’ର ତଦନ୍ତ ଆରମ୍ଭ ହୋଇଥିଲା। କିନ ଗ୍ୟାଙ୍ଗ ମଧ୍ୟ ତଦନ୍ତରେ ସବୁ ପ୍ରକାରର ସହଯୋଗ କରୁଥିଲେ।

ତଥାପି ଘଟଣା ସାମ୍ନାକୁ ଆସିବା ପରେ ଜୁଲାଇ ମାସରେ ତାଙ୍କୁ ପଦରୁ ବିଦା କରାଯାଇଥିଲା। ପଦରୁ ବିଦା ହେବା ପୂର୍ବରୁ ମାସେ ହେଲା କିନ ଗ୍ୟାଙ୍ଗ ହଠାତ୍‌ ନିଖୋଜ ହୋଇଯାଇଥିଲେ।

କିନ ଗ୍ୟାଙ୍ଗ ମାସେ ହେଲା ଅନୁପସ୍ଥିତ ଥିବାରୁ ଚାଇନାର ବୈଦେଶିକ ମନ୍ତ୍ରୀ ଭାବେ ୱାଙ୍ଗ ୟିଙ୍କୁ ନିଯୁକ୍ତି ମିଳିଥିଲା। ଏବେ କିନ ଗ୍ୟାଙ୍ଗଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି।

Suicide China
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe