Advertisment

ଭାରତୀୟ ସୀମା ନିକଟରେ ଘାତକ ଯୁଦ୍ଧ ବିମାନ ମୁତୟନ କଲା ଚାଇନା

ଚାଇନିଜ ବାୟୁ ସେନାର ୬ଟି ଜେ-୨୦ ଲଢ଼ୁଆ ବିମାନ ସିକ୍କିମ ସୀମାରୁ ୧୫୦ କିମି ଦୂରରେ ରହିଛି। ଏ

China

China

Advertisment

ପୁଣିଥରେ ଚାଇନାର ବହପ ସାମ୍ନାକୁ ଆସିଛି। ଭାରତର ସିକ୍କିମ ସୀମା ଠାରୁ ମାତ୍ର ୧୫୦ କିମି ଦୂରରେ ଚାଇନା ତା’ର ସବୁଠାରୁ ଘାତକ ତଥା ଅତ୍ୟାଧୁନିକ ଲଢ଼ୁଆ ବିମାନ ଜେ-୨୦କୁ ମୁତୟନ କରିଛି। ଗୋଟିଏ ଗୁଇନ୍ଦା ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ସ୍ୟାଟେଲାଇଟ ଇମେଜରୁ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।

Advertisment

ସ୍ୟାଟେଲାଇଟ ଇମେଜରୁ ଜଣାପଡ଼ିଛି ଯେ ଚାଇନିଜ ବାୟୁ ସେନାର ୬ଟି ଜେ-୨୦ ଲଢ଼ୁଆ ବିମାନ ସିକ୍କିମ ସୀମାରୁ ୧୫୦ କିମି ଦୂରରେ ରହିଛି। ଏଠାରେ ଥିବା ଏୟାରପୋର୍ଟର ଫ୍ଲାଇଟ ଲାଇନରେ ଏଗୁଡ଼ିକୁ ରଖାଯାଇଛି। ଏହି ଏୟାରପୋର୍ଟକୁ ଚାଇନା ଉଭୟ ମିଲଟାରୀ ଓ ସାଧାରଣ ବିମାନ ସେବା ପାଇଁ ବ୍ୟବହାର କରିଥାଏ।

ତିବ୍ବତର ଦ୍ୱିତୀୟ ବଡ଼ ସହର ହେଉଛି ଶିଗାଟସେ। ଏଠାରେ ନିର୍ମାଣ କରାଯାଇଥିବା ଏୟାରପୋର୍ଟଟି ଭୂପୃଷ୍ଠରୁ ୧୨,୪୦୮ ଫୁଟ ଉପରେ ରହିଛି। ଏହା ବିଶ୍ୱର ସବୁଠାରୁ ଉଚ୍ଚରେ ଥିବା ଏୟାରପୋର୍ଟ।

Advertisment

୬ଟି ଲଢ଼ୁଆ ବିମାନ ବ୍ୟତୀତ ଗୋଟିଏ କେଜେ-୫୦୦ ଏୟାରବର୍ଣ୍ଣ ୱାର୍ଣ୍ଣିଂ ଓ କଣ୍ଟ୍ରୋଲ ଏୟାରକ୍ରାଫ୍ଟ ମଧ୍ୟ ଏୟାରପୋର୍ଟରେ ରହିଥିବା ସ୍ୟାଟେଲାଇଟ ଇମେଜରୁ ଜଣାପଡ଼ିଛି।

ଭାରତୀୟ ବାୟୁସେନାର ଜେ-୨୦ ଯୁଦ୍ଧ ବିମାନ ମୁତୟନ ହେବା ସମ୍ପର୍କରେ ଖବର ପାଇଛି। ହେଲେ ସେଗୁଡ଼ିକର ଉପସ୍ଥିତି ପଛର କାରଣ ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହିଁ।

ଭାରତୀୟ ସେନା ଚାଇନାର ସବୁ ପ୍ରକାରର ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ। ଚାଇନାକୁ ମାତ ଦେବାକୁ ଭାରତ ମଧ୍ୟ ସୀମାରେ ରାଫେଲ ମୁତୟନ କରିଛି। 

China India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe