Advertisment

ମାର୍ଚ୍ଚ ୨୦ରେ ରୁଷ ଯିବେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ

ଜିନପିଙ୍ଗକୁ ରୁଷ ଆସିବା ପାଇଁ ନିଜେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିମନ୍ତ୍ରଣ କରିଥିଲେ।

author-image
Hemant Lenka
Putin

Putin

ୟୁକ୍ରେନ ସହ ଯୁଦ୍ଧ କରି ପାଶ୍ଚାତ୍ୟ ଦେଶର ଶତ୍ରୁ ପାଲଟି ଯାଇଥିବା ରୁଷକୁ ଖୋଲା ସମର୍ଥନ କରିଛି ଚାଇନା। ଯୁଦ୍ଧ ଭିତରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷ ଗସ୍ତ କରିବେ। ଆସନ୍ତା ୨୦ ତାରିଖରୁ ୨୨ ତାରିଖ ଯାଏ ଜିନପିଙ୍ଗ ରୁଷ ଗସ୍ତରେ ଆସିବେ ବୋଲି ଆଜି କ୍ରେମଲିନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଶୁକ୍ରବାର କ୍ରେମଲିନ ପକ୍ଷରୁ କୁହାଯାଇଛି ଯେ ଜିନପିଙ୍ଗକୁ ରୁଷ ଆସିବା ପାଇଁ ନିଜେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିମନ୍ତ୍ରଣ କରିଥିଲେ। ତାଙ୍କ ନିମନ୍ତ୍ରଣ ରକ୍ଷା କରି ସେ ମାର୍ଚ୍ଚ ୨୦ରୁ ୨୨ ଯାଏ ରୁଷ ଗସ୍ତରେ ଆସୁଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ସୁସମ୍ପର୍କକୁ ଅଧିକ ସୁଦୃଢ଼ ଓ କୌଶଳଗତ ସହଯୋଗକୁ ଅଧିକ ସଶକ୍ତ କରିବା ପାଇଁ ଦୁଇ ଦେଶ ଆଲୋଚନା କରିବେ। ଏଥିସହ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଦୁଇ ଦେଶର ରାଷ୍ଟ୍ରପତି କଥା ହେବେ ବୋଲି କ୍ରେମଲିନ ସୂଚନା ଦେଇଛି।

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଗୋଟିଏ ବର୍ଷରୁ ଅଧିକ ସମୟ ବିତିଗଲାଣି। ତଥାପି ଲଢ଼େଇ ବନ୍ଦ ହେଉନି। ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ମଲ୍ଟିପାର୍ଟି ଶାନ୍ତି ଆଲୋଚନା ଉପରେ ଜିନପିଙ୍ଗ ଗୁରୁତ୍ୱ ଦେଉଛନ୍ତି। ୟୁକ୍ରେନ ସହ ଚାଲିଥିବା ଯୁଦ୍ଧରେ ବିରାମ ଲଗାଇବାକୁ ମଧ୍ୟ ଜିନପିଙ୍ଗ ଚାହାନ୍ତି। ଏସବୁ ବିଷୟରେ ସେ ପୁଟିନଙ୍କ ସହ ଆଲୋଚନା କରିପାରନ୍ତି।

Advertisment

ଅନ୍ୟପକ୍ଷରେ ଜିନପିଙ୍ଗ ରୁଷ ଗସ୍ତ ଆମେରିକାର ଚିନ୍ତା ବଢ଼ାଇଛି। ଏବେ ଆମେରିକାର ତିକ୍ତତା ଉଭୟ ଚାଇନା ଓ ରୁଷ ସହ ଲାଗି ରହିଛି। ତେଣୁ ଆମେରିକାର ବୈଦଶିକ ମନ୍ତ୍ରଣାଳୟ କହିଛି ଯେ ରୁଷ ଓ ଚାଇନାର ଏପରି ଭେଟଘାଟ ବେଶ ଚିନ୍ତାର ବିଷୟ। ଏହା ଉପରେ ଆମର ନଜର ରହିଛି।

ୱାଶିଂଟନ ପୂର୍ବରୁ କହି ସାରିଛି ଯେ ୟୁକ୍ରେନ ସହ ଯୁଦ୍ଧ ସମୟରେ ଚାଇନା ପକ୍ଷରୁ ରୁଷକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଉଛି। ତେଣୁ ଜିନପିଙ୍ଗ ରୁଷ ଗଲେ ଆମେରିକା କେମତି ଏହାକୁ କାଉଣ୍ଟର କରିବ, ତା’ ଉପରେ ସମସ୍ତଙ୍କ ନଜର।

Russia-Ukraine War Joe Biden China America Russia Vladimir Putin Xi Jinping